ପାକିସ୍ତାନର ନିଦ ହଜାଇଲେ ଡୋନାଲ୍ଡ ଟ୍ରମ୍ପ: ଶପଥ ଗ୍ରହଣବେଳେ କହିଦେଲେ ଏମିତି କଥା

ଓ୍ବାଶିଂଟନ୍‌,୨୧।୧: ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ପୁଣି ଶପଥ ନେଇଛନ୍ତି। ସେ ତାଙ୍କ ବକ୍ତବ୍ୟରେ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ମଧ୍ୟ ଦେଇଛନ୍ତି। ଆତଙ୍କବାଦୀ ସଂଗଠନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଇଙ୍ଗିତ ଦେଇଛନ୍ତି। ସେ କହିଛନ୍ତି, ଆମେରିକା ଏବେ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କୁ ମଧ୍ୟ ଆତଙ୍କବାଦୀର ମାନ୍ୟତା ଦେବ ଏବଂ ଯେକୌଣସି ଦେଶକୁ ମାଗଣା ସାହାଯ୍ୟ ଦେବା ନୀତିକୁ ସମାପ୍ତ କରିବ। ଏହି ବିବୃତ୍ତି ପାକିସ୍ତାନକୁ ଦିଆଯାଇଥିବା ଅଣ-ନାଟୋ ସହଯୋଗୀର ମାନ୍ୟତା ଉପରେ ଆମେରିକାର ପୁନଃବିଚାରକୁ ସୂଚିତ କରୁଛି।
ବର୍ଷ ବର୍ଷ ଧରି, ଆମେରିକା ପାକିସ୍ତାନକୁ ଏକ ଅଣ-ନାଟୋ ସହଯୋଗୀର ମାନ୍ୟତା ଦେଇଆସିଛି, ଯାହା ବଦଳରେ ପାକିସ୍ତାନ ପ୍ରତିବର୍ଷ କୋଟି କୋଟି ଡଲାରର ଆର୍ଥିକ ସହାୟତା ପାଇ ଆସୁଛି। ଟ୍ରମ୍ପଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ ଯେ, ସେ ଏହି ସ୍ବତନ୍ତ୍ର ମାନ୍ୟତାକୁ ସମାପ୍ତ କରିବାକୁ ବିଚାର କରୁଛନ୍ତି। ପୂର୍ବରୁ ଟ୍ରମ୍ପ ପ୍ରଶାସନର ଜଣେ ସହାୟକ ମଧ୍ୟ ଏହି ଦିଗରେ ସଙ୍କେତ ଦେଇଥିଲେ।
ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ସରକାର ଆତଙ୍କବାଦୀ ସଂଗଠନ ଏବଂ ଡ୍ରଗ୍ସ ଚୋରାଚାଲାଣକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେ ନିଶା ଚୋରା ଚାଲାଣକାରୀଙ୍କୁ ଆତଙ୍କବାଦୀଙ୍କ ଭଳି ସମାନ ମାନ୍ୟତା ଦେବା ବିଷୟରେ କହିଥିଲେ, ଯାହା ଦାରା ସେମାନଙ୍କ ବିରୁଦ୍ଧରେ କଠୋର ପ୍ରତିବନ୍ଧକ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।
ଯଦି ଆମେରିକା ପାକିସ୍ତାନର ଅଣ-ନାଟୋ ସହଯୋଗୀ ମାନ୍ୟତା ସମାପ୍ତ କରେ, ତେବେ ପାକିସ୍ତାନକୁ କୋଟି କୋଟି ଡଲାରର ଆମେରିକୀୟ ସହାୟତା ବନ୍ଦ ହୋଇପାରେ। ଏହା ପୂର୍ବରୁ ଆର୍ଥିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପାକିସ୍ତାନର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇପାରେ। ଟ୍ରମ୍ପଙ୍କ ଏହି ବୟାନ ପାକିସ୍ତାନରେ ଚିନ୍ତା ବଢ଼ାଇ ଦେଇଛି, କାରଣ ଏହା ମୁଖ୍ୟତଃ ଆମେରିକୀୟ ସହାୟତା ଉପରେ ନିର୍ଭରଶୀଳ।


Enter your email to get our daily news in your inbox.

All Right Reserved By Dharitri.Com

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ମଝି ଆକାଶରେ ଟ୍ରମ୍ପଙ୍କ ହେଲିକପ୍ଟର ନିକଟକୁ ହଠାତ୍‌ ଚାଲିଆସିଲା ଯାତ୍ରୀବାହୀ ବିମାନ, ଆଉ ତା’ପରେ…

ୱାଶିଂଟନ, ୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ, ଯେତେବେଳେ ତାଙ୍କୁ ନେଇଯାଉଥିବା ସାମରିକ ହେଲିକପ୍ଟର ‘ମେରିନ ୱାନ’ କଥିତ ଭାବେ ୱାଶିଂଟନ…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

ଶେଖ ହାସିନାଙ୍କ ପରେ ମୁହଁ ଖୋଲିଲେ ତାଙ୍କ ପୁଅ, ଭାରତକୁ ନେଇ ଦେଲେ ଚମକାଇବା ଭଳି ବୟାନ!

ଢାକା,୬ା୮: ସତ୍ତା ହରାଇବା ଏବଂ ଦେଶ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ…

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ଘର ବିକ୍ରି ହେବ

ୱାପାକୋନେଟା, ଓହିୟୋ, ୬ା୮ (ଏ.ପି.): ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ ଭାବେ ପାଦ ଥାପି ଇତିହାସ ରଚିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ସ୍ବପ୍ନ ଓ ଉଡ଼ାଣର ମୂଳଦୁଆ ପଡ଼ିଥିବା…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri