Categories: ଜାତୀୟ

୨୦୨୪ରେ ମହାମେଣ୍ଟର ନେତୃତ୍ୱ ନେବ ଏଆଇଏଡିଏମ୍‌କେ: ପଲାନିସ୍ବାମୀ…

ଚେନ୍ନାଇ,୨୭।୧୨ : ଏଆଇଏଡିଏମ୍‌କେର ମଧ୍ୟବର୍ତ୍ତୀକାଳୀନ ମହାସଚିବ ଇ.କେ ପଲାନିସ୍ବାମୀ ମଙ୍ଗଳବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ସର୍ବାଧିକ ଆସନ ଜିତିବାକୁ ନିଶ୍ଚିତ କରିବାକୁ ସେ ଦଳର କର୍ମୀ ଏବଂ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ଆମ ଦଳ ନିର୍ବାଚନରେ ମହାମେଣ୍ଟର ନେତୃତ୍ୱ ନେବ।

ଜଣେ ବରିଷ୍ଠ ନେତା କହିଛନ୍ତି ଯେ ପଲାନିସ୍ବାମୀ ଦଳକୁ ପୁଣି ନିର୍ମାଣ କରିବେ ଏବଂ ସମସ୍ତ ବାଧାବିଘ୍ନକୁ ଅତିକ୍ରମକରି ଏହାର ବିଜୟ ପଥକୁ ନିଶ୍ଚିତ କରିବେ। ପଲାନିସ୍ବାମୀ ଦଳର ବିଦ୍ରୋହୀ ନେତା ଓ.ପନିରସେଲଭାମଙ୍କ ସହ ପାର୍ଟି ମୁଖ୍ୟ ପଦ ପାଇଁ ମୁହାଁମୁହିଁ ହୋଇଛନ୍ତି।

ପଲାନିସ୍ବାମୀଙ୍କ ଏଜେଣ୍ଡା ହେଉଛି ଏକ ମିଳିତ ମେଣ୍ଟ ଗଠନ କରିବା ଏବଂ ଡିଏମକେକୁ ଶକ୍ତ ଧକ୍କା ଦେଇ ଲୋକସଭା ନିର୍ବାଚନରେ ଜିତିବା। ଦଳର ଜିଲା ମୁଖ୍ୟଙ୍କ ଏକ ବୈଠକରେ ପଲାନିସ୍ବାମୀ ଅଫିସ ଧାରକମାନଙ୍କୁ କହିଛନ୍ତି ଯେ ଏଆଇଏଡିଏମ୍‌କେ ଏକ ବୃହତ ମିଳିତ ମେଣ୍ଟ ଗଠନ କରିବ । ତେଣୁ ଦଳର ସଦସ୍ୟମାନେ ବିଜୟ ପାଇଁ ଯତ୍ନବାନ ହେବା ଉଚିତ।

Share