ଏନ୍‌ଏସ୍‌ସିକୁ ରିପୋର୍ଟ ମାଗିଲା କୃଷି ବିଭାଗ

ଯାଜପୁର,୨୯ା୨(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ଦୀର୍ଘ ୭୬ ବର୍ଷ ପୁରୁଣା ଏକମାତ୍ର ସୁକିନ୍ଦା ବିହନ ଫାର୍ମ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ୨୦୨୧ରେ ପିଜୁଳି ଚାରା ରୋପଣ ବିରୋଧରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା ରୁଜୁ ଏବଂ ପରେ ବଡ଼ଚଣାକୁ ଉକ୍ତ ପ୍ରକଳ୍ପ ସ୍ଥାନାନ୍ତରଣ ହେବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁ ସ୍ଥାନୀୟ ପ୍ରାୟ ୫୦୦ ଶ୍ରମିକ ଜୀବିକା ହରାଇଛନ୍ତି। ସ୍ଥାନୀୟ ନେତୃମଣ୍ଡଳୀ ମଧ୍ୟ ଏନେଇ ହାତ ଟେକି ଦେଇଛନ୍ତି। ଏହି କ୍ରମରେ ସୁକିନ୍ଦା ବିହନ ଫାର୍ମର ପୁନରୁଦ୍ଧାର ପାଇଁ ଯାଜପୁର ସିଭିଲ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୋଲକୋତା ନ୍ୟାଶନାଲ ସିଡ୍ସ କର୍ପୋରେଶନ ଲିଃ(ଏନଏସସି), କୃଷି ନିର୍ଦ୍ଦେଶକ ଏବଂ ଓଏସ୍‌ଏସ୍‌ସି ଲିଃର ଏମ୍‌ଡିଙ୍କୁ ରିପୋର୍ଟ ତଲବ କରାଯାଇଛି। ଏହି ଘଟଣାକୁ ଗୁରୁତ୍ୱ ଭାବେ ଗ୍ରହଣ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ହୋଇଛି। ଫଳରେ ସୁକିନ୍ଦା ବିହନ ଫାର୍ମର ପୁନଃ କାର୍ଯ୍ୟକ୍ଷମ ଆଶା ଉଜ୍ଜୀବିତ ହୋଇଛି।
ଏସିଆ ମହାଦେଶର ସର୍ବବୃହତ୍‌ ବିହନ ଉତ୍ପାଦନ ଫାର୍ମକୁ ଖୋଦ୍‌ ସରକାର ଘରୋଇକରଣ କରିବା କାରଣରୁ ଶତାଧିକ ମହିଳା ଶ୍ରମିକଙ୍କ ହାତରେ ବେଡି ପଡିଛି। ସୂଚନାଯୋଗ୍ୟ, ଯାଜପୁର ଜିଲା ସୁକିନ୍ଦା ବ୍ଲକ ଦାମୋଦରପୁରଠାରେ ୧୯୪୮ରେ ଏକ ବିହନ ଉତ୍ପାଦନ କ୍ଷେତ୍ର (ସୁକିନ୍ଦା ବିହନ ଫାର୍ମ ) ପ୍ରତିଷ୍ଠା ହୋଇଥିଲା। ଉକ୍ତ ଫାର୍ମରେ ଧାନଠାରୁ ମୁଗ, ବିରି, ବାଜରା, କୋଳଥ, ଚିନାବାଦାମ, କଖାରୁ, ବୋଇତାଳୁ, ନଳିତା, ଧଣ୍ଡିଚା, ମକା, ସୋରିଷ ଭଳି ବିଭିନ୍ନ ଫସଲ ଚାଷ ହେଉଥିଲା। ସେଠାରେ ବିହନ ଉତ୍ପାଦନ ହଳ ବଳଦ ମାଧ୍ୟମରେ କରାଯାଉଥିଲା। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ମୂଳଖମ୍ବ, ଦାମୋଦରପୁର, କୁହିକା, ପିମ୍ପୁଡିଆ, ବନ୍ଧଗାଁ, ମାଣତିରା, ନୋଟିସାହି, ଗୋଡିସାହି, ଆମ୍ବପାଳ, ଅର୍ଜୁନଝର, ନୂଆ ଗନ୍ଧାପାଳ, ମଙ୍ଗଳପୁର, କଞ୍ଚିଚୁଆଁ, ପୁବଳ ଆଦି ଗ୍ରାମର ମହିଳା ଶ୍ରମିକମାନଙ୍କୁ ନେଇ ତଳି ରୁଆ ପୋତା, ଫସଲ ବାଛିବା, ଅମଳ କରିବା ପର୍ଯ୍ୟନ୍ତ କାମରେ ନିୟୋଜିତ କରାଯାଉଥିଲା। ଶ୍ରମିକମାନେ ଏଥିରେ ନିଜର ପରିବାର ପ୍ରତିପୋଷଣ କରି ଆସୁଥିଲେ। ସେହିଭଳି ହଳ ବୁଲେଇବା, ସାର, ଔଷଧ ପକାଇବା ଓ ଅନ୍ୟାନ୍ୟ କାମ ନିମନ୍ତେ ପୁରୁଷ ଶ୍ରମିକମାନଙ୍କୁ ନିୟୋଜିତ କରାଯାଉଥିଲା। ଉକ୍ତ ଫାର୍ମ ବିହନ ଉତ୍ପାଦନରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲା। କିନ୍ତୁ ରାଜ୍ୟ ସରକାର ଗତ ଜୁଲାଇ ୨୦୧୬ରେ ଏହି ଫାର୍ମର ଚାଷ ଜମିକୁ ଏନ୍‌ଏସ୍‌ସି ସହ ଚୁକ୍ତି କରି ତାକୁ ସମସ୍ତ କାର୍ଯ୍ୟର ଦାୟିତ୍ୱ ହସ୍ତାନ୍ତର କରିଥିଲେ। ସେ ଶ୍ରମିକମାନଙ୍କୁ ଅଣଦେଖା କରିବାରୁ ଶାନ୍ତିପୂର୍ଣ୍ଣ ଭାବେ କାମ ପାଇଁ ଆନ୍ଦୋଳନ କରିଥିଲେ। ଏଭଳି ସ୍ଥଳେ ଏନ୍‌ଏସ୍‌ସି ନିଜେ କାମ ନ କରି ଝାଡ଼ଖଣ୍ଡର ଗୋବିନ୍ଦ ଇଞ୍ଜିନିୟରିଂ ନାମକ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ହସ୍ତାନ୍ତର କରିଥିଲା। ଏହି ଠିକାସଂସ୍ଥା ମଧ୍ୟ ଶ୍ରମିକମାନଙ୍କ ସ୍ବାର୍ଥକୁ ଅଣଦେଖା କରି ଫାର୍ମକୁ ସମ୍ପୂର୍ଣ୍ଣ ଭାବେ ଅଚଳ କରି ଦେଇଥିଲା। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ସିଭିଲ ସୋସାଇଟି ରାଜ୍ୟ ସରକାରଙ୍କ ସହ ରାଜ୍ୟ କୃଷିବିଭାଗ ସଚିବଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏହାପରେ ରାଜ୍ୟ କୃଷି ବିଭାଗର ଉପନିର୍ଦ୍ଦେଶକ ସୁଜାତା ପ୍ରିୟମ୍ବଦା ପରିଡ଼ା ଅବିଳମ୍ବେ ଏହାର ତଦନ୍ତକରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri