Categories: ବାଣିଜ୍ୟ

ଏୟାର ଇଣ୍ଡିଆରେ ଅଛନ୍ତି ସର୍ବାଧିକ ମହିଳା ପାଇଲଟ

ନୂଆଦିଲ୍ଲୀ,୯।୩: ଏୟାର ଇଣ୍ଡିଆରେ କାର୍ଯ୍ୟ କରୁଥିବା ୧,୮୨୫ ପାଇଲଟଙ୍କ ମଧ୍ୟରୁ ୧୫ ପ୍ରତିଶତ ମହିଳା। ଫଳରେ ଏହା ବିଶ୍ୱର ସର୍ବାଧିକ ସଂଖ୍ୟକ ମହିଳା ପାଇଲଟ ଥିବା ଏୟାରଲାଇନ୍ସ ହୋଇପାରିଥିବା କମ୍ପାନୀ ଦାବି କରିଛି। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଟାଟା ଗ୍ରୁପ କମ୍ପାନୀ ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବଂ ଏୟାର ଏସିଆ ଇଣ୍ଡିଆ ସହିତ ୯୦ ରୁ ଅଧିକ ମହିଳା କ୍ରୁ ବିମାନ ଉଡ଼ାଣ ଧାର୍ଯ୍ୟ କରାଯାଇଥିଲା।

ଏୟାର ଇଣ୍ଡିଆର ୪୦% ରୁ ଅଧିକ କର୍ମଜୀବୀ ମହିଳା। କମ୍ପାନୀର ୧,୮୨୫ ପାଇଲଟଙ୍କ ମଧ୍ୟରୁ ୨୭୫ ଜଣ (୧୫%) ମହିଳା। ଏନେଇ ଏୟାର ଇଣ୍ଡିଆର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ କ୍ୟାମ୍ପବେଲ ୱିଲସନ କହିଛନ୍ତି ଯେ, ବିଶ୍ୱରେ ସର୍ବାଧିକ ପେସାଦାର ମହିଳା ପାଇଲଟ ଭାରତରେ ଅଛନ୍ତି। ଏବେ ଏୟାର ଇଣ୍ଡିଆରେ ମହିଳା କର୍ମଚାରୀ ରହିଥିବାରୁ ଆମେ ଗର୍ବିତ ଅନୁଭବ କରୁଛୁ ବୋଲି ସେ କହିଛନ୍ତି।

Share