Posted inଫୁରସତ

କୁକୁରର ଜନ୍ମଦିନ ପାର୍ଟିରେ ଖର୍ଚ୍ଚ କରିଦେଲେ ୭ ଲକ୍ଷ; ୩ ଜଣଙ୍କୁ ବାନ୍ଧିନେଲା ପୋଲିସ

ଅହମ୍ମଦାବାଦ: ଦୁନିଆରେ ଏପରି ଅନେକ ପରିବାର ଅଛନ୍ତି ଯେଉଁମାନେ ଘରେ ପାଳିଥିବା ପଶୁମାନଙ୍କୁ ପରିବାରର ସଦସ୍ୟ ବୋଲି ମନେ କରନ୍ତି। ସେମାନେ ତାଙ୍କର ପ୍ରତ୍ୟେକ ଦିନକୁ ସ୍ବତନ୍ତ୍ର କରିବା ଲାଗି କିଛି ବି କରିବାକ ଦ୍ୱିଧା କରନ୍ତି ନାହିଁ। ଏବେ ଅହମ୍ମଦାବାଦର ଏକ ପରିବାର ଏହିପରି କାରଣକୁ ନେଇ ଚର୍ଚ୍ଚାରେ ରହିଛି। ସେମାନେ ପୋଷା କୁକୁର ‘ଏବି’ର ଜନ୍ମଦିନ ପାଇଁ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭବ୍ୟ ପାର୍ଟିର ଆୟୋଜନ କରିଥିଲେ। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କୁକୁର ଜନ୍ମଦିନ ପାଳିବାକୁ ଯାଇ କୋଭିଡ୍‌ କଟକଣା ଉଲ୍ଲଂଘନ କରାଯାଇଥିବା ପୋଲିସ କହିଛି। ଏହି ମାମଲାରେ ୩ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।

ଗୁଜରାଟର ଅହମ୍ମଦାବାଦ ଅନ୍ତର୍ଗତ ନିକୋଲ ଅଞ୍ଚଳରେ ପୋଷା କୁକୁର ‘ଏବି’ର ଜନ୍ମଦିନ ବେଶ ଆଡମ୍ବର ସହ ପାଳନ କରାଯାଇଥିଲା। ସାଜସଜ୍ଜା ଦେଖି ଏଥିରେ ଯୋଗ ଦେବାକୁ ଆସିଥିବା ଅତିଥିମାନଙ୍କ ହୋସ ଉଡିଯାଇଥିଲା। ଏହି ପାର୍ଟି ପାଇଁ ପ୍ରସିଦ୍ଧ ‘ମଧୁବନ ଗ୍ରିନ’ରେ ବିରାଟ ପ୍ଲଟ୍‌ ବୁକ୍‌ କରାଯାଇଥିଲା। ସେଥିରେ ସୁସଜ୍ଜିତ ଟେଣ୍ଟ (ତମ୍ବୁ) ଟଣାଯାଇ କୁକୁର ଏବିର ବଡ ବଡ ପୋଷ୍ଟର୍‌ ସବୁ ଲଗାଯାଇଥିଲା। ସେପଟେ ପାର୍ଟିର ମୁଖ୍ୟ ଆକର୍ଷଣ ପାଲଟିଥିବା କୁକୁର ମଧ୍ୟ ବେଶ ନିଆରା ଢଙ୍ଗରେ ସଜେଇ ହୋଇଥିଲା। ଜନ୍ମଦିନ ପାଳନ ଉପଲକ୍ଷେ ଆବି ଗୋଟାଏ କଳା ଗାଉନ ଏବଂ ଖଣ୍ଡେ ମଫଲର ପିନ୍ଧିଥିଲା ।

କୁକୁରର ଜନ୍ମଦିନ ପାର୍ଟିର ଭୋଜି ମଧ୍ୟ ଥିଲା ଖୁବ ବ୍ୟୟବହୁଳ ଏବଂ ସ୍ମରଣୀୟ। ଏସବୁ ଆୟୋଜନ ଗୋଟାଏ କୁକୁରର ଜନ୍ମଦିନ ପାଇଁ ହେଉଛି ଜାଣି ଅନେକେ ଲୋକେ ଚକିତ ହୋଇପଡିଥିଲେ। ଏତେ ବଡ ଗ୍ରାଣ୍ଡ ପାର୍ଟି ପାଇଁ କୁକୁରର ମାଲିକ ପାଖାପାଖି ୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭାଇରାଲ ହେବା ପରେ ପୁଲିସ ଆକ୍ସନ ମୋଡ୍‌କୁ ଆସିଛି। ଏହି ପାର୍ଟିରେ ଯୋଗଦେଇଥିବା ଅନେକ ବ୍ୟକ୍ତି ମାସ୍କ ପିନ୍ଧି ନଥିବା ଜାଣିବା ପରେ ପୁଲିସ ମହାମାରୀ ଆକ୍ଟ ଅନୁଯାୟୀ ୩ ଜଣଙ୍କୁ ଗିରଫ କରି ତଦନ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri