Categories: ଜାତୀୟ

ଗୁଜରାଟରେ ନିର୍ବାଚନ ଲଢ଼ିବ ଏଆଇଏମ୍‌ଆଇଏମ୍‌

ଅହମଦାବାଦ,୩୦।୫: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଦିନକୁ ଦିନ ସରଗରମ ହେବାରେ ଲାଗିଛି। ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବା ପାଇ ଅସାଦୁଦ୍ଦିନ ଓୱାଇସିଙ୍କ ଏଆଇଏମ୍‌ଆଇଏମ୍‌ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଦଳର ମୁଖ୍ୟ ଅସାଦୁଦ୍ଦିନ ରବିବାର ପୋର୍‌ବନ୍ଦରରେ ପହଞ୍ଚି ଦଳୀୟ ପ୍ରସ୍ତୁତିକୁ ତଦାରଖ କରିଛନ୍ତି। ଦଳର ବୈଠକରେ ଯୋଗଦେବା ପାଇଁ ସେ ଗୁଜରାଟ ଆସିଥିବା କହିଛନ୍ତି। ଏପରିକି ଦଳ ପକ୍ଷରୁ ହେବାକୁ ଥିବା ରାଲିରେ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଥିବା ସେ ସୂଚନା ଦେଇଛନ୍ତି। ଏହା ସହ ଗୁଜରାଟରେ ଦଳ ନିର୍ବାଚନ ଳଢ଼ିବ ବୋଲି ଓୱାଇସି ସ୍ପଷ୍ଟ କରିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିଥିବା ବେଳେ ବିଧାନସଭା ନିର୍ବାଚନରେ ଭଲ କରିବ ବୋଲି ଅସାଦୁଦ୍ଦିନ ଆଶାବ୍ୟକ୍ତ କରିଛନ୍ତି।

ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତରେ ଆସି ଦଳୀୟ କାର୍ଯ୍ୟକାରିଣୀ ବୈଠକକୁ ଉଦ୍‌ବୋଧନ ଦେଇଥିଲେ। ଅନ୍ୟପକ୍ଷେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଏବେଠୁ ରାଜନୈତିକ ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Share