Categories: ଜାତୀୟ

ବନ୍ଦେ ଭାରତ ଟ୍ରେନ୍ ଉପରେ ପଥରମାଡ, ଯାତ୍ରା କରୁଥିଲେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ

ଅହମଦାବାଦ,୮ ।୧୧: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ପାର୍ଟି ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବଡ ବଡ ନେତାମାନେ ଏବେ ଗୁଜରାଟର ବିଭିନ୍ନ ଅଞ୍ଚଳ ଗସ୍ତ କରିବାରେ ଲାଗିଛନ୍ତି । ଏହି କ୍ରମରେ ସୋମବାର ଅଲ ଇଣ୍ଡିଆ ମଜଲିସ-ଏ-ଇନ୍‌ତେହା ମୁସଲିମ(ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱେସି ଗୁଜରାଟ ଗସ୍ତରେ ଯାଇଛନ୍ତି । ତେବେ ଏହି ସମୟରେ ସେ ଯେଉଁ ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରୁଥିଲେ ସେହି ଟ୍ରେନ୍ ଉପରକୁ କେତେଜଣ ଅଜ୍ଞାତ ବ୍ୟକ୍ତି ପଥରମାଡ କରିଛନ୍ତି । ଯେଉଁଥିରେ ଟ୍ରେନର କାଚ ଭାଙ୍ଗିଯାଇଛି । ଏହି ଘଟଣା ସମ୍ପର୍କରେ ଓୱେସିଙ୍କ ଦଳର ନେତା ୱାରିସ ପଠାନ ଟୁଇଟ କରି ସୂଚନା ଦେଇଛନ୍ତି । ସେ ଦାବି କରିଛନ୍ତି ଯେ କେତେଜଣ ଅଜ୍ଞାତ ବ୍ୟକ୍ତି ଖୁବ ଯୋରରେ ପଥରମାଡ କରି ଟ୍ରେନର କାଚ ଭାଙ୍ଗି ଦେଇଛନ୍ତି ।
ପଠାନ ତାଙ୍କ ଟୁଇଟରରେ କିଛି ଫଟୋ ଶେୟାର କରିଛନ୍ତି ଯେଉଁଥିରେ ବନ୍ଦେ ଭାରତ ଟ୍ରେନର କିଛି କାଚ ଭାଙ୍ଗିଯାଇଥିବା ଦେଖାଯାଇଛି । ଆଉକିଛି ଫଟୋରେ ପଠାନଙ୍କ ସମେତ ଆଉ କେତେଜଣ ଲୋକ ବି ନଜର ଆସିଛନ୍ତି ।

 

Share