Categories: ଜାତୀୟ

ଶପଥ ଗ୍ରହଣ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭାଉଜ ଦେଲେ ସ୍ବତନ୍ତ୍ର ଉପହାର

ନୂଆଦିଲ୍ଲୀ,୨୪।୭: ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିବେ। ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ସମୟରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ରହିବେ। ଶପଥ ଗ୍ରହଣ ଦିନ ଦ୍ରୌପଦୀ ମୁର୍ମୁ ଏକ ପାରମ୍ପରିକ ସାନ୍ତାଳୀ ଶାଢି ପିନ୍ଧି ବୋଲି କୁହାଯାଉଛି। ଭାଉଜ ସୁକରୀ ଟୁଡୁ ଏହା ତାଙ୍କୁ ଉପହାର ଦେଇଛନ୍ତି ଏବଂ ଆଶା କରିଛନ୍ତି ନଣନ୍ଦ ଏହି ଶାଢି ପିନ୍ଧି ଦେଶର ସର୍ବୋଚ୍ଚ ପଦବୀ ପାଇଁ ଶପଥ ନେବେ।
ସୁକରୀ ତାଙ୍କ ସ୍ବାମୀ ଏବଂ ପରିବାର ସହିତ ମୟୂରଭଞ୍ଜ ଜିଲ୍ଲାର ରାୟରଙ୍ଗପୁର ନିକଟ ଉପରବେଡା ଗ୍ରାମରେ ରୁହନ୍ତି। ସେ କହିଛନ୍ତି, ସେ ମୁର୍ମୁଙ୍କ ପାଇଁ ସାନ୍ତାଳୀ ଶାଢି ଏକ ପାରମ୍ପରିକ ‘ଆରିସା ପିଠା’ ନେଇ ଦିଲ୍ଲୀ ଯାଉଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମୁର୍ମୁଙ୍କ ଝିଅ ତଥା ବ୍ୟାଙ୍କ ଅଧିକାରୀ ଇତିଶ୍ରି ଏବଂ ତାଙ୍କ ସ୍ବାମୀ ଗଣେଶ ହେମ୍ବ୍ରମ, ବିଜୁ ଜନତା ଦଳର ସଭାପତି ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ।

Share