Categories: ଜାତୀୟ

ପ୍ରେମିକଙ୍କ ସହ ଲୁଚିକି ପଳାଉଥିଲେ ବିବାହିତା ମହିଳା: ଧରାପଡିବାରୁ ମିଳିଲା ଏମିତି ଦଣ୍ଡ

ଗାନ୍ଧୀନଗର,୧୪।୭: ଗୁଜରାଟର ଦାହୋଦ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ସହ ଲୁଚିକି ପଳାଇବା ବିବାହିତ ମହିଳାଙ୍କୁ ମହଙ୍ଗା ପଡିଛି। ଗ୍ରାମବାସୀମାନେ ଦେଖିଦେବାରୁ ମହିଳାଙ୍କ କଡା ଦଣ୍ଡ ମିଳିଛି। ସୂଚନାଯୋଗ୍ୟ,ଦାହୋଦ ଜିଲାର ଖଜୁରୀ ଗ୍ରାମରେ ରହୁଥିବା ଜଣେ ବିବାହିତା ମହିଳାଙ୍କ ଅନ୍ୟ ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ଥିଲା। ସମ୍ପୃକ୍ତ ଯୁବକଙ୍କ ସହ ସେ ଘର ଛାଡି ଚାଲି ଯିବାକୁ ଯୋଜନା କରିଥିଲେ। ଯାଉଥିବା ସମୟରେ ମହିଳାଙ୍କ ସ୍ବାମୀ ଏବଂ ଘର ଲୋକ ଦେଖି ଦେଇଥିଲେ। ଏହାପରେ ମହିଳାଙ୍କ ଗାଁକୁ ଫେରାଇ ଆଣି ସର୍ବସାଧାରଣରେ ତାଙ୍କ ଅପମାନିତ କରାଯାଇଥିଲା। କେବଳ ଏତିକି ନୁହେଁ, ତାଙ୍କ ଶାଢି ଚିରି ଦିଆଯିବା ସହ ପ୍ରବଳ ମାରପିଟ୍‌ କରିଥିଲେ ଏବଂ ସ୍ବାମୀଙ୍କୁ କାନ୍ଧରେ ବସାଇ ଘରକୁ ନେବାକୁ ମହିଳଙ୍କୁ ବାଧ୍ୟ କରାଯାଇଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୋଲିସ ୧୯ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ପରେ ମହିଳା ଜଣଙ୍କ ମଧ୍ୟ ଥାନାରେ ଏକ ମାମଲା ରୁଜୁ କରିଛନ୍ତି।

Share