ଅଦରକାରୀ ସାମଗ୍ରୀରେ କୃଷି ଯନ୍ତ୍ରପାତି

ଛେଣ୍ଡିପଦା,୨୪।୮(ଅଜିତ ଧଳ) ଅର୍ଥ ଅଭାବ ଚାଷ କାର୍ଯ୍ୟରେ ବାଧକ ସାଜୁଥିଲା। ଜମି ଚଷିବାକୁ ବଳଦ ନ ଥିଲା। ଟଙ୍କା ଦେଇ ଟ୍ରାକ୍ଟରରେ ହଳ କରିବା ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। କିନ୍ତୁ ନିଜ ଜମିରେ ଫସଲ ଫଳାଇବାର ଇଚ୍ଛା ତାଙ୍କୁ କୃଷିକ୍ଷେତ୍ରରୁ ଦୂରେଇ ରଖି ପାରୁ ନ ଥିଲା। ତେଣୁ ଘରେ ଥିବା ଅଦରକାରୀ ଲୁହା ସାମଗ୍ରୀ ଓ ପୁରୁଣା ବାଇକ୍‌ରେ ସେ ଏକ ମିନି ପାଓ୍ବାରଟିଲର ତିଆରି କରିବାକୁ ମନ ବଳାଇଲେ। ଲୁହା ଅଭାବ ପଡ଼ିବାରୁ ଅଳ୍ପ କିଛି ଅର୍ଥ ଦେଇ କବାଡ଼ିଆ ଖାନାରୁ ତାହା ସଂଗ୍ରହ କଲେ। ଏବେ ତାଙ୍କ ଦ୍ୱାରା ନିର୍ମାଣ ହୋଇଥିବା ମିନି ପାଓ୍ବାରଟିଲର ଜମି କାଦୁଅ କରୁଛି। ପୁରୁଣା ପାଣି ବୋତଲରେ ତିଆରି କରିଥିବା କୀଟନାଶକ ସ୍ପ୍ରେ ମେଶିନ ଫସଲରୁ ରୋଗପୋକ ମାରିବାରେ ସହାୟକ ହେଉଛି। ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପୁଟଗାଡିଆ ଗ୍ରାମର ଚାଷୀ ପ୍ରତାପ ଦଣ୍ଡପାଟଙ୍କ ଏହି ନିଆରା ଉଦ୍‌ଭାବନକୁ ନେଇ ଏବେ ଆଖପାଖ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି।
କୋରଡା ପଞ୍ଚାୟତର ଚାଷୀ ପ୍ରତାପଙ୍କ କହିବା ଅନୁଯାୟୀ, ଅନ୍ୟ କିଛି ଆୟ ନ ଥିବାରୁ ଚାଷ ଉପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ନିର୍ଭରଶୀଳ। କିନ୍ତୁ ଅତ୍ୟନ୍ତ ଗରିବ ହୋଇଥିବାରୁ କୃଷି ଯନ୍ତ୍ରପାତି କିଣି ଚାଷରେ ବ୍ୟବହାର କରିବାକୁ ତାଙ୍କର ସମ୍ବଳ ନ ଥିଲା। ଏପରି କି ପ୍ରତିବର୍ଷ ବିଲ ହଳ କରିବା ପାଇଁ ତାଙ୍କୁ ଧାର କରଜ କରିବାକୁ ପଡ଼ୁଥିଲା। ତେଣୁ ନିଜେ କିପରି ଏହି ସମସ୍ୟାର ସମାଧାନ କରିବେ, ସେହି ଚିନ୍ତା କଲାବେଳେ ଘରେ ଥିବା ପୁରୁଣା ବାଇକ୍‌ ଓ ଲୁହା ସାମଗ୍ରୀ ଉପରେ ନଜର ପଡ଼ିଥିଲା। ଏସବୁକୁ ବ୍ୟବହାର କରି ଜମି ଚଷି ହେବ ବୋଲି ତାଙ୍କ ଭିତରେ ବିଶ୍ୱାସ ଆସିବା ପରେ ନିର୍ମାଣ କାର୍ଯ୍ୟରେ ଲାଗିପଡ଼ିଲେ। ଚଳିତବର୍ଷ ସେହି ମେଶିନ ସହାୟତାରେ ଜମି ଚାଷ କରୁଥିବା ପ୍ରତାପ ପ୍ରକାଶ କରିଛନ୍ତି।
