ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ୬ ବର୍ଷରୁ ୧୫ ବର୍ଷ ସବ ଜୁନିୟର ନ୍ୟାଶନାଲ କିକ୍ ବକ୍ସିଂ ଚମ୍ପିୟାନଶିପ୍ ପ୍ରତିଯୋଗିତାରେ ଗଞ୍ଜାମରେ ୫ ଜଣ ଅଂଶ ଗ୍ରହଣ କରିଛନ୍ତି। କୋଚ ପ୍ରଦୀପ କୁମାର ଅପାତଙ୍କ ନେତୃତ୍ୱରେ ଗଞ୍ଜାମ ବ୍ଲକ୍ କାଇଁଚପୁରର ଏନ୍.ସରସ୍ବତୀ ରେଡ୍ଡୀ, ଗଞ୍ଜାମ ସହରରେ ନିହାରିକା ସ୍ବାଇଁ ଓ ବେଦ ପ୍ରକାଶ ବେହେରା, ଅଗସ୍ତି ନୂଆଗାଁର ଜାନଭି ପ୍ରିୟ ଦର୍ଶନୀ ଦାସ ଓ ମନୀଷା ପ୍ରିୟ ଦର୍ଶନୀ ଦାସ ପ୍ରମୁଖ ମଧ୍ୟପ୍ରଦେଶ ଗସ୍ତ କରିଛନ୍ତି।
ଗତ ୧୭ରୁ ଆରମ୍ଭ ହୋଇଥିବା ଏହିପ୍ରତିଯୋଗିତା ଜିତି ୱାର୍ଲଡ ଓ ଏସିଆନ ଚାମ୍ପିୟନଶିପ୍ରେ ଖେଳିବା ସୁଯୋଗ ପାଇବେ ବୋଲି କୋଚ ଅପାତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗଞ୍ଜାମର ସମସ୍ତ ପ୍ରତିଯୋଗୀ କ୍ୱାଟର ଫାଇନାଲରେ ପହଞ୍ଚି ଥିବା କୋଚଙ୍କଠାରୁ ସୂଚନା ମିଳିଛି। ସେଠାରୁ ଗୋଲଡ଼ ମେଡାଲ ଜିତିବାକୁ ଆଶା ଥିବା କୋଚ କହିଛନ୍ତି। ରବିବାର କ୍ୱାଟର ଫାଇନାଲ ଓ ସୋମବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି।