‘ଭୁବନେଶ୍ୱରକୁ ମଡେଲ ସିଟି କରିବାକୁ ଲକ୍ଷ୍ୟ’

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ନୂତନ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ଗଞ୍ଜାମର ପୂର୍ବତନ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ସାଧାରଣ ମଧ୍ୟବିତ୍ତ ପରିବାରରୁ ଆସି ସେ ଜଣେ ଦକ୍ଷ ପ୍ରଶାସକ ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି। ଜିଲାପାଳ ଥିବା ସମୟରେ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ଚର୍ଚ୍ଚାକୁ ଆସିଥିଲେ କୁଲାଙ୍ଗେ। ତେଣୁ ଭୁବନେଶ୍ୱରର ମାଳ ମାଳ ସମସ୍ୟା ଭିତରେ ନୂତନ କମିଶନରଙ୍କୁ ନେଇ ଲୋକଙ୍କ ମନରେ ଆଶା ଓ ଉତ୍କଣ୍ଠା ସୃଷ୍ଟି ହେଉଛି। ଏହି କିଛିଦିନର ଅଭିଜ୍ଞତାକୁ ନେଇ ଇତିମଧ୍ୟରେ କମିଶନର କୁଲାଙ୍ଗେ ରାଜଧାନୀକୁ ନୂଆ ରୂପ ଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ରାଜଧାନୀବାସୀଙ୍କ ପାଇଁ କ’ଣ ଯୋଜନା ଓ ଲକ୍ଷ୍ୟ ରହିଛି ସେ ନେଇ ତାଙ୍କ ସହ ‘ଧରିତ୍ରୀ’ର ସ୍ବତନ୍ତ୍ର ଆଳାପ।

ପ୍ରଶ୍ନ- ବ୍ରହ୍ମପୁର ମ୍ୟୁନିସିପାଲିଟି ଓ ଭୁବନେଶ୍ୱର ମ୍ୟୁନିସିପାଲିଟି ଭିତରେ କ’ଣ ଫରକ ଦେଖୁଛନ୍ତି?
ଏଠାରେ ବି ଅନେକ ସମସ୍ୟା ରହିଛି। ମାତ୍ର ରାଜ୍ୟର ରାଜଧାନୀ ହୋଇଥିବାରୁ ଏହାକୁ ନେଇ ସମସ୍ତଙ୍କର ବହୁତ ଆଶା ରହୁଛି। ତେଣୁ ଏହା ଉପରେ କାମ କରିବାର ଅଛି। ଆଗାମୀ ଦିନରେ ଭୁବନେଶ୍ୱରକୁ ଏକ ମଡେଲ ସିଟି ଭାବେ ପରିଣତ କରିବାକୁ ଲକ୍ଷ୍ୟ ରହିଛି।
ପ୍ରଶ୍ନ- ଭୁବନେଶ୍ୱର ନଂ.୧ ସ୍ମାର୍ଟସିଟିର ମାନ୍ୟତା ପାଇଥିଲା। ମାତ୍ର ଏବେ ସେଥିରେ ଅବନତି ଘଟିଛି। ପୁଣି ଥରେ ଶ୍ରେଷ୍ଠ ସିଟି ମାନ୍ୟତା ପାଇଁ କ’ଣ ପଦକ୍ଷେପ ନେବେ?
ନମ୍ବର ଗେମ୍‌ରେ ମୁଁ ବିଶ୍ୱାସ କରେନି। ନମ୍ବର ଉପର ତଳ ହେବ। ତେବେ ଭୁବନେଶ୍ୱରବାସୀଙ୍କୁ ଯେପରି ଆମେ ମୌଳିକ ସୁବିଧା ଯୋଗାଇ ପାରିବୁ ସେଥିପାଇଁ ଚେଷ୍ଟା କରୁଛି। ଲୋକଙ୍କୁ ପରିମଳ, ପାନୀୟ ବ୍ୟବସ୍ଥା, ରାସ୍ତାଘାଟ ଆଦି ସୁବିଧା ଦେବା ପାଇଁ କାମ କରିବୁ। ଏଥିସହ ରାସ୍ତା ପାର୍ଶ୍ୱରେ ଯେପରି ଅଳିଆ ଆବର୍ଜନା, ପ୍ଲାଷ୍ଟିକ ଦେଖିବାକୁ ମିଳିବନି, ରାସ୍ତାରେ ଗାଈଗୋରୁ, ବୁଲା କୁକୁର ଦେଖିବାକୁ ମିଳିବନି, ଟ୍ରାଫିକ୍‌ ସମସ୍ୟା ରହିବ ନାହିଁ, ସେଥିପାଇଁ ପ୍ରଚେଷ୍ଟା ରହିବ। ଏହାବାଦ୍‌ ସ୍ମାର୍ଟସିଟିର ବଡ ବଡ ପ୍ରୋଜେକ୍ଟକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ଚେଷ୍ଟା କରାଯିବ।
ପ୍ରଶ୍ନ- କରୋନା ସଂକ୍ରମଣ ଓ ମୃତ୍ୟୁରେ ଭୁବନେଶ୍ୱର ସର୍ବାଗ୍ରେ ଥିଲା। ଏବେ ସହରରେ ସଂକ୍ରମଣ ପୁଣି ବୃଦ୍ଧି ପାଉଛି। ଏହାକୁ କିଭଳି ସମ୍ଭାଳିବେ?
ସେ ସମୟର କରୋନା ଏବଂ ଏବେର କରୋନା ସଂକ୍ରମଣ ଭିତରେ ବହୁତ ପାର୍ଥକ୍ୟ ରହିଛି। ପରିସ୍ଥିତି ବଦଳିବା ସହିତ ସରକାର ଅଧିକ ସଚେତନ ହୋଇଛନ୍ତି। କରୋନା ଗାଇଡ୍‌ଲାଇନ୍‌କୁ ଲୋକମାନେ ପାଳନ କରୁଛନ୍ତି। ଲକ୍‌ଡାଉନ୍‌, ଶଟ୍‌ଡାଉନ ପାଇଁ ୨ବର୍ଷ ଧରି ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏବେ ଆଉ ସେଭଳି ସ୍ଥିତି ନାହିଁ। ସଂକ୍ରମଣ ବଢୁଥିଲେ ବି ହସ୍ପିଟାଲାଇଜେଶନ୍‌ ସଂଖ୍ୟା କମ୍‌ ରହୁଛି। ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଜନସାଧାରଣଙ୍କୁ କରୋନା ନେଇ ସଚେତନ କରାଯାଉଛି। ଓ୍ବାର୍ଡ ଅଫିସର ଏବଂ ସ୍ଥାନୀୟ କର୍ପୋରେଟର ମିଶି ସେମାନଙ୍କ ଓ୍ବାର୍ଡରେ କୋଭିଡ୍‌ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରିବେ। ଏଥିସହ ନିଜ ଓ୍ବାର୍ଡକୁ ଗ୍ରୀନ୍‌ ଓ୍ବାର୍ଡ (ଜିରୋ କେସ୍‌)ରେ ପରିଣତ କରିବା ପାଇଁ ଚେଷ୍ଟା କରିବେ।
ପ୍ରଶ୍ନ-ସମସ୍ୟା ସମାଧାନରେ ଜନଅଭିଯୋଗ ଶୁଣାଣି କେତେଦୂର ସହାୟକ ହେବ?
ପ୍ରଥମ ଦିନରେ ଜନଶୁଣାଣି କାର୍ଯ୍ୟକ୍ରମ ଭଲରେ ହୋଇଛି। ଏହି ଶୁଣାଣି ଦ୍ୱାରା ଲୋକମାନେ ସେମାନଙ୍କ ଆପତ୍ତି ଅଭିଯୋଗ ଜଣାଇପାରିବେ। ପୂର୍ବରୁ ମଧ୍ୟ ବିଏମ୍‌ସି ପକ୍ଷରୁ ଅଭିଯୋଗ କରିବା ପାଇଁ ଅଭିଯୋଗ ସେଲ୍‌, ୧୯୨୯ ଟୋଲ୍‌ ଫ୍ରି ନମ୍ବର, ଟୁଇଟର ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ରହିଛି। ତଥାପି ଏପରି ବହୁତ ଲୋକ ଅଛନ୍ତି, ଯେଉଁମାନେ କି ଏହି ମାଧ୍ୟମରେ ଅଭ୍ୟସ୍ତ ନୁହନ୍ତି। ତେଣୁ ସେମାନଙ୍କ ପାଇଁ ପ୍ରତି ସୋମବାର ଜନଅଭିଯୋଗ ଶୁଣାଣି ବ୍ୟବସ୍ଥା କରାଯାଉଛି। ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଶୁଣାଣି ଚାଲିବ। ଏହାଦ୍ୱାରା ସେମାନେ ନିଜେ ଆସି ଆମକୁ ଅଭିଯୋଗ ଜଣାଇବେ ଏବଂ ଅଧିକାରୀମାନେ ଏହାର ସମାଧାନ ଦିଗରେ ଆହୁରି ଯତ୍ନବାନ ହୋଇପାରିବେ।
ପ୍ରଶ୍ନ- ଭୁବନେଶ୍ୱରରେ ମୁକୁଳା ଡ୍ରେନ ସବୁଠାରୁ ବଡ଼ ସମସ୍ୟା। ସ୍ଥାୟୀ ପ୍ରତିକାର କେବେ?
ବର୍ଷା ହେଲେ କେତେକ ସ୍ଥାନରେ ପାଣି ଜମି ରହୁଛି। ମାତ୍ର ତାହା ଅଧଘଣ୍ଟା ଭିତରେ ନିଷ୍କାସିତ ହୋଇଯାଉଛି। ଭିତ୍ତିଭୂମି ତିଆରି କରିବା ପାଇଁ ସମୟ ଲାଗେ। ତେବେ ସେ ପର୍ଯ୍ୟନ୍ତ ଆମ ଅଧିକାରୀମାନେ ଅସ୍ଥାୟୀ ଭାବେ ସମସ୍ୟାର ସମାଧାନ କରୁଛନ୍ତି। ଅପରପକ୍ଷେ ଓ୍ବାର୍ଡସ୍ତରରେ ବିଏମ୍‌ସି, ପିଡବ୍ଲ୍ୟୁଡି, ଇଡ୍‌କୋ ଆଦି ସମସ୍ତଙ୍କ ଡ୍ରେନର ଏକ ତାଲିକା ବାହାର କରାଯାଇଛି। ସେଥି ମଧ୍ୟରୁ ଅଧିକାଂଶ ଡ୍ରେନ୍‌ରେ ସ୍ଲାବ୍‌ ପଡି ସାରିଲାଣି। ମାସକ ଭିତରେ ବାକି ସମସ୍ତ ଡ୍ରେନ୍‌ରେ ସ୍ଲାବ ପଡିବ।
ପ୍ରଶ୍ନ- ସହରର ବିକାଶ ପାଇଁ କ’ଣ କରିବେ?
ଏଠାରେ ପାର୍କ, ଓ୍ବାଟର ବଡିଜ୍‌ ଉପରେ ଫୋକସ୍‌ ରହିବ। ନାଳ, କେନାଲଗୁଡିକର ସୌନ୍ଦର୍ଯ୍ୟକରଣ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟକୁ ପୂରଣ କରିବା ଦିଗରେ କାମ କରାଯିବ।
ପ୍ରଶ୍ନ- ଆତ୍ମଜୀବନୀ ଲେଖିଛନ୍ତି, ଆଗକୁ ଆଉ କିଛି ବହି ଲେଖିବାର ଯୋଜନା ଅଛି କି?
କାମ ବ୍ୟସ୍ତ ଭିତରେ ଏବେ ବହି ଲେଖିବା ପାଇଁ ସମୟ ମିଳୁନାହିଁ। ଯେତେବେଳେ ସମୟ ମିଳିବ, ଲେଖିବି।
ସାକ୍ଷାତ୍‌କାର- ବନ୍ଦନା ସେଠୀ


Enter your email to get our daily news in your inbox.

All Right Reserved By Dharitri.Com

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

ପାର୍କରେ ବସିଥିଲେ ପ୍ରେମୀଯୁଗଳ, ହଠାତ୍‌ ଆସିଲେ ୨ ଯୁବକ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ଆଇଜି ପାର୍କରେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୌରୀନଗରର ଆଶିଷ...

ସ୍ଥାନୀୟ ପ୍ରଶାସନକୁ କଥା ଦେଇ କଥା ରଖିଲାନି ଠିକାସଂସ୍ଥା: ମରାମତି ନୋହିଲା ଷ୍ଟ୍ରିଟ୍‌ ଲାଇଟ୍‌, ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଆଉ କିଛି ଦିନ ପରେ ପାଳିବ ଶୀତ ମହୋତ୍ସବ। ଏଥିପାଇଁ ପ୍ରଶାସନ ପକ୍ଷରୁ...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ଚଢ଼ିଗଲା ପିତ୍ତ: ରାସ୍ତା ମଝିରେ କଲେ…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ରାସ୍ତା ମଝିରେ ପ୍ରେମିକାଙ୍କୁ ଗୋଡ଼ାଇ ପିଟିଲେ। ଏଭଳି ଘଟଣା ଇନ୍‌ଫୋଭ୍ୟାଲି ଥାନା ପିତାପଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri