Categories: ଜାତୀୟ

ଏଆଇଏଡିଏମକେ ବିବାଦ: ସୁପ୍ରିମକୋର୍ଟରେ ପନିରସେଲଭାମଙ୍କୁ ବଡ ଝଟକା, ପଲାନିସାମୀ ଦଳର ନେତୃତ୍ୱ ଯୁଦ୍ଧରେ ଜିତିଲେ…

ଚେନ୍ନାଇ,୨୩।୨ : ତାମିଲନାଡୁ ରାଜନୀତିରେ ଏଆଇଏଡିଏମକେ ଦଳ ଉପରେ ସର୍ବୋଚ୍ଚ ଅଧିକାର ପାଇଁ ଗୁରୁବାର ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ମାଡ୍ରାସ ହାଇକୋର୍ଟଙ୍କର ଏକ ଡିଭିଜନ ବେଞ୍ଚର ରାୟକୁ କାଏମ ରଖିଛନ୍ତି। ଯାହା ଏଡାପାଡି କେ ପାଲାନିସାମୀ (ଇପିଏସ) ଙ୍କୁଏଆଇଏଡିଏମକେ ଦଳର ଏକମାତ୍ର ନେତା ଭାବରେ ପୁନଃସ୍ଥାପିତ କରିଛନ୍ତି।

ଏହା ସହିତ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କର ଡିଭିଜନ ବେଞ୍ଚର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଓ. ପନତରସେଲଭାମ (ଓପିଏସ) ଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

Share