Categories: ଜାତୀୟ

ଜାମନଗର ପହଞ୍ଚିଲା ବାୟୁସେନା ସି-୧୭ ବିମାନ…

ଜାମନଗର,୧୭।୮: ଭାରତୀୟ ଦୂତାବାସ ଅଧିକାରୀଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା କରିଥିବା ବାୟୁସେନା ବିମାନ ସି-୧୭ ଗୁଜରାଟର ଜାମନଗର ବିମାନ ବନ୍ଦରରେ ଅବତରଣ କରିଛି। ବିମାନରେ ୧୫୦ ଜଣ ଦୂତାବାସ କର୍ମଚାରୀ ଅଶାନ୍ତ ଆଫଗାନିସ୍ତାନରୁ ସ୍ବଦେଶ ଫେରିଛନ୍ତି। ୨ ଜଣ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପଡ଼ିବାରୁ ସେମାନଙ୍କୁ ଚିକିତ୍ସା ଲାଗି ବାୟୁସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିମାନଟି ଗାଜିଆବାଦର ହିଣ୍ଡନ ବନ୍ଦର ଅଭିମୁଖେ ଯାତ୍ରା କରିବ। ଏହାପୂର୍ବରୁ ବାୟୁସେନାର ୨୪୪ ବିମାନରେ କାବୁଲରୁ ୧୨୯ ଭାରତୀୟ ଦିଲ୍ଲୀରେ ପହଞ୍ଚିଥିଲେ।

 

Share