Posted inଜାତୀୟ

ଟଳିଗଲା ବଡ଼ ବିପଦ! ଉଡ଼ାଣ ଭରିବା ସମୟରେ ଇଣ୍ଡିଗୋ ବିମାନ ଇଞ୍ଜିନରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୨୩।୭: ଅହମଦାବାଦରୁ ଡିଉ ଅଭିମୁଖେ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଟେକଅଫ ସମୟରେ ଗୁରୁତର ବିପତ୍ତିରୁ ଅଳ୍ପକେ ବର୍ତ୍ତିଯାଇଛି। ୬୦ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିବାକୁ ପ୍ରସ୍ତୁତ ଏହି ବିମାନର ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯିବା ଯୋଗୁଁ ଟେକଅଫ ତୁରନ୍ତ ବାତିଲ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ଏହି ଘଟଣା ଟେକଅଫ ରୋଲ ସମୟରେ ଘଟିଥିଲା। ବିମାନର ପାଇଲଟ ତୁରନ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ‘ମେଡେ’ (ଜରୁରୀ ସଂକେତ) ପଠାଇଥିଲେ। ଇଣ୍ଡିଗୋର ଜଣେ ମୁଖପାତ୍ର କହିଛନ୍ତି, “ଅହମଦାବାଦରୁ ଡିଉ ଅଭିମୁଖେ ଉଡ଼ାଣ ଭରୁଥିବା ଫ୍ଲାଇଟ 6E 7966ରେ ଟେକଅଫ ପୂର୍ବରୁ ଏକ ଟେକ୍ନିକାଲ ତ୍ରୁଟି ଦେଖିବାକୁ ମିଳିଥିଲା। ନିୟମ ଅନୁସାରେ, ପାଇଲଟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇ ବିମାନକୁ ବେ ପାଖକୁ ଫେରାଇ ଆଣିଥିଲେ। ବିମାନଟି ଏବେ ଆବଶ୍ୟକୀୟ ଯାଞ୍ଚ ଓ ରକ୍ଷଣାବେକ୍ଷଣ ପରେ ପୁନର୍ବାର ଉଡ଼ାଣ ପାଇଁ ପ୍ରସ୍ତୁତ ହେବ।”

ଏହି ଘଟଣା ଏଟିଆର-୭୬ ବିମାନରେ ଘଟିଥିଲା, ଯାହା ଅହମଦାବାଦ ବିମାନବନ୍ଦରରୁ ସକାଳ ୧୧ଟାରେ ଡିଉ ଅଭିମୁଖେ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ଥିଲା। ଇଣ୍ଡିଗୋ ମୁଖପାତ୍ର ଆହୁରି କହିଛନ୍ତି, “ଆମେ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଦୁଃଖିତ। ସେମାନଙ୍କୁ ରିଫ୍ରେସମେଣ୍ଟ, ପରବର୍ତୀ ଉପଲବ୍ଧ ଉଡ଼ାଣରେ ଯାତ୍ରା କିମ୍ବା ବାତିଲ କରିବା ପାଇଁ ପୂର୍ଣ୍ଣ ରିଫଣ୍ଡ ପ୍ରଦାନ କରାଯାଉଛି।”

ଏହା ପୂର୍ବରୁ, ଗତ ସୋମବାର ଗୋଆରୁ ଇନ୍ଦୋର ଅଭିମୁଖେ ଯାଉଥିବା ଇଣ୍ଡିଗୋର ଏକ ବିମାନ ଅବତରଣ ପୂର୍ବରୁ ଟେକ୍ନିକାଲ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ତେବେ, ସେହି ବିମାନ ନିରାପଦରେ ଅବତରଣ କରିଥିଲା ଏବଂ ଏହାକୁ ମଧ୍ୟ ସମ୍ପୂର୍ଣ୍ଣ ଟେକ୍ନିକାଲ ଯାଞ୍ଚ ପାଇଁ ପଠାଯାଇଥିଲା। ଏକ ଏକ୍ସ ପୋଷ୍ଟରେ ଜଣେ ଯାତ୍ରୀ ଦାବି କରିଛନ୍ତି ଯେ ଅହମଦାବାଦ-ଡିଉ ଉଡ଼ାଣରେ ନିଆଁ ଲାଗିବା ଘଟଣା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା, କିନ୍ତୁ ପାଇଲଟଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁ ବଡ଼ ଦୁର୍ଘଟଣା ଟଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଯୁଦ୍ଧରେ ଏବେ ପର୍ଯ୍ୟନ୍ତ କେତେ ସେନାଙ୍କୁ ହରାଇଲାଣି ଆମେରିକା? ନିଜେ ଦେଲା ବଡ଼ ଅପଡେଟ

ଓ୍ବାଶିଂଟନ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ପ୍ରାୟ ତିନି ସପ୍ତାହ ଧରି ଚାଲିଛି। ଏହି ସମୟ ମଧ୍ୟରେ, ଇରାନ ସହିତ ସଂଘର୍ଷରେ ଆହତ ହୋଇଥିବା ଆମେରିକୀୟ ସୈନ୍ୟଙ୍କ…

ଖଣି ବିରୋଧରେ ଗର୍ଜିଲେ ଜନତା

ବଲାଙ୍ଗୀର/ଲୋଇସିଂହା, ୧୭ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ): କିଛିଦିନ ପୂର୍ବରୁ ବଲାଙ୍ଗୀର ଜିଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ବିଅରପାଲି, ବବ୍‌ଜା, ପାଟଣାଗଡ ବ୍ଳକର ସାଲେପାଲି, ଭରତବାହାଲ, ଲରମ୍ଭା ଏବଂ…

ରନ୍ଧନ ଗ୍ୟାସ ସଂକଟ: ଆହାର କେନ୍ଦ୍ରରେ ଛାତ୍ରୀଛାତ୍ରଙ୍କୁ ମିଳୁ ଅତିରିକ୍ତ ଖାଦ୍ୟ

ବରଗଡ଼,୧୭ା୩(ପ୍ରେମାନନ୍ଦ ଖମାରୀ): ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ରନ୍ଧନ ଗ୍ୟାସ ସଂକଟ ଦେଖାଦେଇଛି। ଏହା ସାଧାରଣ ଜୀବନ ଜୀବିକାକୁ ମଧ୍ୟ ପ୍ରଭାବିତ କରିଛି। ଏଥିରୁ ସ୍କୁଲ, କଲେଜ ଛାତ୍ରୀଛାତ୍ର…

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ: ପରୀକ୍ଷା ଦେଲେ ୨୫ହଜାର ୫୨୮ ଶିକ୍ଷାର୍ଥୀ

ବରଗଡ଼,୧୭।୩(ପ୍ରେମାନନ୍ଦ ଖମାରୀ): ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ଅନ୍ତର୍ଗତ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଦ୍ୱିତୀୟ ମୂଲ୍ୟାଙ୍କନ ପରୀକ୍ଷା (ଏଫଏଲଏନଏଟି-୨) ରବିବାର ବରଗଡ଼ ଜିଲାର ବିଭିନ୍ନ…

ଯୁଦ୍ଧ ମଧ୍ୟରେ ପରମାଣୁ ଅସ୍ତ୍ରକୁ ନେଇ ବଡ଼ ଚେତାବନୀ ଦେଲେଣି ଟ୍ରମ୍ପ, କହିଲେ ଯଦି ଇରାନକୁ ପରମାଣୁ ଅସ୍ତ୍ର ମିଳେ ତେବେ….

ଓ୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶ ବିରୁଦ୍ଧରେ ନିଆଯାଇଥିବା ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନକୁ ରକ୍ଷା କରିଛନ୍ତି। ସେ ଚେତାବନୀ…

୪ କୋଠରିରେ ବସୁଛନ୍ତି ୯ ଶ୍ରେଣୀର ପିଲା

ନୂଆପଡ଼ା,୧୭ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଠିକପାଲି ପଞ୍ଚାୟତ ଶୁକ୍ଲିମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ୧୯୫୮ମସିହାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri