Categories: ଜାତୀୟ

ଭାଜପାରୁ ୭ ବିଦ୍ରୋହୀ ନେତା ବିଦା

ଗାନ୍ଧୀନଗର,୨୦।୧୧: ଗୁଜରାଟରେ ବିଦ୍ରୋହୀ ନେତାଙ୍କ ବିରୋଧରେ ଭାଜପାା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାଜପା ଗୁଜରାଟର ରାଜ୍ୟ ସଭାପତି ସିଆର ପାଟିଲ ବିଦ୍ରୋହୀ ୭ ନେତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ମଧୁ ଶ୍ରୀବାସ୍ତବ, ଅରବିନ୍ଦ ଲଡାନି, ଦୀନୁ ପଟେଲ, ହର୍ଷଦ ଭାସାଭା, ଧାୱାଲ ସିଂ ଜାଲାଙ୍କ ସମେତ ୭ ଜଣ ନେତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।
ସୂଚନାଯୋଗ୍ୟ, ଦଳରୁ ଟିକେଟ ନ ପାଇ ଅନେକ ଭାଜପା ନେତା ସ୍ବାଧୀନ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥିରେ ଅନେକ ବିଧାୟକ ଏବଂ ପୂର୍ବତନ ବିଧାୟକ ମଧ୍ୟ ସାମିଲ ଅଛନ୍ତି। ଦଳରୁ ବହିଷ୍କୃତ ହୋଇଥିବା ଅରବିନ୍ଦ ଲଡାନି ମଧ୍ୟ ଏକ ନିରପେକ୍ଷ ନାମାଙ୍କନ ଦାଖଲ କରିଥିଲେ। ରାଜ୍ୟ ସଭାପତିଙ୍କୁ ବୁଝାଇବା ପରେ ମଧ୍ୟ ସେ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିନାହାଁନ୍ତି। ସେହିପରି ଭାଜପା ଟିକେଟରେ ୱାଗୋଡିଆରୁ ୬ ଥର ବିଧାୟକ ଥିବା ମଧୁ ଶ୍ରୀବାସ୍ତବ ଟିକେଟ ପାଇ ନ ପାଇବାରୁ ସେ ମଧ୍ୟ ସ୍ବାଧୀନରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।
ସୂଚନାଯୋଗ୍ୟ, ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ମତଦାନ ଡିସେମ୍ବର ୧ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୫ରେ ଅନୁଷ୍ଠିତ ହେବ। ଏହା ପରେ ଡିସେମ୍ବର ୮ରେ ନିର୍ବାଚନର ଫଳାଫଳ ଆସିବ।

Share