Categories: ଜାତୀୟ

ୟୁପି ପୋଲିସକୁ ଓୱାଇଇସିଙ୍କ ଧମକ: ଭାଇରାଲ ହେଉଛି ଭିଡିଓ

କାନପୁର,୨୪ ।୧୨: ପାଖେଇ ଆସିଲାଣି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଆସନ୍ତା ବର୍ଷ ହେବାକୁ ଥିବା ଏହି ନିର୍ବାଚନ ଲାଗି ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଯୋରସୋରରେ କରୁଛନ୍ତି । ଇତିମଧ୍ୟରେ ଅଲ ଇଣ୍ଡିଆ ମଜଲିସ-ଏ-ଇନ୍ତେହାଦୁଲ ମୁସଲିମିନ(ଏଆଇଏମ୍‌ଆଇଏ)ର ମୁଖ୍ୟ ଅସଦୁଦ୍ଦିନଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଉତ୍ତର ପ୍ରଦେଶରେ ଏକ ଜନସଭାକୁ ଉଦବୋଧନ ଦେବା ସମୟରେ ୟୁପି ପୋଲିସକୁ ଧମକ ଦେଉଥିବା ଦେଖାଯାଇଛି । ଏଥିରେ ସେ କହିଛନ୍ତି ଯୋଗୀ ଅର୍ଥାତ୍ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବୁବେଳେ ମୁଖ୍ୟମନ୍ତ୍ରୀ ହୋଇ ରହିବେ ନାହିଁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ପ୍ରଧାନମନ୍ତ୍ରୀ ହୋଇ ରହିବେ ନାହିଁ । ଯୋଗୀ ଯେତେବେଳେ ମଠକୁ ଯିବେ ଓ ମୋଦି ଯେତେବେଳେ ପାହାଡକୁ ଯିବେ ସେତେବେଳେ ତୁମକୁ କିଏ ରକ୍ଷା କରିବ । ଆମେ ମୁସଲମାନ କେବେ କିଛି ଭୁଲି ନ ଥାଉ ସବୁ କଥା ମନେ ରଖିଥାଉ ।

Share