ଏନ୍‌ଏସ୍‌ସିକୁ ରିପୋର୍ଟ ମାଗିଲା କୃଷି ବିଭାଗ

ଯାଜପୁର,୨୯ା୨(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ଦୀର୍ଘ ୭୬ ବର୍ଷ ପୁରୁଣା ଏକମାତ୍ର ସୁକିନ୍ଦା ବିହନ ଫାର୍ମ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ୨୦୨୧ରେ ପିଜୁଳି ଚାରା ରୋପଣ ବିରୋଧରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା ରୁଜୁ ଏବଂ ପରେ ବଡ଼ଚଣାକୁ ଉକ୍ତ ପ୍ରକଳ୍ପ ସ୍ଥାନାନ୍ତରଣ ହେବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁ ସ୍ଥାନୀୟ ପ୍ରାୟ ୫୦୦ ଶ୍ରମିକ ଜୀବିକା ହରାଇଛନ୍ତି। ସ୍ଥାନୀୟ ନେତୃମଣ୍ଡଳୀ ମଧ୍ୟ ଏନେଇ ହାତ ଟେକି ଦେଇଛନ୍ତି। ଏହି କ୍ରମରେ ସୁକିନ୍ଦା ବିହନ ଫାର୍ମର ପୁନରୁଦ୍ଧାର ପାଇଁ ଯାଜପୁର ସିଭିଲ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୋଲକୋତା ନ୍ୟାଶନାଲ ସିଡ୍ସ କର୍ପୋରେଶନ ଲିଃ(ଏନଏସସି), କୃଷି ନିର୍ଦ୍ଦେଶକ ଏବଂ ଓଏସ୍‌ଏସ୍‌ସି ଲିଃର ଏମ୍‌ଡିଙ୍କୁ ରିପୋର୍ଟ ତଲବ କରାଯାଇଛି। ଏହି ଘଟଣାକୁ ଗୁରୁତ୍ୱ ଭାବେ ଗ୍ରହଣ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ହୋଇଛି। ଫଳରେ ସୁକିନ୍ଦା ବିହନ ଫାର୍ମର ପୁନଃ କାର୍ଯ୍ୟକ୍ଷମ ଆଶା ଉଜ୍ଜୀବିତ ହୋଇଛି।
ଏସିଆ ମହାଦେଶର ସର୍ବବୃହତ୍‌ ବିହନ ଉତ୍ପାଦନ ଫାର୍ମକୁ ଖୋଦ୍‌ ସରକାର ଘରୋଇକରଣ କରିବା କାରଣରୁ ଶତାଧିକ ମହିଳା ଶ୍ରମିକଙ୍କ ହାତରେ ବେଡି ପଡିଛି। ସୂଚନାଯୋଗ୍ୟ, ଯାଜପୁର ଜିଲା ସୁକିନ୍ଦା ବ୍ଲକ ଦାମୋଦରପୁରଠାରେ ୧୯୪୮ରେ ଏକ ବିହନ ଉତ୍ପାଦନ କ୍ଷେତ୍ର (ସୁକିନ୍ଦା ବିହନ ଫାର୍ମ ) ପ୍ରତିଷ୍ଠା ହୋଇଥିଲା। ଉକ୍ତ ଫାର୍ମରେ ଧାନଠାରୁ ମୁଗ, ବିରି, ବାଜରା, କୋଳଥ, ଚିନାବାଦାମ, କଖାରୁ, ବୋଇତାଳୁ, ନଳିତା, ଧଣ୍ଡିଚା, ମକା, ସୋରିଷ ଭଳି ବିଭିନ୍ନ ଫସଲ ଚାଷ ହେଉଥିଲା। ସେଠାରେ ବିହନ ଉତ୍ପାଦନ ହଳ ବଳଦ ମାଧ୍ୟମରେ କରାଯାଉଥିଲା। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ମୂଳଖମ୍ବ, ଦାମୋଦରପୁର, କୁହିକା, ପିମ୍ପୁଡିଆ, ବନ୍ଧଗାଁ, ମାଣତିରା, ନୋଟିସାହି, ଗୋଡିସାହି, ଆମ୍ବପାଳ, ଅର୍ଜୁନଝର, ନୂଆ ଗନ୍ଧାପାଳ, ମଙ୍ଗଳପୁର, କଞ୍ଚିଚୁଆଁ, ପୁବଳ ଆଦି ଗ୍ରାମର ମହିଳା ଶ୍ରମିକମାନଙ୍କୁ ନେଇ ତଳି ରୁଆ ପୋତା, ଫସଲ ବାଛିବା, ଅମଳ କରିବା ପର୍ଯ୍ୟନ୍ତ କାମରେ ନିୟୋଜିତ କରାଯାଉଥିଲା। ଶ୍ରମିକମାନେ ଏଥିରେ ନିଜର ପରିବାର ପ୍ରତିପୋଷଣ କରି ଆସୁଥିଲେ। ସେହିଭଳି ହଳ ବୁଲେଇବା, ସାର, ଔଷଧ ପକାଇବା ଓ ଅନ୍ୟାନ୍ୟ କାମ ନିମନ୍ତେ ପୁରୁଷ ଶ୍ରମିକମାନଙ୍କୁ ନିୟୋଜିତ କରାଯାଉଥିଲା। ଉକ୍ତ ଫାର୍ମ ବିହନ ଉତ୍ପାଦନରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲା। କିନ୍ତୁ ରାଜ୍ୟ ସରକାର ଗତ ଜୁଲାଇ ୨୦୧୬ରେ ଏହି ଫାର୍ମର ଚାଷ ଜମିକୁ ଏନ୍‌ଏସ୍‌ସି ସହ ଚୁକ୍ତି କରି ତାକୁ ସମସ୍ତ କାର୍ଯ୍ୟର ଦାୟିତ୍ୱ ହସ୍ତାନ୍ତର କରିଥିଲେ। ସେ ଶ୍ରମିକମାନଙ୍କୁ ଅଣଦେଖା କରିବାରୁ ଶାନ୍ତିପୂର୍ଣ୍ଣ ଭାବେ କାମ ପାଇଁ ଆନ୍ଦୋଳନ କରିଥିଲେ। ଏଭଳି ସ୍ଥଳେ ଏନ୍‌ଏସ୍‌ସି ନିଜେ କାମ ନ କରି ଝାଡ଼ଖଣ୍ଡର ଗୋବିନ୍ଦ ଇଞ୍ଜିନିୟରିଂ ନାମକ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ହସ୍ତାନ୍ତର କରିଥିଲା। ଏହି ଠିକାସଂସ୍ଥା ମଧ୍ୟ ଶ୍ରମିକମାନଙ୍କ ସ୍ବାର୍ଥକୁ ଅଣଦେଖା କରି ଫାର୍ମକୁ ସମ୍ପୂର୍ଣ୍ଣ ଭାବେ ଅଚଳ କରି ଦେଇଥିଲା। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ସିଭିଲ ସୋସାଇଟି ରାଜ୍ୟ ସରକାରଙ୍କ ସହ ରାଜ୍ୟ କୃଷିବିଭାଗ ସଚିବଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏହାପରେ ରାଜ୍ୟ କୃଷି ବିଭାଗର ଉପନିର୍ଦ୍ଦେଶକ ସୁଜାତା ପ୍ରିୟମ୍ବଦା ପରିଡ଼ା ଅବିଳମ୍ବେ ଏହାର ତଦନ୍ତକରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri