Categories: ବାଣିଜ୍ୟ

ଏପ୍ରିଲ ୧ରୁ ଏୟାର ବ୍ୟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୭ା।୩: ଭାରତ ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ ୧ ପରଠାରୁ ତିଆରି ହେଉଥିବା ସମସ୍ତ କାର୍‌ରେ ଏୟାର ବ୍ୟାଗ୍‌କୁ ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ସରକାର ସଡ଼କ ସୁରକ୍ଷାକୁ ନେଇ ଏକ ବଡ଼ ପଦକ୍ଷେପ ସହ ବିଜ୍ଞପ୍ତି ଜାରି କରିଛନ୍ତି। ଦେଶରେ ବଢୁଥିବା ସଡ଼କ ଦୁର୍ଘଟଣାକୁ ଏଡାଇବା ଏଭଳି ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ସମୟରେ ଡ୍ରାଇଭର ସହ ଆଗରେ ଥିବା ଆଉ ଏକ ସିଟ୍‌ରେ ମଧ୍ୟ ଏୟାର ବ୍ୟାଗ୍‌ ଲଗାଇବାକୁ ପଡିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ପୂର୍ବରୁ ଯାନଗୁଡିକରେ ସେପରି ବ୍ୟବସ୍ଥା ନ ଥିଲା ଫଳରେ ଦୁର୍ଘଟଣା ସମୟରେ ମୃତ୍ୟୁ ସଂଖ୍ୟା ଅଧିକ ରହୁଥିଲା। ଏହିସବୁ ଛୋଟ ଛୋଟ ଘଟଣାକୁ ଅନୁଧ୍ୟାନକରି ଏକ ଶୀର୍ଷ ବୈଷୟିକ କମିଟି ସମସ୍ତ ଗାଡିରେ ଏୟାର ବ୍ୟାଗ୍‌ ଲଗାଇବାକୁ ନିଷ୍ପତ୍ତି ନେବା ସହ ଉକ୍ତ ବିଜ୍ଞପ୍ତି ଉପରେ ମୋହର ଲଗାଇଛନ୍ତି। ସଡ଼କ ପରବିହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି, ଏୟାର ବ୍ୟାଗ୍‌ ଲଗାଇବା ବାଧ୍ୟତାମୂଳକ ବ୍ୟବସ୍ଥା ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ସେଥିରେ କୁହାଯାଇଥିଲା ଯେ, ଗାଡ଼ି ଆଗରେ ଡ୍ରାଇଭର ସହ ବସୁଥିବା ଅନ୍ୟ ଯାତ୍ରୀ ଜଣଙ୍କର ସିଟ୍‌ରେ ମଧ୍ୟ ଏୟାର ବ୍ୟାଗ୍‌ ଲଗାଯିବ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଡକ ସୁରକ୍ଷା ବ୍ୟବସ୍ଥା। ସଡ଼କ ସୁରକ୍ଷା ଉପରେ ସୁପ୍ରିମକୋର୍ଟଙ୍କ ଏକ କମିଟି ମଧ୍ୟ ଏହା ଉପରେ ବ୍ୟାପକ ପରାମର୍ଶ ଦେଇଥିଲେ। ସେହିପରି ୨୦୨୧ ଏପ୍ରିଲ ୧ରୁ ଯେଉଁସବୁ ଗାଡ଼ି ତିଆରି ହେବ ସେସବୁ ଗାଡ଼ିରେ ଏୟାର ବ୍ୟାଗ୍‌ ଲଗାଇବା ଆବଶ୍ୟକ। ଏହାଦ୍ୱାରା ଅଧିକାଂଶ ଦୁର୍ଘଟଣା ରୋକାଯାଇପାରିବ ବୋଲି ଆଶା କରାଯାଉଛି।

Share