ନକଲି ଚେକ୍‌ରେ ଡିଏମ୍‌ଏଫ୍‌ ଆକାଉଣ୍ଟରୁ ୯.୬ କୋଟି ହଡ଼ପ ମାମଲା: ଆହୁଜା ଆଣ୍ଡ୍‌ ଆସୋସିଏଟ୍ସ ମାଲିକ ଗିରଫ

ଭୁବନେଶ୍ୱର,୫।୭(ସତ୍ୟଜିତ୍‌ ରାଉତ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ରେ ଥିବା ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌)ର ଆକାଉଣ୍ଟରୁ ନକଲି ଚେକ୍‌ ଜରିଆରେ ୯.୬ କୋଟି ଟଙ୍କା ହଡ଼ପ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଛତିଶଗଡ ରାୟପୁରସ୍ଥିତ ରବିଗ୍ରାମ ଅଞ୍ଚଳର ଘନଶ୍ୟାମ ଆହୁଜା ଓରଫ ରିକି କିଙ୍ଗ୍ରାଣି (୩୦)। ଘନଶ୍ୟାମ ହେଉଛନ୍ତି ‘ଆହୁଜା ଆଣ୍ଡ୍‌ ଆସୋସିଏଟ୍‌ସ’ ଫାର୍ମର ମାଲିକ। ତାଙ୍କ ନିିକଟରୁ ଲାପଟପ୍‌, ମୋବାଇଲ, ପେନ୍‌ଡ୍ରାଇଭ, ଏଟିଏମ୍‌ କାର୍ଡ ଆଦି ଜବତ ହୋଇଛି। ଛତିଶଗଡରୁ ଘନଶ୍ୟାମଙ୍କୁ ଗିରଫ ପରେ ବିଳାଶପୁରସ୍ଥିତ ସିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ତାଙ୍କୁ ଇଓଡବ୍ଲ୍ୟୁ ଓଡ଼ିଶା ଆଣି ଗୁରୁବାର ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ପରେ ଘନଶ୍ୟାମଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହାପୂର୍ବରୁ ଗତ ଏପ୍ରିଲ ତୃତୀୟ ସପ୍ତାହରେ ମଧ୍ୟପ୍ରଦେଶରୁ ସହଯୋଗୀ ତଥା ପିଟି କନ୍‌ଷ୍ଟ୍ରକ୍ସନ୍‌ ଆଣ୍ଡ୍‌ ସପ୍ଲାୟରର ମାଲିକ ପୋମେଶ ତେମ୍ଭାରେଙ୍କୁ ଗିରଫ କରାଯାଇଥିବା ବେଳେ ସେ ଏବେ ଜେଲରେ ଅଛନ୍ତି।
ଠକେଇ ଜଣାପଡିବା ପରେ ବ୍ୟାଙ୍କର ଚିଫ୍‌ ମ୍ୟାନେଜର ସୁଜାତା କାନୁନ୍‌ଗୋ ଭଞ୍ଜପୁର ଥାନାରେ ଏତଲା ଦେଇଥିଲେ। ଏପ୍ରିଲ ୧୯ରେ ପୋଲିସ ମାମଲା (ନଂ.୯୫/୨୦୨୪) ରୁଜୁ କରିଥିଲା। ପରେ ଇଓଡବ୍ଲ୍ୟୁ ଏହାର ତଦନ୍ତ ଭାର ନେଇ ନିଜ ପକ୍ଷରୁ ଏକ ମାମଲା (ନଂ.୫/୨୦୨୪) ରୁଜୁ କରିଥିଲା। ଅଭିଯୁକ୍ତମାନେ ନକଲି ଚେକ୍‌ ଜରିଆରେ ଏହି ଟଙ୍କା ହଡ଼ପ କରିଥିଲେ। ଠକ ଗ୍ୟାଙ୍ଗ ଗତ ଏପ୍ରିଲ ୧୦ରେ ୨ଟି ନକଲି ଚେକ୍‌ ଜରିଆରେ ଡିଏମ୍‌ଏଫ୍‌ ଜମାଖାତାରୁ ୪.୫୨ କୋଟି ଓ ୧୮ ତାରିଖରେ ଆଉ ୨ଟି ନକଲି ଚେକ୍‌ ଜରିଆରେ ୫.୦୪ କୋଟି ଟଙ୍କା ଉଠାଇ ନେଇଥିଲେ। ମୋଟ ୯ କୋଟି ୫୬ ଲକ୍ଷ ୭୬ ହଜାର ୬୦୦ଟଙ୍କା ପିଟି କନ୍‌ଷ୍ଟ୍ରକ୍ସନ୍‌ ଆଣ୍ଡ୍‌ ସପ୍ଲାୟର ଓ ଏସ୍‌କେ ଏଣ୍ଟରପ୍ରାଇଜେସ୍‌ ଆକାଉଣ୍ଟକୁ ଟ୍ରାନ୍ସଫର୍‌ ହୋଇଥିଲା। ପରେ ପିଟି କନ୍‌ଷ୍ଟ୍ରକ୍ସନ୍‌ ଆଣ୍ଡ୍‌ ସପ୍ଲାୟର ଆକାଉଣ୍ଟରୁ ଆହୁଜା ଆଣ୍ଡ୍‌ ଆସୋସିଏଟ୍‌ସର ଆକାଉଣ୍ଟକୁ ୬୩.୬୯ ଲକ୍ଷ ଯାଇଥିବା ବେଳେ ୧୧.୬୯ ଲକ୍ଷ ଏଟିଏମ୍‌ରୁ ଉଠାଯାଇଥିବା ଜଣାପଡିଥିଲା। ଗିରଫ ଭୟରେ ଅଭିଯୁକ୍ତ ଘନଶ୍ୟାମ ତାଙ୍କ ନାମକୁ ରାକେଶ କିଙ୍ଗ୍ରାଣି (ରିକି)କୁ ବଦଳାଇ ନୂଆ ଆଧାର କାର୍ଡ କରିଦେଇଥିଲେ। ଘନଶ୍ୟାମ ଏକ ବଡ଼ ଗ୍ୟାଙ୍ଗର ସଦସ୍ୟ ଥିବାବେଳେ ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ତାଙ୍କର ର଼୍ୟାକେଟ ସକ୍ରିୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri