Categories: ଜାତୀୟ

ବାୟୁସେନା ସ୍ଥାପନା ଦିବସ: ତେଜସ ଓ ଜାଗୁଆର ସହ ଶକ୍ତି ପ୍ରଦର୍ଶନ କଲା ରାଫାଲ

ନୂଆଦିଲ୍ଲୀ,୮ ।୧୦: ଅକ୍ଟୋବର ୮ରେ ଭାରତୀୟ ବାୟୁସେନା ପାଳନ କରିଛି ତା’ର ୮୮ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଗାଜିଆବାଦର ହିଡନ ଏୟାରବେସ୍‌ରେ ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ । ଭାରତୀୟ ବାୟୁସେନାରେ ନିକଟରେ ସାମିଲ ହୋଇଥିବା ରାଫାଲ ଯୁଦ୍ଧ ବିମାନର ଏଣ୍ଟ୍ରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ତେଜସ ଓ ଜାଗୁଆର ମଧ୍ୟ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି । ପ୍ରଥମେ ପରେଡ ହେବା ପରେ ରାଫାଲ, ସୁଖୋଇ, ତେଜସ, ଜାଗୁଆର ସହ ଅନ୍ୟ ଯୁଦ୍ଧ ବିମାନ ଆକାଶ ମାର୍ଗରେ ବିଶ୍ୱକୁ ଦେଖାଇଥିଲେ ଭାରତର ଶକ୍ତି । ଏହି ଅବସରରେ ଭାରତୀୟ ବାୟୁସେନା ମୁଖ୍ୟ ଆର୍‌କେଏସ୍ ଭଦୌରିଆ କହିଥିଲେ, ମୁଁ ଦେଶକୁ ଆଶ୍ୱାସନା ଦେବାକୁ ଚାହୁଁଛି କି ଭାରତୀୟ ବାୟୁନୋ ବିକଶିତ ହେବ ଓ ଦେଶର ସାର୍ବଭ୍ୱମତ୍ୱ ଓ ସ୍ୱାର୍ଥ ରକ୍ଷା କରିବାକୁ ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିଛି । ଏହି ଅବସରରେ ସୂର୍ଯ୍ୟକିରଣ ଟିମ୍ ମଧ୍ୟ ଆକାଶରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।

Share