Categories: ଜାତୀୟ

ତଥ୍ୟ ସଂଗ୍ରହ ପାଇ ଗୁପ୍ତଚର ଜାହାଜ ପଠାଇଛି ଚାଇନା

ନୂଆଦିଲ୍ଲୀ,୪ା୧୧: ଓଡ଼ିଶା ଉପକୂଳ ଅବ୍‌ଦୁଲ କଲାମ ଦ୍ୱୀପ (ହ୍ବିଲର ଦ୍ୱୀପ)ରୁ ଆସନ୍ତା ୧୦-୧୧ ତାରିଖରେ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇପାରେ। ଯାହାର ରେଞ୍ଜ ୨,୨୦୦ କି.ମି. ରହିଛି। ଏହି ମିଶାଇଲ ପରୀକ୍ଷଣ ସମ୍ପର୍କରେ ଗୋଇନ୍ଦା ତଥ୍ୟ ସଂଗ୍ରହ କରିବାକୁ ଚାଇନା ଏକ ଗୁପ୍ତଚର ଜାହାଜ ପଠାଇଛି। ଗୁପ୍ତଚର ଜାହାଜ ୟୁଆନ୍‌ ଓ୍ବାଙ୍ଗ୍‌ ୬ଷ୍ଠ ଭାରତ ମହାସାଗରରେ ଯାତ୍ରା ଆରମ୍ଭ କରି ଇଣ୍ଡୋନେସିଆର ବାଲିରେ ପହଞ୍ଚି ଥିବା ନେଇ ଏକ ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି।

ଅନ୍ୟପକ୍ଷେ ସୁରକ୍ଷା ଦୃଷ୍ଟିରୁ ଭାରତର କଡ଼ା ବିରୋଧ ସତ୍ତ୍ୱେ ଚାଇନା ହାଇଟେକ୍‌ ରିସର୍ଚ୍ଚ ଶିପ୍‌ ୟୁଆନ୍‌ ଓ୍ବାଙ୍ଗ୍‌ ୫କୁ ଶ୍ରୀଲଙ୍କାକୁ ପଠାଇଥିଲା। ଏହି ଗୁପ୍ତଚର ଜାହାଜ ଗତ ଅଗଷ୍ଟ ୧୬ରେ ଶ୍ରୀଲଙ୍କାର ହାମ୍ବନ୍‌ଟୋଟା ବନ୍ଦରରେ ପହଞ୍ଚିଥିଲା।

Share