ବିଦେଶରେ ଆଦର ପାଉଛି ଗ୍ରାମୋଦ୍ୟୋଗ ସାମଗ୍ରୀ

ପ୍ରଶ୍ନ- ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀର ଚାହିଦା କିଭଳି ରହିଛି?
ଉତ୍ତର- ଓଡ଼ିଶାରେ ଭଲ ଚାହିଦା ରହିଛି। ଖଦି ଚାହିଦା ଶତ ପ୍ରତିଶତ ନ ଥିଲେ ମଧ୍ୟ ଗ୍ରାମୋଦ୍ୟୋଗର ଚାହିଦା ଓଡ଼ିଶା ସମେତ ସାରା ଭାରତରେ ସର୍ବାଧିକ ରହିଛି। ଗ୍ରାମୋଦ୍ୟୋଗ ଯୋଗୁ ଲୋକମାନେ ରୋଜଗାର ସହ ଆତ୍ମନିର୍ଭର ହୋଇପାରୁଛନ୍ତି। କେଭିଆଇସିର ବିଭିନ୍ନ ସାମଗ୍ରୀ ବିଦେଶରେ ମଧ୍ୟ ବହୁଳ ଭାବେ ବ୍ୟବହାର ହେଉଛି।
ପ୍ରଶ୍ନ- ଖଦି ସାମଗ୍ରୀ ଯୁବ ଗୋଷ୍ଠୀଙ୍କୁ ଆକୃଷ୍ଟ
କରୁଛି କି?
ଉତ୍ତର- ଯୁବପିଢ଼ି ଟ୍ରେଣ୍ଡିଂ ସାମଗ୍ରୀ ଓ ପୋଷାକ ଅଧିକ ବ୍ୟବହାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ‘ଖଦି ଫର ନେଶନ-ଖଦି ଫର ଫ୍ୟାଶନ’ରେ ଯୁବବର୍ଗ ଅନୁପ୍ରାଣିତ। ଯୁବବର୍ଗଙ୍କଠାରୁ ବୟୋଜ୍ୟେଷ୍ଠ ପର୍ଯ୍ୟନ୍ତ ଖଦି ପୋଷାକ ଏବଂ ଖଦିରୁ ପ୍ରସ୍ତୁତ ଅନ୍ୟ ସାମଗ୍ରୀ ମଧ୍ୟ ବ୍ୟବହାର କରୁଛନ୍ତି। ଏହା ଏକ ଶୁଭ ସଙ୍କେତ। ସମସ୍ତ ଅଂଶୀଦାର ଏହାଦ୍ୱାରା ବେଶ୍‌ ଉପକୃତ ହୋଇପାରୁଛନ୍ତି। ପଶ୍ଚିମ ଓଡ଼ିଶାରେ ପ୍ରସ୍ତୁତ ପୋଷାକ, ଉତ୍ତର ଓଡ଼ିଶାର ବନଜାତ ଘରୋଇ ସାମଗ୍ରୀ, ଉପକୂଳ ଓଡ଼ିଶାର କଳାକୃତି ପ୍ରଡକ୍ଟ ଏବଂ ଦକ୍ଷିଣ ଓଡ଼ିଶାର ପ୍ରକ୍ରିୟାକୃତ ଖାଦ୍ୟ ବିଦେଶରେ ମଧ୍ୟ ଆଦର ଲାଭ କରିଛି।
ପ୍ରଶ୍ନ- ଗ୍ରାମୀଣ ବିକାଶରେ ଖଦି ଓ ଗ୍ରାମୋଦ୍ୟୋଗ ଶିଳ୍ପ କେତେ ସକ୍ଷମ ହୋଇଛି?
ଉତ୍ତର-କମିଶନ ଗ୍ରାମୀଣ ବିକାଶ ପାଇଁ କାର୍ଯ୍ୟ କରୁଛି। ନୂଆ ନିଯୁକ୍ତି ସୃଷ୍ଟି ସାଙ୍ଗକୁ ନିଶ୍ଚିତ ରୋଜଗାର ବଢ଼ିଛି। ଖଦି ଏବଂ ଗ୍ରାମୋଦ୍ୟୋଗ ପ୍ରଡକ୍ଟ ପ୍ରତି ସବୁ ବର୍ଗଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି। ଉତ୍ପାଦିତ ଗ୍ରାମୀଣ ସାମଗ୍ରୀ ବଜାରରେ ଭଲ ବିକ୍ରି ହେଉଥିବାରୁ ଲୋକଙ୍କୁ ରୋଜଗାର ବଢ଼ାଇବାରେ ଏହା ଯୋଗଦାନ ରଖୁଛି।
ପ୍ରଶ୍ନ- କେଉଁ ସବୁ ଯୋଜନା ହିତାଧିକାରୀଙ୍କ ପାଇଁ ବେଶ୍‌ ଫଳପ୍ରଦ ହୋଇଛି?
ଉତ୍ତର-ପିଏମ୍‌ଇଜିପି, ଏମ୍‌ଡିଏ, ଆଇଏସ୍‌ଇସି, ସ୍ଫୃତି, ରିବେଟ ଏବଂ ମହୁ ମିଶନ ଭଳି ଯୋଜନା ଦ୍ୱାରା ହିତାଧିକାରୀମାନେ ବିଭିନ୍ନ ସୁବିଧା ପାଉଛନ୍ତି। ରୋଜଗାର ସୃଷ୍ଟି ଦିଗରେ ରହିଥିବା କମିଶନଙ୍କ ମୂଳ ଲକ୍ଷ୍ୟ ହାସଲରେ ଏହା ସହାୟକ ହେଉଛି।
ପ୍ରଶ୍ନ- ପିଏମ୍‌ଇଜିପି ଯୋଜନାକୁ କମିଶନ ଗୁରୁତ୍ୱ ଦେଉଛନ୍ତି। ଏହାଦ୍ୱାରା ହିତାଧିକାରୀ କ’ଣ ସବୁ ଲାଭ ପାଉଛନ୍ତି?
ଉତ୍ତର-କୋଭିଡ୍‌ ଯୋଗୁ ଅନେକ ଲୋକ ନିଯୁକ୍ତି ହରାଇଛନ୍ତି। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ (ପିଏମ୍‌ଇଜିପି) ସାରା ଦେଶରେ ଲାଗୁ କରିଛନ୍ତି। ଉଭୟ ଗ୍ରାମୀଣ ଓ ସହରାଞ୍ଚଳର ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ସୁବିଧା ଯୋଗାଇ ଦିଆଯାଉଛି। ଗ୍ରାମାଞ୍ଚଳ ହିତାଧିକାରୀଙ୍କୁ ୩୫% ଏବଂ ସହରାଞ୍ଚଳ ହିତାଧିକାରୀଙ୍କୁ ୨୫% ସବ୍‌ସିଡି ଦିଆଯାଉଛି। ସହଜ ପଦ୍ଧତିରେ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇପାରୁଛନ୍ତି। କୌଣସି ସମସ୍ୟା ସାମ୍ନା ନ କରି ଲୋକମାନେ ଯୋଜନାର ଲାଭ ଉଠାଇ ପାରୁଛନ୍ତି। ବ୍ୟାଙ୍କ ଜରିଆରେ ସହାୟତା ପ୍ରଦାନ କରାଯାଉଛି।
ପ୍ରଶ୍ନ- ରାଜ୍ୟରେ ହନି ମିଶନ କିପରି କାର୍ଯ୍ୟ କରୁଛି?
