Categories: ଜାତୀୟ

ରାଜନୀତି ଛାଡ଼ିଲେ ଶଶିକଳା

ଚେନ୍ନାଇ,୩।୩ : ତାମିଲନାଡୁ ସରକାରରେ ଥିବା ଏଆଇଏଡିଏମ୍‌କେ ମୁଖ୍ୟ ପଦରୁ ବିଦା ହୋଇଥିବା ଭି.କେ. ଶଶିକଳା ବୁଧବାର ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ବିଧାନସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ଏଭଳି ପଦକ୍ଷେପ ପଛର କାରଣ ସ୍ପଷ୍ଟ କରାଯାନାହିଁ। ଲିଖିତ ଆକାରରେ ପ୍ରକାଶ ପାଇଥିବା ପତ୍ରରେ “ କ୍ଷମତା ଓ ପଦବୀ ପ୍ରତି ମୋ ଲୋଭ ନାହିଁ। ଏପରି କି ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଲିଥା ବଞ୍ଚିଥିଲେ, ମୁଁ ସେତେବେଳେ ମଧ୍ୟ ପଦବୀ ଲାଳସା କରି ନ ଥିଲି। ତାଙ୍କ ମୃତ୍ୟୁ ପରେ ମଧ୍ୟ ଏହା କରିବି ନାହିଁ। ମୁଁ ରାଜନୀତି ଛାଡ଼ୁଛି। କିନ୍ତୁ ମୁଁ ପ୍ରାର୍ଥନା କରିବି ତାଙ୍କ ଏଆଇଏଡିଏମ୍‌କେ ଦଳ ନିର୍ବାଚନରେ ବିଜୟ ହେଉ” ବୋଲି ଉଲ୍ଲେଖ ରହିଛି।

Share