Categories: ଜାତୀୟ

୫,୧୦୦ କର୍ମଚାରୀ ନିଯୁକ୍ତ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୫ା୨: ଏୟାରବସ୍‌ ଏବଂ ବୋଇଂ କମ୍ପାନୀଠାରୁ ୪୭୦ଟି ବିମାନ କିଣିବା ପାଇଁ ଏୟାର ଇଣ୍ଡିଆ ୮୦ ବିଲିୟନ ଡଲାର ମୂଲ୍ୟର ଚୁକ୍ତି ସ୍ବାକ୍ଷର କରିବା ପରେ ଚଳିତ ବର୍ଷ ୯୦୦ ପାଇଲଟ ଏବଂ ୪,୨୦୦ରୁ ଊର୍ଦ୍ଧ୍ୱ କ୍ୟାବିନ୍‌ କର୍ମଚାରୀ ନିଯୁକ୍ତ କରିବା ଲାଗି ଯୋଜନା କରିଛି। ଏହା ବ୍ୟତୀତ ୩୬ ବିମାନ ଲିଜ୍‌ରେ ନେବା ପାଇଁ ମଧ୍ୟ ଯୋଜନା ହୋଇଥିବାବେଳେ ସେଥିରୁ ଦୁଇଟି ବି୭୭୭-୨୦୦ ଏଲ୍‌ଆର୍‌କୁ ଉକ୍ତ ଏୟାରଲାଇନ୍ସରେ ସାମିଲ କରାଯାଇଛି। ନୂଆ ବିମାନ ପହଞ୍ଚତ୍ବା ପରେ ଏୟାର ଇଣ୍ଡିଆର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନସେବା ବଢ଼ାଇଦିଆଯିବ। ପାଇଲଟ ଏବଂ କ୍ରିଉ ମେମ୍ବର ନିଯୁକ୍ତି ଲାଗି ଯେଉଁମାନେ ଚୟନ ହେବେ, ସେମାନଙ୍କୁ ୧୫ ସପ୍ତାହ ତାଲିମରେ ପଠାଯିବ। ସେମାନଙ୍କୁ ନିରାପତ୍ତା ଓ ସେବା ଦକ୍ଷତା, ଶ୍ରେଷ୍ଠ ଭାରତୀୟ ଆତିଥେୟତା ଏବଂ ଟାଟା ଗ୍ରୁପ୍‌ର ସଂସ୍କୃତି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ଗତବର୍ଷ ମେ’ରୁ ଚଳିତ ଫେବୃୟାରୀ ମଧ୍ୟରେ ଏୟାର ଇଣ୍ଡିଆ ୧,୯୦୦ କ୍ୟାବିନ କ୍ରିଉଙ୍କୁ ନିଯୁକ୍ତ କରିଥିଲା।

Share