ଉତ୍ତର-ରାଜ୍ୟରେ ‘ହନି ମିଶନ’ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛି। ଲୋକଙ୍କ ରୋଜଗାର ଏବଂ ରାଜ୍ୟର ଉପତ୍ାଦନ ବଢ଼ିଛି। ଏହି ମିଶନକୁ ଆହୁରି ସଫଳ କରିବାକୁ ବର୍ତ୍ତମାନ କାର୍ଯ୍ୟପନ୍ଥାର ସମୀକ୍ଷା ହେଉଛି। ଯୋଜନାର ଗୁରୁତ୍ୱ ବଢ଼ିଛି। ହିତାଧିକାରୀଙ୍କୁ ମହୁ ମାଛି ଦଳ (ମହୁ ବାକ୍ସ) ସମେତ ଆବଶ୍ୟକ କିଟ୍‌ ଯୋଗାଇ ଦିଆଯାଉଛି।
ପ୍ରଶ୍ନ- କୋଭିଡ୍‌ର ପ୍ରଭାବ କିପରି ପଡ଼ିଥିଲା?
ଉତ୍ତର- ମହାମାରୀ ଯୋଗୁ କାରବାର ହ୍ରାସ ସହ ମାନ୍ଦାବସ୍ଥା ଜାରି ରହିଛି। ସରକାର ଲୋକଙ୍କ ଲାଗି ବିଭିନ୍ନ ଯୋଜନା ଆଣୁଛନ୍ତି। ସ୍ଥିତି ସ୍ବାଭାବିକ ହେବାକୁ ଅପେକ୍ଷା। କୋଭିଡ୍‌ ନିୟମକୁ ନଜରରେ ରଖି କାର୍ଯ୍ୟକ୍ରମ ହାତକୁ ନିଆଯିବ।
ପ୍ରଶ୍ନ- ଫ୍ରି ଟାଇମ୍‌ରେ କ’ଣ ସବୁ କରିବାକୁ ଭଲପାଆନ୍ତି?
ଉତ୍ତର- କର୍ମମୟ ଜୀବନରେ କାର୍ଯ୍ୟ ଓ ଦାୟିତ୍ୱ ମୁଦ୍ରାର ୨ଟି ପାର୍ଶ୍ୱ। କାର୍ଯ୍ୟର ଅଧିକାଂଶ ସମୟ ଭ୍ରମଣରେ ବିତିଥାଏ। କାର୍ଯ୍ୟାଳୟରୁ ଗଲାପରେ ଅଥିବା ଛୁଟି ଦିନଗୁଡିକରେ ପରିବାର ସହ ପରିଭ୍ରମଣ କରେ। ସାଙ୍ଗଙ୍କ ସହ ସୋସିଆଲ ମିଡିଆରେ ସମ୍ପର୍କରେ ରହୁଛି। ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଭଲ ଲାଗେ।
ପ୍ରଶ୍ନ- ଖଦିକୁ ନେଇ ଆପଣଙ୍କର ମତ କ’ଣ?
ଉତ୍ତର- ଖଦି ପୋଷାକର ଏକ ସ୍ବତନ୍ତ୍ରତା ରହିଛି। ଖଦିକୁ ମୁଁ ବହୁତ ପସନ୍ଦ କରେ। ପ୍ରତିଦିନ ପରିଧାନ କରି ନ ପାରିଲେ ମଧ୍ୟ ପ୍ରାୟ ସମୟ ଖଦି ବସ୍ତ୍ରର ବ୍ୟବହାର କରେ। କାର୍ଯ୍ୟାଳୟରେ ମଧ୍ୟ ସବୁ କର୍ମଚାରୀ ପ୍ରାୟ ଖଦି ପରିଧାନ କରିଥାନ୍ତି। ମନ୍ତ୍ରଣାଳୟ ମଧ୍ୟ ଏହାର ବ୍ୟବହାରକୁ ଗୁରୁତ୍ୱ ଦେଉଛି।

-ସାକ୍ଷାତ୍‌କାର: ଅଭୟ ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ବୁଲିଲା ଦନ୍ତାହାତୀ

ହାଟଡିହୀ/ ବଉଳା, ୩୧।୧୨ (ଶୁଭକାନ୍ତ ନାୟକ /ଦୁର୍ଗା ପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଆମ୍ବୋ ଅଞ୍ଚଳରେ ମଙ୍ଗଳବାର ଏକ ଦନ୍ତା ହାତୀ ଆତଙ୍କ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri