Categories: ଜାତୀୟ

ଭାରତ ପହଞ୍ଚିବ ‘ଏୟାର ଇଣ୍ଡିଆ ୱାନ୍‌’

ନୂଆଦିଲ୍ଲୀ,୧ ।୧୦: ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆମେରିକାରୁ ଆସୁଥିବା ସ୍ୱତନ୍ତ୍ର ବିମାନ ଏୟାର ଇଣ୍ଡିଆ ୱାନ ଗୁରୁବାର ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବ ବୋଲି କୁହାଯାଉଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ କ୍ରୟ କରାଯାଇଥିବା ବୋଇଂ ୭୭୭-୩୦୦ଇଆର୍ ବିମାନ ଏବେ ସମ୍ପୂର୍ଣ୍ଣ ରୂପେ ନିର୍ମାଣ ସରିଛି । ଆମେରିକା ରାଷ୍ଟ୍ରପତିଙ୍କ ବିମାନରେ ଯେଉଁ ସୁବିଧା ରହିଛି ମୋଦିଙ୍କ ଏହି ସ୍ୱତନ୍ତ୍ର ବିମାନରେ ସେସବୁ ସୁବିଧା ରହିଛି ବୋଲି କୁହାଯାଉଛି । ଧଳା ରଙ୍ଗର ଏହି ବିମାନରେ ଇଂରାଜି ଓ ହିନ୍ଦୀରେ ଭାରତ ବୋଲି ଲେଖାଯାଇଛି । ଆମେରିକା ରାଷ୍ଟ୍ରପତିଙ୍କ ବିମାନ ଏୟାର ଫୋର୍ସ ୱାନ ପରି ଏଥିରେ କ୍ଷେପଣାସ୍ତ୍ରରେ ଆକ୍ରମଣ ସମ୍ଭବ ନୁହେଁ ବୋଲି ଜଣାପଡିଛି । ଏଥିରେ ଲାଗିଥିବା ଇଲୋକ୍ଟ୍ରୋନିକ୍ସ ୱାର ଫେୟାର ଶତ୍ରୁଙ୍କ ଜିପିଏସ୍ ଓ ଡ୍ରୋନ୍ ସିଗନାଲକୁ ବ୍ଳକ କରିବାରେ ସାହାଯ୍ୟ କରିବ । ଏହି ବିମାନର ଆଧୁନିକ ଟେକନିକ୍ ଇନଫ୍ରାରେଡ କ୍ଷେପଣାସ୍ତ୍ରଠାରୁ ନିଜକୁ ବଞ୍ଚାଇ ପାରିବ । ଏହା ଆକାଶରେ ଇନ୍ଧନ ଭରିବା ସହ ଗୋଟିଏ ଥର ଇନ୍ଧନ ଭରିଲେ ପାଖାପାଖି ୧୭ ଘଣ୍ଟା ପର୍ଯ୍ୟନ୍ତ ଉଡିପାରିବ ।

Share