‘ଆଦିପୁରୁଷ’ର ପ୍ରି-ରିଲିଜ ଇଭେଣ୍ଟ ପୂର୍ବରୁ ତିରୁପତି ବାଲାଜୀ ମନ୍ଦିରରେ ପହଞ୍ଚିଲେ ପ୍ରଭାସ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ପ୍ରି-ରିଲିଜ ହେବା ପାଇଁ ଆଉ ଅଳ୍ପ ସମୟ ବାକି ଅଛି। ଏଭଳି ପରିସ୍ଥିତିରେ ଏହି ଚଳଚ୍ଚିତ୍ରର ଷ୍ଟାର କାଷ୍ଟ ରିଲିଜ ହେବା ପୂର୍ବରୁ ଏହାକୁ ହିଟ୍‌ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ବର୍ତ୍ତମାନ ଏହି ଚଳଚ୍ଚିତ୍ର ରିଲିଜ ପୂର୍ବରୁ ପ୍ରଭାସ ଦର୍ଶନ ପାଇଁ ତିରୁପତି ବାଲାଜୀରେ ପହଞ୍ଚିଛନ୍ତି।

ପ୍ରଭାସ ତାଙ୍କ ଟିମ୍‌ ସହିତ ହାଇ ସିକ୍ୟୁରିଟି ମଧ୍ୟରେ ତିରୁପତି ପ୍ରଭୁ ଭେଙ୍କଟେଶ୍ୱରଙ୍କୁ ଦର୍ଶନ କରିଥିଲେ ଏବଂ ସେଠାରେ ଥିବା ସୁପ୍ରଭା ସେବାରେ ମଧ୍ୟ ଭାଗ ନେଇଥିଲେ। ଏହି ସମୟରେ ପ୍ରଭାସ ଧଳା କୁର୍ତ୍ତା ଏବଂ ପାଇଜାମା ପିନ୍ଧି ମନ୍ଦିରରେ ପହଞ୍ଚିବାର ନଜର ଆସିଛନ୍ତି।

ଆଜି ‘ଆଦିପୁରୁଷ’ ଫିଲ୍ମର ଆକ୍ସନ ପ୍ୟାକ ଟ୍ରେଲର ତିରୁପତିଠାରେ ଲଞ୍ଚ ହେବାକୁ ଯାଉଛି। ଯେଉଁଠାରେ ପ୍ରଭାସ, କ୍ରିତି ସାନନ ଏବଂ ନିର୍ଦ୍ଦେଶକ ଓମ ରାଉତ ପହଞ୍ଚିବେ ବୋଲି ଆଶା କରାଯାଉଛି। ଏହି ଇଭେଣ୍ଟ ୟୁଟ୍ୟୁବ, ଇନଷ୍ଟାଗ୍ରାମ ଏବଂ ଫେସବୁକରେ ସିଧା ପ୍ରସାରଣ ହେବ।ଏହି ଟ୍ରେଲର ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ବିଶ୍ୱବିଦ୍ୟାଳୟ ଷ୍ଟାଡିୟମରେ ଏକ ବିଶାଳ କାର୍ଯ୍ୟକ୍ରମରେ କରାଯିବ। ଏହି ବିଶେଷ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଶଂସକମାନେ ଅନେକ ସହରରୁ ଏଠାରେ ପହଞ୍ଚିଛନ୍ତି।

Share