Categories: ଜାତୀୟ

ମହଙ୍ଗା ମାଡକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୫ ।୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ମହଙ୍ଗା ମାଡକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ଗାନ୍ଧୀ ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସର ମୂଲ୍ୟ ବୃଦ୍ଧିକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଏହା ବିରୋଧରେ କଂଗ୍ରେସ ଶୁକ୍ରବାର ସୋସିଆଲ ମିଡିଆ ଅଭିଯାନ ଆରମ୍ଭ କରିଛି । ଏଥିରେ ସ୍ପିକିଙ୍ଗ ଆଉଟ୍ ଏଗେନଷ୍ଟ ପ୍ରାଇସ ରାଇଜ୍ ଅଭିଯାନରେ ସାମିଲ ହୋଇ ମହଙ୍ଗା ମାଡ ବିରୋଧରେ ସ୍ୱର ଉଠାଇବାକୁ ରାହୁଲ ଅପିଲ କରିଛନ୍ତି । ରାହୁଲ ଟୁଇଟ୍ କରିଛନ୍ତି ଦରବୃଦ୍ଧି ଏକ ଅଭିଶାପ । କେନ୍ଦ୍ର ସରକାର କେବଳ ଟ୍ୟାକ୍ସ କମାଇବା ପାଇଁ ଜନତାଙ୍କୁ ଦରବୃଦ୍ଧିର ପଙ୍କ ଭିତରକୁ ଠେଲି ଦେଉଛନ୍ତି । ଦେଶର ବିନାଶ ବିରୋଧରେ ନିଜର ମତ ରଖନ୍ତୁ । ଏହାସହ ରାହୁଲ ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସ ଭଳି ଆବଶ୍ୟକ ବସ୍ତୁର ଦାମ ବୃଦ୍ଧିକୁ ନେଇ ଏକ ଭିଡିଓ ବି ପ୍ରସ୍ତୁତ କରି ଟ୍ୟାଗ୍ କରିଛନ୍ତି ।

Share