Posted inଜାତୀୟ

ଏୟାର ଇଣ୍ଡିଆ ବିମାନ ଅପହରଣ ଉଦ୍ୟମ, ବୁଦ୍ଧି ଖଟାଇଲେ ପାଇଲଟ୍‌, ଆଉ ତା’ ପରେ…

ବେଙ୍ଗାଲୁରୁ,୨୨ା୯: ବେଙ୍ଗାଲୁରୁରୁ ବାରାଣସୀ ଯାଉଥିବା ଏୟାରଇଣ୍ଡିଆର ଏକ ବିମାନ ଅପହରଣ ଉଦ୍ୟମ କରାଯାଇଛି। ଏଥିରେ ଯାତ୍ରା କରୁଥିବା ଜଣେ ଯାତ୍ରୀ କକ୍‌ପିଟ୍‌ କ୍ୟାବିନ୍‌ ଡୋର୍‌ ଖୋଲିବାକୁ ଚେଷ୍ଟା କରିଥିଲେ, ଯାହା ଫଳରେ ବିମାନ ଭିତରେ ହଙ୍ଗାମା ହୋଇଥିଲା। ଯାତ୍ରୀ ଜଣକ ସଠିକ୍‌ ପାସକୋଡ୍‌ ଏଣ୍ଟ୍ରି କରିଥିଲେ, କିନ୍ତୁ ପାଇଲଟ୍‌ ଅପହରଣର ଭୟରେ ଡୋର୍‌ ଖୋଲି ନ ଥିଲେ। ସେହି ବ୍ୟକ୍ତି ଅନ୍ୟ ୮ ଜଣ ଯାତ୍ରୀଙ୍କ ସହିତ ଯାତ୍ରା କରୁଥିଲେ। ସମସ୍ତ ୯ ଯାତ୍ରୀଙ୍କୁ ସିଆଇଏସ୍‌ଏଫ୍‌କୁ ହସ୍ତାନ୍ତର କରାଯାଇଥିଲା।

ଏୟାର ଇଣ୍ଡିଆ କହିଛି, ଆମେ ଗଣମାଧ୍ୟମ ରିପୋର୍ଟରୁ ବାରାଣସୀ ଯାଉଥିବା ବିମାନ ବିଷୟରେ ସୂଚନା ପାଇଥିଲୁ। ଜଣେ ଯାତ୍ରୀ ଶୌଚାଳୟ ଖୋଜିବା ସମୟରେ କକ୍‌ପିଟ୍‌ ଏଣ୍ଟ୍ରି ଡୋର୍‌ ନିକଟରେ ପ୍ରବେଶ କରିଥିଲେ। ଆମେ ଜନସାଧାରଣଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛୁ ଯେ, ବିମାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ କୌଣସି ଉଲ୍ଲଂଘନ ହୋଇନାହିଁ। ଅବତରଣ କରିବା ସମୟରେ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ସୂଚନା ଦିଆଯାଇଥିଲା ଏବଂ ବର୍ତ୍ତମାନ ଏହାର ତଦନ୍ତ ଚାଲିଛି।

ଯାତ୍ରୀ କକ୍‌ପିଟ୍‌ ଭିତରକୁ ପ୍ରବେଶ କରିବାକୁ କାହିଁକି ଚେଷ୍ଟା କରିଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ IX-1086 ସକାଳ ୮ଟା ପରେ ବେଙ୍ଗାଲୁରୁରୁ ଯାତ୍ରା କରିଥିଲା। ବିମାନ ବାରାଣସୀରେ ଅବତରଣ କରିବା ପରେ, ଅଭିଯୁକ୍ତ ଯାତ୍ରୀମାନଙ୍କୁ ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଥିଲା।

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ, ଜଣେ ଯାତ୍ରୀ କକ୍‌ପିଟ୍‌ କ୍ୟାବିନ୍‌ ଡୋର୍‌ ଖୋଲିବାକୁ ଚେଷ୍ଟା କରିଥିଲେ। ପାସକୋଡ୍‌ ଦେବା ମାତ୍ରେ ପାଇଲଟ୍‌ ଏକ ସିଗ୍‌ନାଲ ପାଇଲେ। ଯେତେବେଳେ ପାଇଲଟ୍‌ ସିସିଟିଭି ଫୁଟେଜ୍‌ ଦେଖିଲେ, ସେତେବେଳେ ଅପହରଣ ହେବାର ଭୟରେ ସେ ଡୋର୍‌ ଖୋଲି ନ ଥିଲେ। ଏହି ଯାତ୍ରୀ କକ୍‌ପିଟ୍‌ ପାସକୋଡ୍‌ କିପରି ଜାଣିଲେ ସେ ବିଷୟରେ ମଧ୍ୟ ପ୍ରଶ୍ନ ଉଠିଛି।

ଏକ ରିପୋର୍ଟ ଅନୁଯାୟୀ, କକ୍‌ପିଟ୍‌ ଡୋର୍‌ ଖୋଲିବାକୁ ଚେଷ୍ଟା କରିଥିବା ଯାତ୍ରୀ ପ୍ରଥମଥର ପାଇଁ ବିମାନ ଯାତ୍ରା କରୁଥିଲେ। ସେ ଏପରି କାହିଁକି କଲେ ବୋଲି ପଚରାଯିବାରୁ, କହିଥିଲେ ଯେ, ସେ ଶୌଚାଳୟ ଯିବାକୁ ଚାହୁଁଥିଲେ ଏବଂ ଭାବିଥିଲେ ଯେ, ଏହା ସେହି ଡୋର୍‌। ତଥାପି ଯେତେବେଳେ କ୍ରୁ ମେମ୍ବର ତାଙ୍କୁ ଜଣାଇଲେ ସେ କକ୍‌ପିଟ୍‌ ଡୋର୍‌ ଖୋଲିବାକୁ ଚେଷ୍ଟା କରିଛନ୍ତି, ସେ ଚୁପ୍‌ଚାପ୍‌ ପଛକୁ ହଟିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ସାଧୁ ବେଶରେ ଅଭିନୟ ପଡ଼ିଲା ମହଙ୍ଗା, ପପୁ ଯାଦବଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧।୮: ମୌସୁମୀ ଅଧିବେଶନ ୨୦୨୬ ସମୟରେ ସଂସଦରେ ରାମ ମନ୍ଦିର ଦାନ ଚୋରିକୁ ନେଇ ନାଟକ କରି ସାଂସଦ ପପୁ ଯାଦବ ଆଇନଗତ ଜାଲରେ ଫସିଯାଇଛନ୍ତି। କାରଣ…

‘ମୁଁ ଲଜ୍ଜିତ, ନିଜ ମୁହଁକୁ ଆଇନାରେ ଦେଖିପାରୁନି’ ପିଏମ ମୋଦିଙ୍କୁ ଅପଶବ୍ଦ କହିଥିବା ଯୁବତୀ ମାଗିଲେ କ୍ଷମା

ନୂଆଦିଲ୍ଲୀ,୧।୮: ଦିଲ୍ଲୀର ଜନ୍ତର-ମନ୍ତରରେ CJP ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଯୁବତୀଜଣକ ସୋସିଆଲ ମିଡିଆରେ ଭିଡିଓ ଜାରି କରି…

ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର: ପଗଡ଼ି ପିନ୍ଧାଇଦେଲେ ଅମିତ ଶାହା

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣେରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କୁ ସମ୍ମାନିତ କରିଛନ୍ତି। ଲୋକମାନ୍ୟ ତିଲକ ସ୍ମାରକୀ ଟ୍ରଷ୍ଟ ଦ୍ୱାରା…

‘ଯଦି ଇଥାନଲ ନଥାନ୍ତା, ତେବେ ପେଟ୍ରୋଲ ଲିଟର ପିଛା ୧୨୫ ଟଙ୍କାରେ ବିକ୍ରି ହେଉଥାନ୍ତା’: E-20 ଇନ୍ଧନକୁ ନେଇ ସଂସଦରେ ସରକାରଙ୍କ ଦାବି

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ସଂସଦରେ ପେଟ୍ରୋଲରେ ଇଥାନଲ ମିଶ୍ରଣ ନୀତିକୁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଯଦି ଏହି ପଦକ୍ଷେପ ନିଆଯାଇ…

ହଠାତ ସ୍ଥଗିତ ରହିଲା ଟାଟା ଇନଷ୍ଟିଚ୍ୟୁଟରେ ଥିବା ସମାବର୍ତ୍ତନ ଉତ୍ସବ; ମୁଖ୍ୟ ବିଚାରପତି ଥିଲେ ମୁଖ୍ୟ ଅତିଥି, ଜାଣନ୍ତୁ ଏହାର କାରଣ

ମୁମ୍ବାଇ,୧।୮: ମୁମ୍ବାଇର ଟାଟା ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ ବା ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ୍‌ (TISS) ଅଗଷ୍ଟ ୨ରେ ହେବାକୁ ଥିବା ୮୬ତମ ସମାବର୍ତ୍ତନ ଉତ୍ସବକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri