୫୦ବର୍ଷକୁ ଲକ୍ଷ୍ୟ ରଖି ୫ ବର୍ଷରେ ଯୋଜନା: ମୁଖ୍ୟମନ୍ତ୍ରୀ

ବରଗଡ଼,୧୯।୬(ପ୍ରେମାନନ୍ଦ ଖମାରୀ):ଗତ ୨୪ବର୍ଷ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ତ ଦୂରର କଥା, ୨୪ ବର୍ଷର ସମସ୍ୟା ମଧ୍ୟ ପଡ଼ି ରହିଛି। ରାଜ୍ୟରେ ଶାସନକୁ ଆସିବା ପୂର୍ବରୁ ଭାଜପା ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ତାହା ପାଳନ କରାଯିବ। ଶପଥ ପାଠ ସରିବାର ଅଳ୍ପ ସମୟ ମଧ୍ୟରେ କେତେକ ପ୍ରମୁଖ ପ୍ରତିଶ୍ରୁତିକୁ ରାଜ୍ୟ କ୍ୟାବିନେଟ୍‌ରେ ମୋହର ଲାଗିଛି। ନିର୍ବାଚନ ପୂର୍ବରୁ ଲୋକଙ୍କ କଥା ଏବଂ ଦାବିକୁ ନେଇ ଭାଜପା ସଂକଳ୍ପ ପତ୍ର ପ୍ରସ୍ତୁତ କରିଥିଲା। ଅନୁରୂପ ଭାବେ ରାଜ୍ୟବାସୀଙ୍କ ପ୍ରସ୍ତାବକୁ ନେଇ ଆଗାମୀ ବଜେଟ ପ୍ରସ୍ତୁତ ହେବ। ଏଥିପାଇଁ ସର୍ବସାଧାରଣଙ୍କ ସକାଶେ ଏକ ୱେବସାଇଟ୍‌ ଖୋଲାଯିବ। ଲୋକେ ସେଥିରେ ସେମାନଙ୍କ ପ୍ରସ୍ତାବ ଦେବେ ଏବଂ ତାକୁ ନେଇ ଆଗାମୀ ବଜେଟ୍‌ ପ୍ରସ୍ତୁତ ହେବ। ଆଗାମୀ ୫୦ବର୍ଷକୁ ଲକ୍ଷ୍ୟ ରଖି ଏହି ୫ବର୍ଷ ଭିତରେ ରାଜ୍ୟରେ କାମ ହେବ ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବରଗଡ଼ ଗସ୍ତରେ ଆସି କହିଛନ୍ତି।
ସ୍ଥାନୀୟ ଜଜ୍‌ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ସହାୟତା ବଣ୍ଟନରେ ଯୋଗଦେଇ ନିଜକୁ ପିପୁଲ୍ସ ସିଏମ୍‌ ବୋଲି ଅଭିହିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସି ଡବଲ୍‌ ଇଞ୍ଜିନ ସରକାର ପାଇଁ ଅନୁରୋଧ କରିଥିଲେ। ସେହି ଅନୁରୋଧ ରକ୍ଷା କରି ଚାଷୀମାନେ ରାଜ୍ୟରେ ନୂଆ ସରକାରକୁ ଆଣିଛନ୍ତି। ଏହି ସରକାର ଉପରେ ଚାଷୀଙ୍କ ବହୁତ ଆଶା, ଭରସା ରହିଛି। ପ୍ରଧାନମନ୍ତ୍ରୀ ମଧ୍ୟ ଚାଷୀଭାଇମାନଙ୍କୁ ଆଗେଇ ନେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କାକୁ ବୃଦ୍ଧି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍‌୍‌ରେ ନିଷ୍ପତ୍ତି ନିଆଯାଇଛି। ଧାନର ଏମ୍‌ଏସ୍‌ପି ବର୍ତ୍ତମାନ ୨୧୮୩ ଟଙ୍କା ରହିଛି। ଭାଜପା ସରକାର ଚାଷୀଙ୍କ କ୍ଷତି ଭରଣା ପାଇଁ କୃଷକ ସମୃଦ୍ଧି ନୀତି ଯୋଜନା ଆଣି ଧାନ କୁଇଣ୍ଟାଲ ପ୍ରତି ଆହୁରି ଅଧିକ ୯୧୭ ଟଙ୍କା ଲେଖାଏ ଦେବ। ଚାଷୀମାନେ ବିକ୍ରି ହେବାର ୪୮ଘଣ୍ଟା ମଧ୍ୟରେ ଡିବିଟି ମାଧ୍ୟମରେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଲେଖାଏ ପାଇବେ ଏବଂ କୃଷିକ୍ଷେତ୍ରର ଭିତ୍ତିଭୂମିର ବିକାଶ ମଧ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତିରେ ମଙ୍ଗଳବାର ରାଜ୍ୟର ୩୧ଲକ୍ଷ ୬୨ହଜାର ଚାଷୀଙ୍କ ଜମାଖାତା(ବ୍ୟାଙ୍କ ଆକାଉଣ୍ଟ)କୁ ୬୩୨କୋଟି ୪୮ଲକ୍ଷ ଟଙ୍କା ଯାଇଛି।
କାର୍ଯ୍ୟକ୍ରମସ୍ଥଳରେ ଲୋକଙ୍କ ଭିଡ଼ ତୁଳନାରେ ପର୍ଯ୍ୟାପ୍ତ ଟେଣ୍ଟ ବ୍ୟବସ୍ଥା ହୋଇ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସ୍ଥାନୀୟ ସରକାରୀ ଅଧିକାରୀଙ୍କୁ ତାଗିଦ୍‌ କରିଛନ୍ତି। ଆଉ ଅଫିସରରାଜ୍‌ ଚଳିବ ନାହିଁ। ଅଫିସରମାନଙ୍କୁ ସରକାରଙ୍କ ଆଦେଶ ମାନିବାକୁ ପଡ଼ିବ ଏବଂ ନ ମାନିଲେ ଜାଗା ଛାଡ଼ିବାକୁ ପଡ଼ିବ ବୋଲି ସେ ସତର୍କ କରି ଦେଇଛନ୍ତି। ଉଭୟ ରବି ଏବଂ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀଙ୍କୁ ବିନା କଟନିଛଟନିରେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଲେଖାଏ ମିଳିବ ବୋଲି ସେ କହିଛନ୍ତି। ବରଗଡ଼ ଲୋକ ସଭା ଏମ୍‌ପି ପ୍ରଦୀପ ପୁରୋହିତ କହିଛନ୍ତି, ଏହି ସରକାର କୌଣସି ଆଇଏଏସ୍‌ କିମ୍ବା ପୁଞ୍ଜିପତି, କୋଟିପତିଙ୍କ ସରକାର ନୁହେଁ। ଚାଷୀ, ଛାତ୍ର, ମହିଳାଙ୍କ ପରାମର୍ଶରେ ଏହି ସରକାର ଚାଲିବ ଏବଂ ଆଗାମୀ ୫ବର୍ଷରେ ଓଡ଼ିଶା ଦେଶର ୧ନମ୍ବର ରାଜ୍ୟ ହେବ। ଭଟଲି ବିଧାୟକ ଇରାସିସ୍‌ ଆଚାର୍ଯ୍ୟ ଗରିବ, ଚାଷୀ, ଯୁବକ, ମହିଳାଙ୍କ ପାଇଁ ମୋଦି ସରକାର କାମ କରୁଛି ଏବଂ ରାଜ୍ୟରେ ବରଗଡ଼କୁ ୧ନମ୍ବର ଜିଲା କରିବା ପାଇଁ ସେ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି। ଚାଷୀଭାଇମାନେ ସରକାରରେ ପରିବର୍ତ୍ତନ ଆଣିଛନ୍ତି ଏବଂ ଏହି ସରକାର ଚାଷୀଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦେବା ପ୍ରକ୍ରିୟା ଆରମ୍ଭ କରିଦେଇଛି ବୋଲି ଅତାବିରା ବିଧାୟକ ନୀହାର ରଞ୍ଜନ ମହାନନ୍ଦ କହିଛନ୍ତି। ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ସ୍ବାସ୍ଥ୍ୟକେନ୍ଦ୍ରରେ ପର୍ଯ୍ୟାପ୍ତ ଡାକ୍ତର ନିଯୁକ୍ତି, ଜୀରାନଦୀରେ ଆନିକଟ୍‌ ନିର୍ମାଣ, ଧାନକ୍ରୟର ସୁବ୍ୟବସ୍ଥା ଏବଂ ବରଗଡ଼ରେ ମେଡିକାଲ କଲେଜ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଡବଲ ଇଞ୍ଜିନ ସରକାରରେ ବିକାଶ ପ୍ରକ୍ରିୟା ଯଥେଷ୍ଟ ତ୍ୱରାନ୍ବିତ ହେବ ବୋଲି ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ କହିଛନ୍ତି। ଏହି ଅବସରରେ ଜିଲାର ଅଗ୍ରଣୀ ଚାଷୀ କୃଷ୍ଣଚନ୍ଦ୍ର ହୋତା, ଯୋଗୀନ୍ଦ୍ର ପ୍ରଧାନ, ନୀଳକଣ୍ଠ ସା, ଶ୍ୟାମଘନ ପ୍ରଧାନ, ଦେବେନ୍ଦ୍ର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ଅପରାହ୍ନ ପ୍ରାୟ ୫ଟାରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ଷ୍ଟାଡ଼ିୟମରେ ଓହ୍ଲାଇଥିଲେ। ସେଠାରୁ ରାସ୍ତାରେ ଗାନ୍ଧୀଛକକୁ ଯାଇ ମହାତ୍ମା ଗାନ୍ଧୀ, ସ୍ବଭାବ କବି ଗଙ୍ଗାଧର ମେହେରଙ୍କୁ ମାଲ୍ୟାର୍ପଣ ପରେ ରୋଡ୍‌ ଶୋ’ରେ ଭିଏସଏସ ନଗର(ବାନ୍ଦୁଟିକ୍ରା) ଛକକୁ ଯାଇ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସଭା ମଞ୍ଚକୁ ଯାଇଥିଲେ। ସନ୍ଧ୍ୟା ୭ଟା ୨୦ ମିନିଟ୍‌ରେ ସମାରୋହ ସରିଥିଲା। କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀକାନ୍ତ ପୃଷ୍ଟି, ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ, ପୂର୍ବତନ ବିଧାୟକ ନାଉରୀ ନାୟକ, ଭାଜପା ନେତା ଡି. ମୁରଲୀ କ୍ରିଷ୍ଣା, ସୁରେଶ୍ୱର ଶତପଥୀ, ଗୋବର୍ଦ୍ଧନ ଭୋଏ, ଡା. ଅରୂପାନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜିଲାପାଳ ଗୋୟଲ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ସରିବା ପରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ସର୍କିଟ୍‌ ହାଉସକୁ ଯାଇଥିଲେ ଏବଂ ସେଠାରେ ସ୍ଥାନୀୟ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ନାଗରିକ, ବରିଷ୍ଠ ପଦାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ସେ ଅତାବିରା ଅଭିମୁଖେ ଯାଇଥିଲେ ଏବଂ ସେଠାରେ ଅଞ୍ଚଳବାସୀ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲା ସିପିଆଇ, ଏହି ସବୁ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୦।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ନିଶା ମହାରଣାଙ୍କୁ ମିଳିଲା ଜାମିନ, ଏସ୍‌ଡିଜେଏମ କୋର୍ଟରେ ଆତ୍ମସମର୍ପଣ ପରେ…

ବଲାଙ୍ଗୀର, ୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁର ଏକ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାକୁ ନେଇ କିଛି…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆମେ ନିଜ ପାଇଁ ନୁହେଁ ବରଂ…ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ପାକିସ୍ତାନ ରାଜି ପରେ ମୁହଁ ଖୋଲିଲେ ନକ୍‌ବି

ଇସଲାମାବାଦ୍‌,୧୦।୨: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକବିଙ୍କ ICC T20 ବିଶ୍ୱକପ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବା ସମ୍ପର୍କରେ ବୟାନ ପରେ ଏହା…

୧୫ରେ ମହାଶିବରାତ୍ରୀ ପାଳନ ନେଇ କୌଣସି ଦନ୍ଦ୍ୱ ନାହିଁ: ଲିଙ୍ଗରାଜ ମନ୍ଦିର ସୁପରଭାଇଜର

ଭୁବନେଶ୍ୱର,୧୦।୨: ଆସନ୍ତା ୧୫ରେ ପାଳନ ହେବ ମହାଶିବରାତ୍ରି। ଏଥିରେ କୌଣସି ଦନ୍ଦ୍ୱ ନାହିଁ ବୋଲି ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ସୁପରଭାଇଜର। ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢ଼ା…

କଳସ ଯାତ୍ରା ସମୟରେ ଦଳାଚକଟା, ମହିଳା ମୃତ

ଗ୍ବାଲିୟର,୧୦।୨: ମଧ୍ୟ ପ୍ରଦେଶ ଗ୍ବାଲିୟରର ନବଗ୍ରହ ପୀଠ ମନ୍ଦିରରେ ଚାଲିଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ସମୟରେ କଳସ ଯାତ୍ରା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଶୋଭାଯାତ୍ରାରେ…

ନଗଦ କାରବାର, ସମ୍ପତ୍ତି ଏବଂ ଯାନବାହାନ କ୍ରୟ ପାଇଁ ପ୍ୟାନ୍ ନିୟମରେ ପରିବର୍ତ୍ତନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୨: ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଆୟକର ନିୟମର ଡ୍ରାଫ୍ଟରେ ଅନେକ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ପରାମର୍ଶ ଦିଆଯାଇଛି । ନୂତନ ନିୟମ ଅନୁଯାୟୀ, ନଗଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri