Categories: ଜାତୀୟ

ବିମାନରେ ପରିସ୍ରା କରିଥିବା ଶଙ୍କର ମିଶ୍ରାଙ୍କୁ ଜାମିନ

ନୂଆଦିଲ୍ଲୀ,୧।୨: ଗତବର୍ଷ ନଭେମ୍ବର ୨୬ରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ମଙ୍ଗଳବାର ଜାମିନ ମଞ୍ଜୁର କରିଛନ୍ତି। ପୂର୍ବରୁ ମାଜିଷ୍ଟ୍ରେଟ୍‌ କୋର୍ଟ ଶଙ୍କରଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଅତିରିକ୍ତ ସେସନ୍ସ ଜଜ୍‌ ହରଜ୍ୟୋତ୍‌ ସିଂ ଭାଲ୍ଲା ଅଭିଯୁକ୍ତଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ଡ ବଦଳରେ ଜାମିନରେ ଛାଡ଼ିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଶଙ୍କରଙ୍କ ବିମାନ ଯାତ୍ରା ଉପରେ ଏୟାର ଇଣ୍ଡିଆ ୪ ମାସ ନିଷେଧାଦେଶ ଲଗାଇଥିଲା। ମହିଳାଙ୍କ ଅଭିଯୋଗକ୍ରମେ ଜାନୁୟାରୀ ୪ରେ ଦିଲ୍ଲୀ ପୋଲିସ ମିଶ୍ରାଙ୍କ ବିରୋଧରେ ଏତଲା ଦାଏର କରିବା ସହ ୬ ତାରିଖରେ ତାଙ୍କୁ ଗିରଫ କରିଥିଲା।

Share