Posted inଖେଳ

ପିକେଙ୍କ ଜନ୍ମଦିନରେ ଏଆଇଏଫ୍‌ଏଫ୍‌ ଗ୍ରାସ୍‌ରୁଟ୍‌ ଡେ

ନୂଆଦିଲ୍ଲୀ, ୧୩ା୫ (ପି.ଟି.): ଭାରତୀୟ ଫୁଟ୍‌ବଲ ଆଇକନ ପ୍ରଦୀପ କୁମାର ବାନାର୍ଜୀଙ୍କ ଜନ୍ମଦିନ ଜୁନ ୨୩ ତାରିଖକୁ ‘ଏଆଇଏଫ୍‌ଏଫ୍‌ ଗ୍ରାସ୍‌ରୁଟ୍‌ ଡେ’ ରୂପେ ଘୋଷଣା କରିଛି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)। ଖେଳପ୍ରେମୀଙ୍କ ନିକଟରେ ପିକେ ନାମରେ ପରିଚିତ ସ୍ବର୍ଗତ ବାନାର୍ଜୀ ୧୯୬୦ ରୋମ୍‌ ଅଲିମ୍ପିକ୍ସରେ ଭାରତୀୟ ଦଳର ଅଧିନାୟକତ୍ୱ କରିଥିଲେ। ସେ ତାଙ୍କ ଫୁଟ୍‌ବଲ କ୍ୟାରିୟରରେ କେବଳ ଜଣେ ଖେଳାଳି ହିସାବରେ ନୁହେଁ, ଜଣେ କୋଚ୍‌ ହିସାବରେ ଉଲ୍ଲେଖନୀୟ ସଫଳତା ହାସଲ କରିିଥିଲେ। ଏକ ପ୍ରଶ୍ନର ଉତ୍ତରରେ ଏଆଇଏଫ୍‌ଏଫ୍‌ ସେକ୍ରେଟାରି ଜେନେରାଲ ଶାଜି ପ୍ରଭାକରନ କହିଛନ୍ତି, ପିକେ ବାନାର୍ଜୀଙ୍କ ଜନ୍ମଦିନକୁ ‘ଏଆଇଏଫ୍‌ଏଫ୍‌ ଗ୍ରାସ୍‌ରୁଟ୍‌ ଡେ’ ରୂପେ ପାଳନ କରାଯିବା ପଛରେ ବିଶେଷ କାରଣ ରହିଛି। ଭାରତୀୟ ଫୁଟ୍‌ବଲ ପ୍ରତି ପ୍ରଦୀପ ଦା’ଙ୍କ ଅବଦାନ ଭୁଲିବାର କଥା ନୁହେଁ। ଖେଳ ଛାଡ଼ିବା ପରେ ପରବର୍ତ୍ତୀ ୩୦ ବର୍ଷ ଜଣେ କୋଚ୍‌ ହିସାବରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିଛନ୍ତି। ଟାଟା ଫୁଟ୍‌ବଲ ଏକାଡେମୀରେ ତାଙ୍କ ନେତୃତ୍ୱ ଏବଂ ଖେଳର ତୃଣମୂଳସ୍ତରରେ ତାଙ୍କ ଅବଦାନ ଆଦୌ ଭୁଲି ହେବ ନାହିଁ। ସେ ଜଣେ ଦୃଷ୍ଟାନ୍ତମୂଳକ ଫୁଟ୍‌ବଲର ଥିଲେ। ୧୯୬୨ ଏସିଆନ ଗେମ୍ସରେ ଭାରତର ଐତିହାସିକ ସ୍ବର୍ଣ୍ଣ ପଦକ ସଫଳତା ପଛରେ ତାଙ୍କର ବିଶେଷ ଭୂମିକା ରହିଥିଲା। ୧୯୬୯ରେ ଫିଫା ତରଫରୁ ପ୍ରଥମ ଥର ଜାପାନରେ ଜର୍ମାନୀ କୋଚ୍‌ ଡେଟ୍‌ମାର କ୍ରାମରଙ୍କ ତତ୍ତ୍ୱାବଧାନରେ ଏକ କୋଚିଂ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା। ବାନାର୍ଜୀ ଏହି ପାଠ୍ୟକ୍ରମରେ ଯୋଗ ଦେଇଥିଲେ। ସେ ପ୍ରଥମ ଶ୍ରେଣୀ ଡିଗ୍ରୀ ସହ ସେଠାରୁ ଫେରିଥିଲେ। ବାନାର୍ଜୀଙ୍କ ଫୁଟ୍‌ବଲ କୋଚିଂ କୋର୍ସ ବହୁ ବର୍ଷ ଧରି ଦୂରଦର୍ଶନରେ ପ୍ରସାରିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri