କୃଷି ଓଡ଼ିଶାର ପ୍ରାଣକେନ୍ଦ୍ର

ରଘୁନାଥପୁର,୧ା୧୦(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ରେଢୁଆ ନୂଆଗଡ଼ସ୍ଥିତ କୃଷିଭିତ୍ତିକ ସଂସ୍ଥା ଲାଲ(ଲିଭ ଆଣ୍ଡ ଲେଟ ଲିଭ)ପକ୍ଷରୁ ରାଜ୍ୟର କୃଷି ଉତ୍ପାଦକ ସଙ୍ଗଠନର କର୍ମକର୍ତ୍ତାଙ୍କୁ ନେଇ ଏକ ତିନିଦିନିଆ ପ୍ରଶିକ୍ଷଣ ଶିବିର କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ଏସ୍‌ଏଫ୍‌ଏସି(ଖୁଦ୍ର ଚାଷୀ ଓ କୃଷି ବ୍ୟାପାର ସଙ୍ଗଠନ ନୂଆଦିଲ୍ଲୀ ସହାୟତାରେ ରାଜ୍ୟର ୧୭ କୃଷକ ଉତ୍ପାଦକ ସଙ୍ଗଠନ ଏଥିରେ ସାମିଲ ହୋଇଥିଲେ। ସଙ୍ଗଠନଗୁଡ଼ିକର ପରିଚାଳନା କମିଟି ସଦସ୍ୟ, ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀ ଓ ହିସାବ ରାକ୍ଷକମାନେ ଶିବିରରେ ଯୋଗଦେଇଥିଲେ। ଲାଲ ସଂସ୍ଥାର ସମ୍ପାଦକ କ୍ଷେତ୍ରମୋହନ ବେହେରା ଏହାକୁ ପରିଚାଳନା କରିଥିଲେ। ଜାତୀୟ ଧାନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ବି.ସି. ପାତ୍ର ଏହାକୁ ଉଦ୍‌ଘାଟନ କରି କୃଷି ଓଡ଼ିଶାର ପ୍ରାଣକେନ୍ଦ୍ର ବୋଲି କହିଥିଲେ। ରାଜ୍ୟରେ କୃଷିର ଉନ୍ନତି ନ ହେଲେ କୃଷକଙ୍କ ଜୀବନଶୈଳୀରେ ଉନ୍ନତି ହୋଇପାରିବ ନାହିଁ ବୋଲି ସେ ପ୍ରକାଶ କରିଥିଲେ। ଶୁକ୍ରବାର ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବେ ଜାତୀୟ ଧାନ ଗବେଷଣା କେନ୍ଦ୍ରର ପ୍ରଧାନ ବୈଜ୍ଞାନିକ ଜି.ଏକେ. କୁମାର ଓ ଇଫ୍‌କୋର ଷ୍ଟେଟ ମାର୍କେଟଂ ମ୍ୟାନେଜର ଏସ.କେ ଚାଟାର୍ଜୀ ଉପସ୍ଥିତ ଥିଲେ। ଜାତୀୟ ଧାନ ଗବେଷଣା କେନ୍ଦ୍ର ଓ କୃଷକ ଉତ୍ପାଦକ ସଙ୍ଗଠନ ମିଳିତ ଭାବେ ବିହନ ଉତ୍ପାଦନ କଲେ ଉପଯୁକ୍ତ ସମୟରେ ବିଭିନ୍ନ ପ୍ରକାର ଗୁଣାତ୍ମକ ବିହନ ଚାଷୀମାନେ ସୁଲଭ ମୂଲ୍ୟରେ ପାଇପାରିବେ ବୋଲି ପ୍ରଧାନ ବୈଜ୍ଞାନିକ କୁମାର ଆଶାବ୍ୟକ୍ତ କରିଥିଲେ। ଲାଲ ସମ୍ପାଦକ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିବିରରେ ଅନ୍ୟାନ୍ୟ ଜିଲା ସମେତ କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାସ୍ଥିତ କୃଷି କୃଷି ଉତ୍ପାଦକ ସଙ୍ଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଲାଲ ସଂସ୍ଥାର ମ୍ୟାନେଜର ରଞ୍ଜନ କୁମାର ରାଉତ ଓ ଉପଦେଷ୍ଟା ସୁକାନ୍ତ ଜେନା ଶିବିର ପରିଚାଳନା ସହଯୋଗ କରିଥିଳେ। ଶେଷର ସୁଧୀର ରଞ୍ଜନ ବାରିକ ଧନ୍ୟବାଦ ଦେଇଥିଲେ।