ଆଇଏଏସ୍ ଅଧିକାରୀ ସୁଶାନ୍ତ ଗୌରବଙ୍କ ଉଦ୍ୟମରେ ଝାଡ଼ଖଣ୍ଡର ଏକ ଜିଲାରେ ମାଣ୍ଡିଆ ଉପତ୍ାଦନ ୩୦୦ ପ୍ରତିଶତ ବୃଦ୍ଧି ହୋଇପାରିଛି। ଆଇଏଏସ୍ ଅଧିକାରୀ ଗୌରବ ଝାଡ଼ଖଣ୍ଡର ଗୁମଲା ଜିଲାକୁ ସେ ମାଣ୍ଡିଆ ରାଜଧାନୀରେ ପରିଣତ କରିଦେଇଛନ୍ତି। ୨୦୧୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସୁଶାନ୍ତ ଗୁମଲା ଜିଲାର ଡେପୁଟି କମିଶନର ଭାବେ ନିଯୁକ୍ତି ପାଇବା ପରେ ମାଣ୍ଡିଆ ଚାଷକୁ ବ୍ୟାପକ କରିବା ଲାଗି ପଦକ୍ଷେପ ନେଇଥିଲେ। ଏବେ ୨୦ ହଜାର କୃଷକ ୩୦ ହଜାର ଏକରରୁ ଅଧିକ ଜମିରେ ମାଣ୍ଡିଆ ଚାଷ କରୁଛନ୍ତି। ବଡ଼ କଥା ହେଉଛି ଏମାନଙ୍କ ମଧ୍ୟରେ ୫,୦୦୦ରୁ ଅଧିକ ମହିଳାଚାଷୀ ଅଛନ୍ତି। ଜିଲାରେ ମାଣ୍ଡିଆ ଉପତ୍ାଦନ ୩୦୦ପ୍ରତିଶତ ବୃଦ୍ଧି ପାଇବା ଦ୍ୱାରା ଚାଷୀମାନେ ଅଧିକ ଲାଭ ପାଇପାରୁଛନ୍ତି। ଚାଷୀମାନେ ଜୈବିକ ପରିବେଶ ଉପଯୋଗୀ ପଦ୍ଧତିରେ ଚାଷ କରୁଛନ୍ତି। ମହିଳାମାନଙ୍କ ଦ୍ୱାରା ଫାର୍ମର୍ସ ପ୍ରଡ୍ୟୁସର ଅର୍ଗାନାଇଜେଶନ (ଏଫ୍ପିଓ) ଚାଲିଛି।
ଏହା ମଧ୍ୟମରେ ମହିଳାମାନେ ମାଣ୍ଡିଆରୁ ବିଭିନ୍ନ ଉପତ୍ାଦ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି।


