Categories: ବାଣିଜ୍ୟ

ବିମାନ ଭଡ଼ା ବୃଦ୍ଧି ସମ୍ଭାବନା

ନୂଆଦିଲ୍ଲୀ,୧୭ା୩: ଇନ୍ଧନ ଦର ବୃଦ୍ଧିର ଭରଣା କରିବା ଉଦ୍ଦେଶ୍ୟରେ ଏୟାରଲାଇନଗୁଡ଼ିକ ପୁଣି ଥରେ ବିମାନ ଭଡ଼ା ବୃଦ୍ଧି କରିବା ସମ୍ଭାବନା ରହିଥିବା ବୁଧବାର ଏକ ଘରୋଇ ଏୟାରଲାଇନର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟର ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ବିମାନ ଚଳାଚଳ ଟର୍ବାଇନ୍‌ ଇନ୍ଧନ ମୂଲ୍ୟରେ ୧୮% ବୃଦ୍ଧି କରି କିଲୋମିଟର ପିଛା ୧.୧୦ ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିମାନ ସେବା ଖର୍ଚ୍ଚର ୪୦% ଇନ୍ଧନ ଉଦ୍ଦେଶ୍ୟରେ ଖର୍ଚ୍ଚ ହୋଇଥାଏ। ତେଣୁ ବର୍ତ୍ତମାନର ବର୍ଦ୍ଧିତ ଇନ୍ଧନ ତୈଳ ଦର ବିମାନ ସେବାର ସାମଗ୍ରିକ ଖର୍ଚ୍ଚରେ ୭ରୁ ୮% ବୃଦ୍ଧି ହେବ। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ହେଉଛି ତୈଳ ଦର ବୃଦ୍ଧିର ପ୍ରମୁଖ କାରଣ। ବୈଶ୍ୱିକ ଅଶୋଧିତ ତୈଳ ବଜାରକୁ ୧୧-୧୨% ତୈଳ ରୁଷିଆ ରପ୍ତାନି କରିଥାଏ। ତେଣୁ ବର୍ତ୍ତମାନ ବହୁ ଦେଶ ରୁଷିଆ ଉପରେ କଟକଣା ଲଗାଇଥିବାରୁ ବ୍ୟବସାୟ ସମ୍ଭବପର ହେଉନାହିଁ ଏବଂ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି।

Share