ଅଳ୍ପ ଖର୍ଚ୍ଚରେ ହଳ କରିହେଉଛି
ଚାଷୀ ପ୍ରତାପ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ନିଜସ୍ବ ଉଦ୍ୟମ ଓ ଅଳ୍ପ ଖର୍ଚ୍ଚରେ ନିଜ ଜମି କିପରି ଚାଷ କରିହେବ ସେ ତାହାର ଉଦାହରଣ ଦେଇଛନ୍ତି। ଟ୍ରାକ୍ଟରରେ ହଳ କଲେ ଅଧିକ ଖର୍ଚ୍ଚ ହେଉଥିବା ବେଳେ ପ୍ରତାପ ବହୁ କମ୍‌ ଖର୍ଚ୍ଚରେ ଜମି ହଳ କରିପାରୁଛନ୍ତି।
-ବାପୁଜୀ ଦେହୁରୀ, ଗ୍ରାମବାସୀ
ବିଶ୍ୱାସ କରୁ ନ ଥିଲୁ
ଅଦରକାରୀ ସାମଗ୍ରୀରେ ଚାଷୀ ପ୍ରତାପ କୃଷି ଯନ୍ତ୍ରପାତି ତିଆରି କରିପାରିବେ ବୋଲି ବିଶ୍ୱାସ ହେଉ ନ ଥିଲା। ହେଲେ ସେ ଯେତେବେଳେ ବିଲରେ ହଳ ଆରମ୍ଭ କଲେ ତାହା ଆଶ୍ଚର୍ଯ୍ୟ କରିଦେଲା। ତାଙ୍କ ଦ୍ୱାରା ନିର୍ମିତ ମେଶିନ ଦେଖିବାକୁ ଅନେକ ଲୋକ ଆସୁଛନ୍ତି।
-ଲମ୍ବୋଦର ଦଣ୍ଡପାଟ,
ପୁଟଗାଡିଆ
କୃଷି ବିଭାଗ ମାର୍ଗଦର୍ଶନ କରୁ
ଚାଷୀଟିଏ ହେଲେ ମଧ୍ୟ ପ୍ରତାପଙ୍କ ମଧ୍ୟରେ ପ୍ରତିଭା ରହିଛି। ଅଦରକାରୀ ପାଣି ବୋତଲରେ କୀଟନାଶକ ସ୍ପ୍ରେ ମେଶିନ, ଜମିରେ ପଟି କରିବା ନିମନ୍ତେ ଲଙ୍ଗଳ, ପାଓ୍ବାରଟିଲର ତିଆରି କରିଛନ୍ତି। କୃଷି ବିଭାଗ ମାର୍ଗଦର୍ଶନ କଲେ ସେ ଆଗକୁ ଆହୁରି ଭଲ କୃଷି ଯନ୍ତ୍ରପାତି ତିଆରି କରିପାରିବେ।
ଅନିଲ ପ୍ରଧାନ, କୋରଡା ସରପଞ୍ଚ
କୃଷି ବିଭାଗ ପ୍ରୋତ୍ସାହନ ଦେବ
ପ୍ରତାପଙ୍କ ଏପରି ଉଦ୍‌ଭାବନ ସମ୍ପର୍କରେ ଖବର ନ ଥିଲା। କମ୍‌ ଖର୍ଚ୍ଚରେ ଓ ନିଜସ୍ବ ଜ୍ଞାନ କୌଶଳରେ ସେ କିପରି ଅଧିକ କୃଷି ଯନ୍ତ୍ରପାତି ନିର୍ମାଣ କରିବେ, ସେ ନେଇ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ରାଜ୍ୟସ୍ତରୀୟ ଅଭିନବ କୃଷି ଯନ୍ତ୍ରପାତି ପୁରସ୍କାର ପ୍ରଦାନ ପାଇଁ ସୁପାରିଶ କରାଯିବ।
-ବିନୋଦ କୁମାର ଦଳେଇ, ବ୍ଲକ କୃଷି ଅଧିକାରୀ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri