ଭାରତ ବଜାର ଛାଡ଼ିବ ଏୟାର ଏସିଆ; ସମ୍ପୂର୍ଣ୍ଣ ଅଂଶଧନ ଟାଟାକୁ ବିକିପାରେ

ନୂଆଦିଲ୍ଲୀ: ସୁଲଭ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ଭାରତ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି। କରୋନା ଯୋଗୁ ବିମାନ ଚଳାଚଳ କ୍ଷେତ୍ର ସଙ୍କଟରେ ଚାଲିଛି। ବିମାନ କମ୍ପାନୀଗୁଡିକ ରାଜସ୍ବ କ୍ଷତି ସହୁଥିବାରୁ ଖର୍ଚ୍ଚ କାଟ ଏବଂ ଛଟେଇ ଭଳି ସମସ୍ୟା ଉପୁଜିଛି। ଏଭଳି ସ୍ଥିତିରେ ଭାରତରେ କାରବାର ବଜାୟ ରଖିବା କମ୍ପାନୀଗୁଡିକ ଲାଗି କଷ୍ଟକର ହୋଇ ପଡୁଛି। ପୂର୍ବରୁ ମଧ୍ୟ ଏହି କମ୍ପାନୀ ଭାରତ ଛାଡିବା ନେଇ ଚିନ୍ତା କରୁଥିବା କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ହେଲେ କେବେ ସୁଦ୍ଧା କମ୍ପାନୀ ଭାରତ ଛାଡିବ ସେ ନେଇ ସେ ସ୍ପଷ୍ଟ କରି ନ ଥିଲେ। କମ୍ପାନୀର ଏହି ଯୋଜନାକୁ ନେଇ ପୁଣି ଥରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ମୁତାବକ କମ୍ପାନୀ ଭାରତ ବଜାରରେ ରହିଥିବା ଏହାର ସମ୍ପୂର୍ଣ୍ଣ କାରବାରର ଅଂଶଧନକୁ ଟାଟା ଗ୍ରୁପ୍‌କୁ ବିକ୍ରି କରିପାରେ। ଏୟାର ଏସିଆଇ ଇଣ୍ଡିଆ ମାଲେସିଆ ଭିତ୍ତିକ ଏୟାର ଏସିଆ ବରହାଦର ଏକ ଅଂଶ।
କମ୍ପାନୀର ଏହି ଯୋଜନା ସମ୍ପର୍କରେ ଚର୍ଚ୍ଚା ହେଉଥିବା ବେଳେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ସୋମବାର ଏ ନେଇ ଦେଇଥିବା ମତ ପରେ ଚର୍ଚ୍ଚା ଜୋର ଧରିଛି। ଚଣ୍ଡୀଗଠାରୁ କମ୍ପାନୀ କାହିଁକି ଏହାର ବିମାନ ସେବା ବନ୍ଦ କରିବ ବୋଲି ଏକ ପ୍ରଶ୍ନରେ ପୁରୀ କହିଛନ୍ତି ଯେ, ଏୟାର ଏସିଆ ଭାରତ ବଜାରରେ ଏହାର କାରବାର ବନ୍ଦ କରିବା ସ୍ଥିତିରେ ରହିଛି। ଏୟାର ଏସିଆ ଇଣ୍ଡିଆର ମୂଳ କମ୍ପାନୀରେ ସମସ୍ୟା କାରଣରୁ କମ୍ପାନୀ ଏଭଳି ନିଷ୍ପତ୍ତି ନେବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ପରେ ମନ୍ତ୍ରଣାଳୟ ପକ୍ଷରୁ ଏହାର ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି। ପୁରୀଙ୍କ କଥାକୁ ଭୁଲ୍‌ ଭାବେ ଦର୍ଶାଯାଇଥିବା ଏଥିରେ କୁହାଯାଇଛି।
ଏୟାର ଏସିଆ ଇଣ୍ଡିଆ ଟାଟା ଗ୍ରୁପ୍‌ ସହ ମିଶି ଭାରତରେ ସେବା ଯୋଗାଉଛି। ଟାଟା ଗ୍ରୁପ୍‌ ଏହି କମ୍ପାନୀରେ ପ୍ରମୁଖ ଅଂଶୀଦାର। ଏହି ଘଟଣା ସମ୍ପର୍କରେ କମ୍ପାନୀର ଉତ୍ତର ଲୋଡାଯାଇଥିବା ବେଳେ ମୁଖପାତ୍ର କିଛି କହିବାକୁ ମନା କରିଦେଇଛନ୍ତି। କରୋନା ଯୋଗୁ ଏୟାର ଏସିଆ ବରହାଦ ସମସ୍ୟାରେ ରହିଛି। କମ୍ପାନୀ ପୁଞ୍ଜି ସଂଗ୍ରହ କରିବା ଯୋଜନା ରଖିଛି। ୨୦୧୪ରେ କମ୍ପାନୀ ଭାରତ ବଜାରରେ ପ୍ରବେଶ କରିଥିଲା। ହେଲେ କମ୍ପାନୀ ଲାଭଜନକ ସ୍ଥିତିକୁ ଆସିପାରିନାହିଁ। ଭାରତରେ ଏହାର ବଜାର ଅଂଶ ୬.୮% ରହିଛି। ସେହିଭଳି ୩ ହଜାର କର୍ମଚାରୀ ଏହି କମ୍ପାନୀରେ କାମ କରୁଛନ୍ତି। ଟାଟା ସନ୍ସ ଏହି କମ୍ପାନୀରେ ୧୧% ଅଂଶଧନ ହାସଲ କରିଛି। ମାଲେସିଆ କମ୍ପାନୀର ଅଂଶ ୪୯% ରହିଛି। କ୍ଷତିରେ ଚାଲୁଥିବା ଏହି ଯୌଥ ଉଦ୍ୟୋଗରେ ମାଲେସିଆ ଭିତ୍ତିକ କମ୍ପାନୀ ପୁଞ୍ଜି ଲଗାଇବା ସପକ୍ଷରେ ନାହିଁ। ଅପରପକ୍ଷରେ କମ୍ପାନୀର ବଳକା ୪୯% ଅଂଶଧନ କିଣିନେବା ଲାଗି ଟାଟା ଆଲୋଚନାରେ ସାମିଲ ହୋଇଥିବା ଶୁଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri