ଚର୍ଚ୍ଚାରେ ଆଲବାନିଆ ପ୍ରଧାନମନ୍ତ୍ରୀଙ୍କ ବୟାନ: AI ମନ୍ତ୍ରୀ ‘ଡିଏଲା’ ହେବେ ୮୩ ପିଲା’ର ମା’

ନୂଆଦିଲ୍ଲୀ/ବର୍ଲିନ୍,୨୬ା୧୦: ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି ଯେ ଦେଶର AI-ନିର୍ମିତ ମନ୍ତ୍ରୀ ‘ଡିଏଲା’ ବର୍ତ୍ତମାନ ‘ଗର୍ଭବତୀ’ ଏବଂ ସେ ଶାସକ ସୋସିଆଲିଷ୍ଟ୍ ପାର୍ଟିର ସମସ୍ତ ୮୩ ଜଣ ସାଂସଦଙ୍କ ପାଇଁ ‘୮୩ ପିଲା’ (ସହାୟକ) ସୃଷ୍ଟି କରିବାକୁ ଯୋଜନା କରିଛନ୍ତି।

ବର୍ଲିନ୍‌ରେ ଅନୁଷ୍ଠିତ ଗ୍ଲୋବାଲ୍ ଡାଏଲଗ୍ (BGD) କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାମା ଏହି ଘୋଷଣା କରି କହିଛନ୍ତି ଯେ ଏହି ‘ପିଲା’ ବା AI ସହାୟକମାନେ ସଂସଦରେ ଘଟୁଥିବା ପ୍ରତ୍ୟେକ ବିଷୟକୁ ରେକର୍ଡ କରିବେ।

ରାମାଙ୍କ ଅନୁଯାୟୀ, ପ୍ରତ୍ୟେକ ସାଂସଦଙ୍କ ପାଇଁ ଉଦ୍ଦିଷ୍ଟ ଏହି ସହାୟକମାନେ ସେମାନଙ୍କ ଅନୁପସ୍ଥିତିରେ ଗୃହରେ କ’ଣ ଆଲୋଚନା ହେଲା, କାହାକୁ କିପରି ଜବାବ୍ ଦେବାକୁ ପଡ଼ିବ, ସେ ସମ୍ପର୍କରେ ତଥ୍ୟ ଯୋଗାଇବେ। ସେ ଆଶା କରୁଛନ୍ତି ଯେ ଏହି ସିଷ୍ଟମ୍ ୨୦୨୬ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ।

‘ଡିଏଲା’ (ଯାହାର ଅର୍ଥ ‘ସୂର୍ଯ୍ୟ’) ହେଉଛନ୍ତି ବିଶ୍ୱର ପ୍ରଥମ ଅଣ-ମାନବ ସରକାରୀ ମନ୍ତ୍ରୀ। ତାଙ୍କୁ ସେପ୍ଟେମ୍ବର ମାସରେ ଆଲବାନିଆର ସରକାରୀ କ୍ରୟ (public procurement) ବ୍ୟବସ୍ଥାକୁ ଶତ ପ୍ରତିଶତ ଦୁର୍ନୀତିମୁକ୍ତ ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିବା ପାଇଁ ନିଯୁକ୍ତ କରାଯାଇଥିଲା। ସେ ଏକ କୋଡ୍ ଏବଂ ପିକ୍ସେଲ୍ ରେ ଗଠିତ AI ସତ୍ତା, ଯାହାକି ପାରମ୍ପରିକ ଆଲବାନିଆ ପୋଷାକରେ ଜଣେ ମହିଳା ଭାବରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri