ଭାରତ ବଜାର ଛାଡ଼ିବ ଏୟାର ଏସିଆ; ସମ୍ପୂର୍ଣ୍ଣ ଅଂଶଧନ ଟାଟାକୁ ବିକିପାରେ

ନୂଆଦିଲ୍ଲୀ: ସୁଲଭ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ଭାରତ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି। କରୋନା ଯୋଗୁ ବିମାନ ଚଳାଚଳ କ୍ଷେତ୍ର ସଙ୍କଟରେ ଚାଲିଛି। ବିମାନ କମ୍ପାନୀଗୁଡିକ ରାଜସ୍ବ କ୍ଷତି ସହୁଥିବାରୁ ଖର୍ଚ୍ଚ କାଟ ଏବଂ ଛଟେଇ ଭଳି ସମସ୍ୟା ଉପୁଜିଛି। ଏଭଳି ସ୍ଥିତିରେ ଭାରତରେ କାରବାର ବଜାୟ ରଖିବା କମ୍ପାନୀଗୁଡିକ ଲାଗି କଷ୍ଟକର ହୋଇ ପଡୁଛି। ପୂର୍ବରୁ ମଧ୍ୟ ଏହି କମ୍ପାନୀ ଭାରତ ଛାଡିବା ନେଇ ଚିନ୍ତା କରୁଥିବା କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ହେଲେ କେବେ ସୁଦ୍ଧା କମ୍ପାନୀ ଭାରତ ଛାଡିବ ସେ ନେଇ ସେ ସ୍ପଷ୍ଟ କରି ନ ଥିଲେ। କମ୍ପାନୀର ଏହି ଯୋଜନାକୁ ନେଇ ପୁଣି ଥରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ମୁତାବକ କମ୍ପାନୀ ଭାରତ ବଜାରରେ ରହିଥିବା ଏହାର ସମ୍ପୂର୍ଣ୍ଣ କାରବାରର ଅଂଶଧନକୁ ଟାଟା ଗ୍ରୁପ୍‌କୁ ବିକ୍ରି କରିପାରେ। ଏୟାର ଏସିଆଇ ଇଣ୍ଡିଆ ମାଲେସିଆ ଭିତ୍ତିକ ଏୟାର ଏସିଆ ବରହାଦର ଏକ ଅଂଶ।
କମ୍ପାନୀର ଏହି ଯୋଜନା ସମ୍ପର୍କରେ ଚର୍ଚ୍ଚା ହେଉଥିବା ବେଳେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ସୋମବାର ଏ ନେଇ ଦେଇଥିବା ମତ ପରେ ଚର୍ଚ୍ଚା ଜୋର ଧରିଛି। ଚଣ୍ଡୀଗଠାରୁ କମ୍ପାନୀ କାହିଁକି ଏହାର ବିମାନ ସେବା ବନ୍ଦ କରିବ ବୋଲି ଏକ ପ୍ରଶ୍ନରେ ପୁରୀ କହିଛନ୍ତି ଯେ, ଏୟାର ଏସିଆ ଭାରତ ବଜାରରେ ଏହାର କାରବାର ବନ୍ଦ କରିବା ସ୍ଥିତିରେ ରହିଛି। ଏୟାର ଏସିଆ ଇଣ୍ଡିଆର ମୂଳ କମ୍ପାନୀରେ ସମସ୍ୟା କାରଣରୁ କମ୍ପାନୀ ଏଭଳି ନିଷ୍ପତ୍ତି ନେବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ପରେ ମନ୍ତ୍ରଣାଳୟ ପକ୍ଷରୁ ଏହାର ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି। ପୁରୀଙ୍କ କଥାକୁ ଭୁଲ୍‌ ଭାବେ ଦର୍ଶାଯାଇଥିବା ଏଥିରେ କୁହାଯାଇଛି।
ଏୟାର ଏସିଆ ଇଣ୍ଡିଆ ଟାଟା ଗ୍ରୁପ୍‌ ସହ ମିଶି ଭାରତରେ ସେବା ଯୋଗାଉଛି। ଟାଟା ଗ୍ରୁପ୍‌ ଏହି କମ୍ପାନୀରେ ପ୍ରମୁଖ ଅଂଶୀଦାର। ଏହି ଘଟଣା ସମ୍ପର୍କରେ କମ୍ପାନୀର ଉତ୍ତର ଲୋଡାଯାଇଥିବା ବେଳେ ମୁଖପାତ୍ର କିଛି କହିବାକୁ ମନା କରିଦେଇଛନ୍ତି। କରୋନା ଯୋଗୁ ଏୟାର ଏସିଆ ବରହାଦ ସମସ୍ୟାରେ ରହିଛି। କମ୍ପାନୀ ପୁଞ୍ଜି ସଂଗ୍ରହ କରିବା ଯୋଜନା ରଖିଛି। ୨୦୧୪ରେ କମ୍ପାନୀ ଭାରତ ବଜାରରେ ପ୍ରବେଶ କରିଥିଲା। ହେଲେ କମ୍ପାନୀ ଲାଭଜନକ ସ୍ଥିତିକୁ ଆସିପାରିନାହିଁ। ଭାରତରେ ଏହାର ବଜାର ଅଂଶ ୬.୮% ରହିଛି। ସେହିଭଳି ୩ ହଜାର କର୍ମଚାରୀ ଏହି କମ୍ପାନୀରେ କାମ କରୁଛନ୍ତି। ଟାଟା ସନ୍ସ ଏହି କମ୍ପାନୀରେ ୧୧% ଅଂଶଧନ ହାସଲ କରିଛି। ମାଲେସିଆ କମ୍ପାନୀର ଅଂଶ ୪୯% ରହିଛି। କ୍ଷତିରେ ଚାଲୁଥିବା ଏହି ଯୌଥ ଉଦ୍ୟୋଗରେ ମାଲେସିଆ ଭିତ୍ତିକ କମ୍ପାନୀ ପୁଞ୍ଜି ଲଗାଇବା ସପକ୍ଷରେ ନାହିଁ। ଅପରପକ୍ଷରେ କମ୍ପାନୀର ବଳକା ୪୯% ଅଂଶଧନ କିଣିନେବା ଲାଗି ଟାଟା ଆଲୋଚନାରେ ସାମିଲ ହୋଇଥିବା ଶୁଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri