ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ହେବାର ଲକ୍ଷ୍ୟ

ମାଣବସା ଗୁରୁବାର ଆସିଲେ ଯେବେ ମା’ ଘରେ ଏବଂ ଦୁଆରେ ଝୋଟି ଆଙ୍କୁଥିଲେ, ସେ ତାକୁ ଖୁବ୍‌ ଆଗ୍ରହରେ ଚାହିଁ ରହୁଥିଲେ। ନିଜେ ବି ଝୋଟି ଆଙ୍କିବାକୁ ଅଳି କରି ବସୁଥିଲେ। ଆଉ ତାଙ୍କ କୁନି କୁନି ହାତରେ ଆଙ୍କି ଦେଉଥିଲେ ଖୁବ୍‌ ସୁନ୍ଦର ଝୋଟି; ଯାହାକୁ ଦେଖି ଘରଲୋକଙ୍କଠାରୁ ପଡ଼ୋଶୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ମିଳୁଥିଲା ଭୂରି ଭୂରି ପ୍ରଶଂସା। ଧୀରେ ଧୀରେ ବୟସ ବଢ଼ିବା ସହ ସେ ଏ ଦିଗରେ ନିଜ ହାତ ସଳଖି ପାଲଟିଲେ ଓଡ଼ିଶାର ଜଣେ ସଫଳ ଉଦୀୟମାନ ଯୁବଶିଳ୍ପୀ। ସେ ହେଉଛନ୍ତି ଯାଜପୁର ଜିଲା ଦଶରଥପୁର ବ୍ଲକ୍‌ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ମାଆ ଇଲାରାଣୀ ଏବଂ ବାପା ଅଶୋକ କୁମାର ବିଶ୍ୱାଳଙ୍କ ପୁଅ ଶୁଭମୟ। ପିଲାବେଳୁ ତାଙ୍କର ଚିତ୍ରାଙ୍କନ ପ୍ରତି ରୁଚି ରହିଥିବାରୁ ମା’ବାପା ତାଙ୍କୁ ଏ ଦିଗରେ ଆଗକୁ ବଢ଼ିବା ଲାଗି ଚିତ୍ରାଙ୍କନ ଶିଖିବା ଲାଗି ଉତ୍ସାହିତ କରିଥିଲେ। ସ୍କୁଲ୍‌ ପଢ଼ିବା ବେଳେ ସେ ଅଳ୍ପଦିନ ଶିକ୍ଷା ନେବାର ସୁଯୋଗ ପାଇଥିଲେ। ହେଲେ ଗ୍ରାଜୁଏଶନ୍‌ ପରେ ସେ ଭୁବନେଶ୍ୱର ବି. କେ. ଆର୍ଟ କଲେଜରେ ବ୍ୟାଚେଲର ଇନ୍‌ ଫାଇନ୍‌ଆର୍ଟ ପଢ଼ା ସମାପ୍ତ କଲେ। ବର୍ତ୍ତମାନ ସେ ଅଏଲ୍‌ ପେଣ୍ଟିଂ, ଚାର୍କୋଲ ପେଣ୍ଟିଂ ଭଳି ବିଭିନ୍ନ ଆର୍ଟ ଫର୍ମରେ ସିଦ୍ଧହସ୍ତ। ତାଙ୍କ ହାତର ଯାଦୁଗରୀ ସ୍ପର୍ଶରେ ଯେମିତି ଜୀବନ୍ତ ହୋଇଉଠେ ସବୁ ଚିତ୍ର, ଯାହାକି ପ୍ରଦର୍ଶନୀରେ ପାଲଟେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ। ପ୍ରସିଦ୍ଧ ଚିତ୍ରକର ଏମ୍‌ଏଫ୍‌ ହୁସେନଙ୍କୁ ନିଜର ଆଦର୍ଶ ମାନୁଥିବା ଶୁଭମୟ ଅନେକ ସମୟରେ ଇଣ୍ଟରନେଟ୍‌ରୁ ତାଙ୍କ ଚିତ୍ରକଳା ଦେଖି ସେହିପରି ଆଙ୍କିବାର ପ୍ରୟାସ ମଧ୍ୟ କରନ୍ତି। ଏହା ତାଙ୍କ ସୃଜନଶୀଳତାକୁ ଆହୁରି ବୃଦ୍ଧି କରିଥାଏ ବୋଲି ସେ ପ୍ରକାଶ କରନ୍ତି। ବର୍ତ୍ତମାନ ସୁଦ୍ଧା ସେ ୨୦୧୮ରେ ମୋକ୍ଷମ୍‌ ନ୍ୟାଶନାଲ ଆର୍ଟ ଏକ୍ସଲେନ୍ସି ଆଓ୍ବାର୍ଡ ପାଇବା ସହିତ ଇ-ଟିଭି ଦ୍ୱାରା ଆୟୋଜିତ ଜଗନ୍ନାଥ ଆନୁଆଲ୍‌ ଆର୍ଟ ପ୍ରଦର୍ଶନୀ, ଟାଟା ଷ୍ଟିଲ୍‌ ନ୍ୟାଶନାଲ୍‌ ଆର୍ଟ କ୍ୟାମ୍ପ, ଧଉଳି ଚିତ୍ରକଳା ମହୋତ୍ସବରେ ଆୟୋଜିତ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ, ଲିଭିଂ କଲର ଏକ୍ସ ପ୍ରୋଜେକ୍ସନ, ଓଡ଼ିଶା ଲଳିତ କଳା ଏକାଡେମୀ କ୍ୟାମ୍ପ ଏବଂ ନ୍ୟାଶନାଲ୍‌ ଆର୍ଟ କ୍ୟାମ୍ପ୍‌, ତୂଳୀରେ ଜଗନ୍ନାଥ ଆଦିରେ ନିଜର ନିଖୁଣ ଚିତ୍ରକଳା ପ୍ରଦର୍ଶନ କରି ପୁରସ୍କୃତ ଓ ପ୍ରଶଂସିତ ହୋଇଛନ୍ତି।
ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରିବା ଲକ୍ଷ୍ୟରେ ସେ ନାରୀ ସଶକ୍ତୀକରଣ ଥିମ୍‌ ରଖି ଅନେକ ପେଣ୍ଟିଂ କରି ଗତବର୍ଷ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଏକ ୪ଦିନିଆ ଏକକ ପ୍ରଦର୍ଶନୀ ଆୟୋଜନ କରିଥିଲେ, ଯାହାକି ଜନସାଧାରଣଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହା ପୂର୍ବରୁ ମଧ୍ୟ ସେ ଭିନ୍ନ ଭିନ୍ନ ଥିମ୍‌ ନେଇ ଦୁଇ ଥର ସୋଲୋ ବା ଏକକ ଚିତ୍ରକଳା ପ୍ରଦର୍ଶନୀ ଏବଂ ବହୁବାର ଗ୍ରୁପ୍‌ ଚିତ୍ରକଳା ପ୍ରଦର୍ଶନୀ କରିସାରିଛନ୍ତି। ସେ କୁହନ୍ତି, ”ଯେକୌଣସି ବିଷୟବସ୍ତୁ ଉପରେ ଚିତ୍ର ଆଙ୍କିବା ଶିଳ୍ପୀ ମନର ଏକ ସୃଜନାତ୍ମକ ସ୍ରୋତ। ଏଣୁ ଶିଳ୍ପୀମାନଙ୍କୁ ଯଦି କୌଣସି ବିଷୟବସ୍ତୁ ସାମୂହିକ ସ୍ତରରେ ଆନ୍ଦୋଳିତ କରେ, ସେ ତାକୁ କାନ୍‌ଭାସରେ ପରିପ୍ରକାଶ କରିଯାଇଥାଏ। ଏହାକୁ ଇଂଲିଶ୍‌ରେ ସିରିଜ୍‌ କୁହାଯାଏ। ସେମିତି ମୋ ମନକୁ ବାସ୍ତୁ କିଛି ସମୟ ପାଇଁ ଆନ୍ଦୋଳିତ କରିଥିଲା ଏବଂ ଏହାକୁ ନେଇ କାନ୍‌ଭାସରେ ବିଭିନ୍ନ ପେଣ୍ଟିଂ କରିଛି, ଯାହାକୁ ନେଇ ଖୁବ୍‌ଶୀଘ୍ର ଆଉ ଏକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରିବାକୁ ଯାଉଛି। ଓଡ଼ିଶାର ଚିତ୍ରପ୍ରେମୀମାନଙ୍କୁ ଏହା ଉତ୍ସାହିତ କରିବ ବୋଲି ଆଶା ରହିଛି।“ ପେଣ୍ଟିଂ ବ୍ୟତୀତ ଗଳ୍ପ, କବିତା ଲେଖିବାରେ ମଧ୍ୟ ସେ ବିଶେଷ ରୁଚି ରଖନ୍ତି। ତାଙ୍କର କେତେକ ଲେଖା ଷ୍ଟେଟ୍‌ ମାଗାଜିନ ସମେତ ଅନେକ ଖବରକାଗଜରେ ପ୍ରକାଶ ପାଇଛି। ତେବେ ନିଜ ସଫଳତା ପଛରେ ମାତାପିତାଙ୍କ ପ୍ରେରଣା ଏବଂ ପ୍ରୋତ୍ସାହନ ରହିଛି ବୋଲି କହୁଥିବା ଶୁଭମୟ ଭବିଷ୍ୟତରେ ଜଣେ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ହେବାର ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri