ଏଆଇ ପ୍ରଭାବ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଆସିବା ପରେ ଲୋକ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
୨୦୧୦ ଆରମ୍ଭରୁ ସ୍ମାର୍ଟ ଆଲଗୋରିଦମ ଆମର ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇଛି। ସର୍ଚ୍ଚ ଇଞ୍ଜିନ୍‌, ଅନ୍‌ଲାଇନ୍‌ ଶପିଂ, ଟ୍ରାଫିକ୍‌ ମ୍ୟାନେଜ୍‌ମେଣ୍ଟ ଏହାର ଉଦାହରଣ। ଚାଟ୍‌ଜିପିଟି (ChatGPT)ର ଶୁଭାରମ୍ଭ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରସଙ୍ଗକୁ ଲୋକଲୋଚନକୁ ଆଣିଛି। ଟେକ୍ନୋଲୋଜିର ପରିଧି ବାହାରେ ଥିବା ମାନବ ସମ୍ବଳ ଚାଟ୍‌ଜିପିଟି ବୃଦ୍ଧି ଓ ଏହାର ଲାଭକୁ ନେଇ ସନ୍ଦିହାନ ହୋଇ ଚାଟ ଜିପିଟି ଯେକୌଣସି ବ୍ୟବହାରକାରୀ ଏହାର ଇଣ୍ଟରଫେସ୍‌କୁ ଯାଇ କୌଣସି ପ୍ରଶ୍ନ ପଚାରିପାରିବେ ବୋଲି ଅନୁମତି ଦେଇଛି। ବ୍ୟବହାରକାରୀଙ୍କ ପସନ୍ଦ ଅନୁସାରେ ଚାଟ ଜିପିଟି କବିତା, ପ୍ରେରଣାଦାୟୀ ଭାଷଣ, ପ୍ରବନ୍ଧ ଆଦି ଲେଖିପାରିବ। ଆଗାମୀ ଦିନରେ ଚାଟଜିପିଟି ରିପୋର୍ଟକୁ ବିଶ୍ଳେଷଣ କରି ଆଇନଗତ ସହିତ ବୈଷୟିକ ଦସ୍ତାବିଜ ମଧ୍ୟ ପ୍ରସ୍ତୁତ କରିପାରିବ।
ବ୍ୟବସାୟିକ ପରିଦୃଶ୍ୟ ଏବଂ ଆମ ଜୀବନଧାରଣର ମାନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ପାଇଁ ଇଣ୍ଟରନେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କିନ୍ତୁ ଅନେକ ଆଶଙ୍କା କରୁଛନ୍ତି, ଏହି ଉପକରଣ ଶେଷରେ ବେକାରି ସୃଷ୍ଟି କରିବ। ତେଣୁ ନିଯୁକ୍ତି ବଜାର ସହିତ ସମାଜକୁ ମଧ୍ୟ ବେକାରି ସମସ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। ପ୍ରଥମତଃ ଆମେ ସ୍ବୀକାର କରିବା ଆବଶ୍ୟକ ଯେ ସାମାଜିକ ଏବଂ ଆର୍ଥିକ ପରିବର୍ତ୍ତନ ପାଇଁ ଟେକ୍ନୋଲୋଜି ଏକ ପ୍ରମୁଖ ସାଧନ ହେବ। ଏହାକୁ ଦମନ କରିହେବ ନାହିଁ । କୃତ୍ରିମ ବୁଦ୍ଧିମତ୍ତାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଥିବା ସମାଜଗୁଡ଼ିକ ବ୍ୟାପକ ଲାଭ ଅନୁଭବ କରିବେ ଏବଂ ଯେଉଁମାନେ ଏହାକୁ ଗ୍ରହଣ କରିବାରେ ବିଫଳ ହେବେ, ସେମାନେ ପଛରେ ରହିଯିବେ ।
ଯୋଗାଯୋଗ ପ୍ରସଙ୍ଗକୁ ବିଚାରକୁ ନିଆଯାଉ। ପୂର୍ବରୁ ଡାକବାଲାଙ୍କ ଦ୍ୱାରା ଚିଠି ପହଞ୍ଚା ଯାଉଥିଲା। ଚିଠି ବଦଳରେ ଇ-ମେଲ୍‌ ଆସୁଥିଲା। ଏବେ ଇ-ମେଲ୍‌ ବଦଳରେ ଅତ୍ୟାଧୁନିକ ଟେଲିକମ୍ୟୁନିକେଶନର ମାଧ୍ୟମ ପାଲଟିଛି। ସେହିପରି ନଗଦ କାରବାର ବଦଳରେ ଅନ୍‌ଲାଇନ ପେମେଣ୍ଟ ଏବଂ ପରବର୍ତ୍ତୀ ସମୟରେ ଡିଜିଟାଲ ଓ୍ବାଲେଟ ପ୍ରଚଳନ ହୋଇଛି। ନିବେଶ ଦୃଷ୍ଟିରୁ ଏଫ୍‌ଡିଏସ୍‌, ଇକ୍ୱିଟି ଓ ବଣ୍ଡ୍‌ ଏବଂ ଶେଷରେ କ୍ରିପ୍ଟୋ କରେନ୍ସି ଦ୍ୱାରା ବଦଳାଯାଇଛି। ମୌଳିକ ଆବଶ୍ୟକତା ସମାନ ରହିଥିବାବେଳେ ଆବଶ୍ୟକତା ପୂରଣ କରିବାର ପଦ୍ଧତିରେ ଯଥେଷ୍ଟ ପରିବର୍ତ୍ତନ ଆସିଛି। କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଚାଟ୍‌ଜିପିଟ ମଣିଷର ବିଶ୍ଳେଷଣାତ୍ମକ ମନର ସ୍ଥାନ ନେଇପାରିବ ନାହିଁ ବୋଲି ଏକ ମନ୍ତବ୍ୟ ଦେଇଥିଲେ। କିନ୍ତୁ ସେ ମଧ୍ୟ ଜାଣନ୍ତି ଯେ ଆମ ଦୈନନ୍ଦିନ ଜୀବନରେ ଟେକ୍ନୋଲୋଜିର ଅପରିହାର୍ଯ୍ୟ ପ୍ରଭାବ ରହିଛି। ତେଣୁ ଦ୍ରୁତଗତିରେ ବଦଳୁଥିବା ସାମାଜିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମକୁ ସମ୍ବଳ ସୃଷ୍ଟି କରିବାକୁ ହେବ। ଭାରତରେ ଅଧିକାଂଶ ଶ୍ରମଶକ୍ତି ଅଣସଙ୍ଗଠିତ କ୍ଷେତ୍ର ସହ ଜଡ଼ିତ। ଶ୍ରମଶକ୍ତିର ଏକ ଅଂଶ ଟେକ୍ନୋଲୋଜିର ପରିଧି ବାହାରେ ରହିଛି। ବୈଷୟିକ ପରିବର୍ତ୍ତନ ଦ୍ୱାରା କିଛି ଲୋକ ଲାଭବାନ୍‌ ହେବେ। ଦେଶଗୁଡ଼ିକୁ ସେମାନଙ୍କ ମାନବ ସମ୍ବଳ ଉପରେ ଧ୍ୟାନ ଦେବା ଆବଶ୍ୟକ ଏବଂ ଏଆଇର ଲାଭର ସର୍ବାଧିକ ଉପଯୋଗ କରିବା ପାଇଁ ଶ୍ରମଶକ୍ତି ପ୍ରସ୍ତୁତ କରିବା ଆବଶ୍ୟକ। ସରକାରୀ ଏବଂ ବେସରକାରୀ କ୍ଷେତ୍ରକୁ ସେମାନଙ୍କର ପ୍ରଚଳିତ ସମ୍ବଳର ଦକ୍ଷତା ବୃଦ୍ଧି କରିବା ଲାଗି ବ୍ୟାପକ ନିବେଶ କରିବା ଆବଶ୍ୟକ। କୌଶଳ ବିକାଶର ଆବଶ୍ୟକତା ଅତ୍ୟନ୍ତ ପ୍ରାସଙ୍ଗିକ ଏବଂ ଏହା ବୈଷୟିକ ଆବଶ୍ୟକତା ସହିତ ମେଳ ଖାଉଥିବା ଦରକାର।
ଦେଶ ବିଶେଷ ଦୃଷ୍ଟିକୋଣରୁ ବୌଦ୍ଧିକ ସମ୍ପତ୍ତି ଅଧିକାରର ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯିବା ଉଚିତ। ଆଇପିଆର୍‌ଏସ୍‌ ଫାଇଲିଂରେ ଭାରତର ରେକର୍ଡ ଆମେରିକା ଓ ଚାଇନା ଭଳି ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ ତଳକୁ ରହିଛି।
ଆବଶ୍ୟକ ଏକାଡେମିକ ଭିତ୍ତିଭୂମି ସୃଷ୍ଟି କରିବା ଆବଶ୍ୟକ । ନୂତନ ଶିକ୍ଷାନୀତିରେ କୋଡିଂ ଭଳି ବୈଷୟିକ ପାଠ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଇଛି, କିନ୍ତୁ ଏଥିପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମିର ଆବଶ୍ୟକତା ରହିଛି। ସମାଜର ସମାବେଶୀ ଏବଂ ସାମଗ୍ରିକ ବିକାଶ ପାଇଁ ଚାଟ୍‌ଜିପିଟ ଭଳି ଏକ ବିକଶିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପକରଣର ଆହ୍ବାନର ମୁକାବିଲା କରିବା ପାଇଁ ଶ୍ରମଶକ୍ତିକୁ ସକ୍ଷମ କରିବା ଆବଶ୍ୟକ।

  • ସୌରଜିତ୍‌ ପ୍ରଧାନୀ
    ଚନ୍ଦ୍ରଶେଖରପୁର, ଭୁବନେଶ୍ୱର
    ମୋ-୯୯୬୭୧୦୨୨୬୪

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri