କୃଷିଭିତ୍ତିକ ଗଣପର୍ବ

ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ପୁରପଲ୍ଲି ସବୁଠି ସବୁ ବର୍ଗର ଲୋକେ ଆନନ୍ଦ ଉଲ୍ଲାସରେ ଏହା ପାଳନ କରିଥାନ୍ତି। ଏହି ପର୍ବ ଆଧୁନିକ ସମାଜକୁ ଅନେକ ବାର୍ତ୍ତା ଦେଇଥାଏ। ଦୈନନ୍ଦିନ ଜୀବନ, ବ୍ୟବହାର, ଐତିହ୍ୟ, ସଂସ୍କୃତି, ଚାଲିଚଳନ, ପରିଧାନ, ଖାଦ୍ୟପେୟ ଉପରେ ମାର୍ଗଦର୍ଶନ ଦେଇଆସୁଛି। ପରମ୍ପରା ସହିତ ନିବିଡ ଭାବେ ଜଡିତ ରହିଛି ଏହି ନିଆରା ପର୍ବ। ନୂଆଖାଇବା (ନବାନ୍ନ ଭକ୍ଷଣ) ଓ ପରେ ଛୋଟ ପିଲାମାନେ ବଡମାନଙ୍କୁ ମୁଣ୍ଡିଆ ମାରିବା (ନୂଅଁାଖାଇ ଜୁହାର) ଭଳି ପରମ୍ପରା ରହିଛି। ଏହି ପରମ୍ପରା କେବଳ ପରିବାର ଭିିତରେ ସୀମିତ ନ ଥାଏ। ପଡା, ଗ୍ରାମ, ଘରକୁ ଘର ବୁଲି ଜୁହାର ଭେଟ ହେବାର ବିଶେଷ ପରମ୍ପରା ରହିଛି। ମନ ଭିତରେ ଯାହା ଅଭିମାନ, ରାଗ ଥିଲେ ମଧ୍ୟ ପରିବାର ପରିଜନ ସମସ୍ତେ ଏହି ଦିନରେ ଭୁଲି ଯାଆନ୍ତି। ତେଣୁ ଏହାକୁ ଏକତାର ପର୍ବ ମଧ୍ୟ କୁହାଯାଏ। ନୂଅଁାଖାଇ ଆସିବା ପୂର୍ବରୁ ଗଁା, ସହର, ଦେବାଳୟଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ମହିଳାମାନେ ଘର ସଫେଇ କରିଥାନ୍ତିି। ପୂର୍ବରୁ ଚାଷ କରିଥିବା ଗ୍ରାମର ଝାଙ୍କର ନୂଆଁଖାଇ ଲାଗି କ୍ଷେତରେ ସରିଆ ଧାନ ପରିବାରକୁ ଆଣି ଦେଇଥାନ୍ତି। କେତେକ ସ୍ଥାନରେ ଚାଷୀମାନେ ଅମଳ କରିଥିବା ବେଳେ ବଜାରରେ ମଧ୍ୟ ଏହା ମିଳିଥାଏ। ଜାତି ଅନୁଯାୟୀ ଦେବୀ ପାଖରେ ନବାହ୍ନ ଲାଗି ଲଖାଇବା ଜଙ୍ଗଲ ପତ୍ର ସଂଗ୍ରହ କରନ୍ତି ନ ହେଲେ ବଜାରରୁ କିଣିନେଇଥାନ୍ତି। ବ୍ରାହ୍ମଣମାନେ ସର୍ଗିପତ୍ର, କୁଲତା ଜାତି ମହୁଲ ପତ୍ର, କ୍ଷତ୍ରିୟମାନେ କୁରେଇ ପତ୍ର ବ୍ୟବହାର କରିଥାନ୍ତି। ପୂର୍ବଦିନ ବନ୍ଧୁ ପରିଜନଙ୍କ ଘରକୁ ନୂଆଁଖାଇ ଭାର ଆସିବାର ପରମ୍ପରା ରହିଛି। ଏଥିରେ ନୂଅଁା ବସ୍ତ୍ର, ନଡିଆ, ପନିପରିବା, ଡାଲି, ଗୁଡ, ଚିନି, ସୁଜି, ଅଟା ପ୍ରଭୃତି ବ୍ୟଞ୍ଜନ ସାମଗ୍ରୀ ରହିଥାଏ। ଅତୀତରେ ଗଉଁତିଆ, ଜମିଦାରମାନେ ହଳିଆଙ୍କୁ ନୂଆଁଖାଇ ବେଭାର ଦେଉଥିଲେ। ପାଖ ପଡୋଶୀଙ୍କୁ ମଧ୍ୟ ଜାତିଭେଦ ନ କରି ଭାର ଆଦାନପ୍ରଦାନ କରୁଥିଲେ। ତେଣୁ ଭାଇଚାରାର ପର୍ବ ବୋଲି କୁହାଯାଇଥାଏ। ପ୍ରତ୍ୟେକ ପରିବାର ନିଜ ଇଷ୍ଟଦେବୀ ପାଖରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରନ୍ତି। ଧାର୍ଯ୍ୟ ସମୟ ଅନୁସାରେ ଘରେ ପୂଜା ହୋଇଥାଏ। ପରେ ଘରର ମୁରବୀ ନିଜ କ୍ଷେତକୁ ଯାଇଥାନ୍ତି। ସେଠାରେ ଦୁବ ଫଳ ଦିପ ଦେବା ପରେ କ୍ଷୀର ଢାଳି ଧରା ପୃଷ୍ଠକ ପୂଜା କରନ୍ତି। ଗୁହାଳ ଓ ଗୋରୁଙ୍କୁ ମଧ୍ୟ ପୂଜା କରାଯାଇଥାଏ।
– ଶୁଭାଶୀଷ ପାଢ଼ୀ, ସମ୍ବଲପୁର


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri