ଏଡ୍‌ସର ବିଷ ବଳୟରେ ସୁବର୍ଣ୍ଣପୁର ଜିଲା

ସୋନପୁର,୧।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଏଡ୍‌ସ କାୟା ବିସ୍ତାର କରି ଚାଲିଛି । ସରକାରୀ ହିସାବରେ ଜିଲାରେ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୯୧। ଆକ୍ରାନ୍ତଙ୍କ ମଧ୍ୟରେ ଗର୍ଭବତୀ ମହିଳା ଅଛନ୍ତି । ୨୦୦୫ରୁ ୨୦୨୨ ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲାରେ ଏଡ୍‌ସରେ ୩୦ଜଣଙ୍କ ମୃତ୍ୟୁ ହୋଇଛି। ପ୍ରତିମାସରେ ଏହି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ବହୁ ଅଧିକ। ସେହିଭଳି ୨୫ ଜଣ ଆକ୍ରାନ୍ତ ମୃତ କିମ୍ବା ଜୀବିତ ଅଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ସ୍ବାସ୍ଥ୍ୟ ବିଭାଗ ନିକଟରେ ନାହିଁ।
ଜିଲାର ସୋନପୁର ବ୍ଲକରେ ସର୍ବାଧିକ ୫୬ ଜଣ ଆକ୍ରାନ୍ତ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ପଡୋଶୀ ବୌଦ୍ଧ ଜିଲାର ୩୨ଜଣ, ବଲାଙ୍ଗୀରର ୩ ଜଣ, କଳାହାଣ୍ଡିର ୨ ଜଣ, ବରଗଡ, ରାଜ୍ୟ ବାହାର ତେଲେଙ୍ଗାନା ଓ ଛତିଶଗଡର ଜଣେ ଲେଖାଏ ଥିବା ଜଣାପଡିଛି। ଏହା ପଛକୁ ବୀରମହାରାଜପୁର, ଡୁଙ୍ଗୁରିପାଲି, ବିନିକା ଓ ଉଲୁଣ୍ଡା ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ। ଶିଳ୍ପ ବିହୀନ ଏହି ଜିଲାରେ ନିଯୁକ୍ତି ପାଇଁ ବିଶେଷ ସୁଯୋଗ ନ ଥିବାରୁ ଅଧିକାଂଶ ବେକାରୀ ଯୁବକ ରାୟପୁର, ହାଇଦ୍ରାବାଦ, ସୁରଟ, ଚେନ୍ନାଇ, କଲିକତା ଓ ବମ୍ବେ ଆଦି ସ୍ଥାନକୁ କାମ କରିବାକୁ ଯାଇଥାନ୍ତି। ସେଠାରେ ଅଧିକାଂଶ ଅସୁରକ୍ଷିତ ଯୌନ କ୍ରିୟାରେ ଲିପ୍ତ ରହିବା ଯୋଗୁଁ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଆଉ କେତେକ ଡ୍ରାଇଭର ସଚେତନତା ଅଭାବରୁ ଏହି ରୋଗର ବାହକ ସାଜୁଛନ୍ତି । ଏହି ରୋଗକୁ ସମ୍ପୂର୍ଣ୍ଣ ବିଲୁପ୍ତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ସଂସ୍ଥା ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଚେତନତା କାର୍ଯ୍ୟ କରୁଥିଲେ ହେଁ ଏହା ନିୟନ୍ତ୍ରଣ ହୋଇ ପାରୁନାହିଁ।
ସୁବର୍ଣ୍ଣପୁର ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୦୫ରୁ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୬୪ହଜାର ୯୧୩ଜଣ ଏଡ୍‌ସ ସମ୍ପର୍କରେ ପରାମର୍ଶ ପାଇଁ ଡାକ୍ତରଖାନାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୧ଲକ୍ଷ ୩୬ହଜାର ୩୨୨ଜଣଙ୍କ ପରୀକ୍ଷା କରାଯାଇଥିଲା। ପୂର୍ବରୁ ଆକ୍ରାନ୍ତ ମାନେ କଟକ, ବ୍ରହ୍ମପୁର ଅବା ବୁର୍ଲା ମେଡିକାଲକୁ ଚିକିତ୍ସା ନିମନ୍ତେ ଯାଉଥିଲେ। ଏବେ ଏଡ୍‌ସର ଭୟାବହତାକୁ ଲକ୍ଷ୍ୟ କରି ବଲାଙ୍ଗୀରରେ ଏଡ୍‌ସ ଚିକିତ୍ସା ପାଇଁ ଏଆରଟି(ଆଣ୍ଟି ରେଟ୍ରୋ ଭାଇରାଲ ଥେରାପି) ସେଣ୍ଟର ପ୍ରତିଷ୍ଠା କରାଯାଇଛି। ଫଳରେ ଜିଲାର ଆକ୍ରାନ୍ତମାନେ ଏଠାରୁ ଔଷଧ ମାଗଣାରେ ପାଉଛନ୍ତି। ସୋନପୁର, ଡୁଙ୍ଗୁରିପାଲି ଓ ତରଭାରେ ପରୀକ୍ଷା କେନ୍ଦ୍ର ଖୋଲାଯାଇ ରକ୍ତ ପରୀକ୍ଷା କରାଯାଉଛି। ବୀରମହାରାଜପୁର, ବିନିକା, ଉଲୁଣ୍ଡା ଓ ନାଇକେନପାଲି ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସ୍କ୍ରିନିଂ ଟେଷ୍ଟ ହେଉଛି। ରିପୋର୍ଟ ଅନୁଯାୟୀ ବର୍ତ୍ତମାନ କେବଳ ୧୩୬ ଜଣ ରୋଗୀ ହିଁ ଔଷଧ ଖାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri