Categories: ବାଣିଜ୍ୟ

ଏୟାର ଇଣ୍ଡିଆର ୪୯୮ କୋଟି ବକେୟା ରଖିଛନ୍ତି କେନ୍ଦ୍ର-ରାଜ୍ୟ

ନୂଆଦିଲ୍ଲୀ: ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡିକ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ୪୯୮.୧୭ କୋଟି ଟଙ୍କା ବକେୟା ରଖିଛନ୍ତି। ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଭିଭିଆଇପି ଯାତ୍ରା, ବିଦେଶୀ ଅତିଥିଙ୍କ ଯାତ୍ରା ଭଳି ଅନ୍ୟ ସେବାରେ ଏଭଳି ଅର୍ଥ ବକେୟା ରଖିଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ଭିଭିଆଇପି ଟ୍ରାଭେଲ ବାବଦ ୮୪.୫୭ କୋଟି, ବିଦେଶୀ ଅତିଥିଙ୍କ ଯାତ୍ରାବାବଦ ୧୨.୬୧ କୋଟି, କୌଣସି ସ୍ଥାନରୁ ଲୋକଙ୍କୁ ଆଣିବାରେ ୯.୬୭ କୋଟି ଏବଂ ଅନ୍ୟ ବକେୟା ବାବଦ ୩୯୧ କୋଟି ଟଙ୍କା ସାମିଲ ରହିଛି। ୨୦୧୯-୨୦ରେ ଏହି ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ୭୯୮୨ କୋଟି ଟଙ୍କା କ୍ଷତି ସହିଛି। ଯାହା ୨୦୧୮-୨୯ରେ ୮୫୫୬ କୋଟି ଟଙ୍କା ରହିଥିଲା ବୋଲି ପୁରୀ କହିଛନ୍ତି। ଏହି ବିମାନ କମ୍ପାନୀର ସମ୍ପୂର୍ଣ୍ଣ ଅଂଶଧନକୁ ବିକିଦେବା ଲାଗି ସରକାର ପ୍ରକ୍ରିୟା ଜାରି କରିଛନ୍ତି।

Share