ଜର୍ମାନୀ ଇତିହାସରେ ଯୋଡ଼ି ହେବ ନୂଆ ଅଧ୍ୟାୟ! ଆଇଗ୍ନର ହେବେ ଜର୍ମାନୀର ପ୍ରଥମ ମହିଳା ରାଷ୍ଟ୍ରପତି

ବର୍ଲିନ,୧୦ା୧୧: ଜର୍ମାନୀକୁ ପ୍ରଥମ ମହିଳା ରାଷ୍ଟ୍ରପତି ମିଳିବାକୁ ଯାଉଛି । ଚାନ୍ସେଲର ଫ୍ରିଡରିଚ୍‌ ମେର୍ଜଙ୍କ ପାର୍ଟି ପକ୍ଷରୁ ଦକ୍ଷିଣପନ୍ଥୀ ରାଜନେତା ଇଲ୍‌ସେ ଆଇଗ୍ନରଙ୍କୁ ଆସନ୍ତାବର୍ଷ ଦେଶର ସର୍ବୋଚ୍ଚ ପଦବୀ ପାଇଁ ମନୋନୀତ କରାଯାଇଛି। ତାଙ୍କ ପ୍ରତି ଉଦାରବାଦୀ ନେତାମାନଙ୍କ ସମର୍ଥନ ରହିଛି। ଜାନୁଆରୀ ୩୦ରେ ସ୍ବତନ୍ତ୍ର ସଂସଦୀୟ ପ୍ରତିନିଧି ସଭା ଦ୍ୱାରା ନୂତନ ରାଷ୍ଟ୍ରପତି ନିର୍ବାଚିତ ହେବେ, ଯିଏ ରାଷ୍ଟ୍ରପତି ଫ୍ରାଙ୍କ-ୱାଲ୍ଟର ଷ୍ଟେନମେୟରଙ୍କ ସ୍ଥାନ ନେବେ। ୬୧ ବର୍ଷୀୟା ଆଇଗ୍ନର ବର୍ତ୍ତମାନ ବାଭାରିଆ ରାଜ୍ୟ ବିଧାନସଭାର ବାଚସ୍ପତି ଅଛନ୍ତି।

 

Dharitri – Odisha’s No.1 Odia Daily

Share