Posted inଜାତୀୟ

ଚଳିତବର୍ଷ ଉତ୍ପାଦନ ହେବ ୩୨.୯୬କୋଟି ଟନ ଶସ୍ୟ: କୃଷି ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୯।୧୦: ଚଳିତ ବର୍ଷ ଦେଶରେ ଫସଲ ରେକର୍ଡ ସ୍ତରରେ ଉତ୍ପାଦନ ହେବାର ଆଶଙ୍କା ରହିଛ। ଏନେଇ କୃଷି ମନ୍ତ୍ରଣାଳୟ ସୂଚନା ଦେଇଛି। ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଆକଳନ ଅନୁଯାୟୀ, ୨୦୨୧-୨୨ରେ ଶସ୍ୟ ଉତ୍ପାଦନ ୩୧.୫୬କୋଟି ଟନ ହୋଇଥିଲା। କିନ୍ତୁ ଚଳିତବର୍ଷ ଅର୍ଥାତ୍‌ ୨୦୨୨-୨୩ରେ ୩୨.୯୬ କୋଟି ଟନ, ଯାହାକି ୧.୪୦କୋଟି ଟନ ଅଧିକ ଶସ୍ୟ ଉତ୍ପାଦନ ହେବ ବୋଲି ଆଶା କରାଯାଉଛି।

ଚଳିତ ବର୍ଷର ଶସ୍ୟ ଉତ୍ପାଦନ ଗତ ପାଞ୍ଚ ବର୍ଷର ହାରାହାରି ଶସ୍ୟ ଉତ୍ପାଦନ ତୁଳନାରେ ପ୍ରାୟ ୩୦.୯ନିୟୁତ ଟନ ଅଧିକ। ମନ୍ତ୍ରଣାଳୟ ଆକଳନ କରିଛି ଯେ ଚଳିତ ବର୍ଷ ୧୩.୫୭ କୋଟି ଟନ ଚାଉଳ, ୧୧.୦୫କୋଟି ଟନ ଗହମ, ୫.୭୩କୋଟି ଟନ ମିଲେଟ ଏବଂ ୩.୮୦କୋଟି ଟନ ମକା ଉତ୍ପାଦନ ହେବ ବୋଲି ଆଶା କରାଯାଉଛି। ଏଥିସହ ୪.୯୦୫ଲକ୍ଷ ଟନ ଆଖୁ ଓ ୩.୩୬କୋଟି ଟନ କପା ଉତ୍ପାଦନ ହେବ।

କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତ, ଉଦ୍ୟାନ କୃଷିରେ ରେକର୍ଡ ସଂଖ୍ୟକ ୩୫କୋଟି ଟନରୁ ଅଧିକ ଉତ୍ପାଦନ ହବ ବୋଲି ଆଶା କରାଯାଉଛି। ଏହା ପ୍ରାୟ ୪୭.୪ଲକ୍ଷ ଟନ ଅର୍ଥାତ ଗତ ବର୍ଷ ତୁଳନାରେ ୧.୩୭ ପ୍ରତିଶତ ଅଧିକ। ସେହିପରି ଚଳିତବର୍ଷ ଫଳ ଉତ୍ପାଦନ ୧୦ କୋଟି ୮୩.୪ ଲକ୍ଷ ଟନ ଓ ପନିପରିବା ୨୧ କୋଟି ଅର୍ଥାତ୍‌ ୨୯.୧ ଲକ୍ଷ ଟନ ହେବ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ରେ ପାର୍ବତୀ ଗିରିଙ୍କୁ ପ୍ରଶଂସା ସହ ବଖାଣିଲେ ୨୦୨୫ର ଏସବୁ ସଫଳତା

ନୂଆଦିଲ୍ଲୀ,୨୮ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୯ ତମ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୦୨୫ର ଅନେକ ସଫଳତା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ।...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri