ସୀମିତ କର୍ମଚାରୀରେ ଚାଲିଛି କୃଷି ଜିଲା କାର୍ଯ୍ୟାଳୟ

ଚମ୍ପୁଆ,୨୦ା୧(ଡି.ଏନ୍‌.ଏ): କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି। କୃଷି ଜାତ ଦ୍ରବ୍ୟ ଅମଳ ବୃଦ୍ଧି ନିମନ୍ତେ ଆଧୁନିକ ଯନ୍ତ୍ରପାତି ସବ୍‌ସିଡ୍‌ ମାଧ୍ୟମରେ ଚାଷୀଙ୍କୁ ପ୍ରଦାନ କରୁଛନ୍ତି। ମାତ୍ର ଚାଷ ଓ ଚାଷୀଙ୍କୁ ସଫଳତାର ବାଟ ଦେଖାଉଥିବା ଚମ୍ପୁଆ କୃଷି ବିଭାଗରେ କର୍ମଚାରୀ ଅଭାବ କାରଣରୁ ଯୋଜନାର ସଫଳ ରୁପାୟନ ମିଳି ପାରୁନାହିଁ।
ଯେ, ଚମ୍ପୁଆ, ଯୋଡ଼ା, ଝୁମ୍ପୁରା ବ୍ଲକ୍‌କୁ ନେଇ ଗଠିତ ଉକ୍ତ କୃଷି ଜିଲା ଉପରେ ୬୧ ପଞ୍ଚାୟତର ୪୨୯ଟି ଗାଁର ଚାଷୀ ନିର୍ଭର କରି ଆସୁଛନ୍ତି। ଉଭୟ ରବି ଓ ଖରିପ୍‌ ଋତୁରେ ଚମ୍ପୁଆ ବ୍ଲକ୍‌ରେ ୨୧ ହଜାର ୯୫୮ ହେକ୍ଟର, ଝୁମ୍ପୁରା ବ୍ଲକ୍‌ରେ ୨୩ ହଜାର ୯୫୫ ହେକ୍ଟର ଓ ଯୋଡ଼ା ବ୍ଲକ୍‌ରେ ୧୩ ହଜାର ୨୭୭ ହେକ୍ଟରକୁ ମିଶାଇ ୫୯୧୯୦ ହେକ୍ଟର ଜମିରେ ଚାଷ କାର୍ଯ୍ୟ କରାଯାଉଛି। ମାତ୍ର ବିଭାଗରେ ୩ ବ୍ଲକ୍‌ କୃଷି ଅଧିକାରୀ ପଦବୀ ଖାଲି ପଡ଼ିଛି। ସହକାରୀ କୃଷି ଅଧିକାରୀ ୬ ଜଣଙ୍କ ସ୍ଥାନରେ ୫ କାମ କରୁଛନ୍ତି। ସେହିପରି ୧୮ଜଣ କୃଷି ଅଧିଦର୍ଶକ ବଦଳରେ ୧୬ ରହିଥିବା ବେଳେ ଭି.ଏ.ଡବ୍ଲ୍ୟୁ ୨୭ ସ୍ଥାନରେ ୯ ଜଣ କାର୍ଯ୍ୟ କରୁଛନ୍ତି। ସେହିପରି ୧ଟି ସେକ୍ସନ ଅଫିସର ପଦରେ କେହି ନ ଥିବା ବେଳେ ୩ ସିନିୟର ଆସିଷ୍ଟାଣ୍ଡ ପଦବୀରେ ୨ ଜଣ ଅଛନ୍ତି। ଏପରିକି କାର୍ଯ୍ୟାଳୟରେ ଥିବା ସରକାରୀ ଗାଡ଼ି ଦୀର୍ଘ ଦିନରୁ ଅଚଳ ଅବସ୍ଥାରେ ପଡ଼ିରହିଛି। କର୍ମଚାରୀ ଅଭାବ କାରଣରୁ ସରକାରଙ୍କର କାଳିଆ, ବଳିଆ, ଏନଏଫଏସଏମ୍‌ ସ୍କିମ୍‌ ପ୍ରୋଗ୍ରାମ ଆଦି କାର୍ଯ୍ୟକୁ ଆଡ୍‌ଜେଷ୍ଟ କରି କରାଯାଉଥିବା ଜଣାଯାଇଛି। ଏ ନେଇ କୃଷି ଜିଲା ଅଧିକାରୀ ମନୋରଞ୍ଜନ ମଣ୍ଡଳ କହିଛନ୍ତି, କର୍ମଚାରୀ ଅଭାବରୁ କାର୍ଯ୍ୟକ୍ଷେତ୍ରରେ ସମସ୍ୟା ଉପୁଜୁଛି। ଅନ୍ୟ କର୍ମଚାରୀମାନଙ୍କ ଦ୍ୱାରା ଏହାକୁ ସମାପନ କରାଯାଉଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?