୩୫୦ ହେକ୍ଟର ଜମିରେ କୃଷିଭିତ୍ତିକ ଜଙ୍ଗଲ ସୃଷ୍ଟି କରାଯିବ

ଭଞ୍ଜନଗର,୨୫।୨(ଡି.ଏନ.ଏ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଜାଇକା ପ୍ରକଳ୍ପ ମାଧ୍ୟମରେ ଚାଲିଥିବା ବିଭିନ୍ନ ଯୋଜନା ଉପରେ ଶୁକ୍ରବାର ଲାଲସିଂ ନର୍ସରୀ ପରିସରରେ ସମୀକ୍ଷା ହୋଇଥିଲା । ଏଥିରେ ଡିଏଫଓ ସୁଦର୍ଶନ ବେହେରା ଅଧ୍ୟକ୍ଷତା କରି ଆଗାମୀ ଆର୍ଥତ୍କ ବର୍ଷରେ ୧୦୦ଟି ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌)ର ବିକାଶ କରାଯିବ ବୋଲି କହିଥିଲେ। ଲୋକେ କୌଣସି କାରଣରୁ ବାହାରକୁ କାମ କରିବାକୁ ଚାଲିଯାଉଛନ୍ତି। ସେମାନଙ୍କୁ ଗ୍ରାମକୁ ଫେରାଇ ଆଣି ଲୋକଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଯିବ। ଲୋକଙ୍କ ଅବ୍ୟବହୃତ ଜମିରେ ଚଳିତ ବର୍ଷ ୩୫୦ ହେକ୍ଟର ଜମିରେ କୃଷି ଭିତ୍ତିକ ଜଙ୍ଗଲ ସୃଷ୍ଟି କରାଯିବ। ଏନେଇ ବିଭାଗ ପକ୍ଷରୁ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଏହାଦ୍ୱାରା ଲୋକଙ୍କ ଆର୍ଥତ୍କ ମାନଦଣ୍ଡରେ ଉନ୍ନତି ଆସିବା ସହ ପରିବେଶ ସୁରକ୍ଷିତ ରହିବ। କୃଷି ଭିତ୍ତିକ ଜଙ୍ଗଲ ପାଇଁ ଆବଶ୍ୟକ ଚାରା ନର୍ସରୀଗୁଡ଼ିକରେ ପ୍ରସ୍ତୁତ କରି ରଖିବାକୁ ପଡ଼ିବ । ହାତୀ କରିଡ଼ର ଅଞ୍ଚଳରେ ଯେଉଁ ଗ୍ରାମକୁ ବିଦ୍ୟୁତ୍‌ ସେବାନାହିଁ ସେଠାରେ ସୋଲାର ଲାଇଟ ବ୍ୟବସ୍ଥା କରାଯିବ। ନଚେତ କେବୁଲ ମାଧ୍ୟମରେ ବିଦ୍ୟୁତ୍‌ ଯୋଗାଣ ହେବ। ସମସ୍ତ ଭିଏସ୍‌ଏସ୍‌ ଗୁଡ଼ିକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସଫଳତାର ସହ କାର୍ଯ୍ୟକାରୀ କରିବାକୁ ପଡ଼ିବ । ଚେକ୍‌ ଡ୍ୟାମ୍‌ ଅଧିକରୁ ଅଧିକ କରାଯିବ। ଛୋଟଛୋଟ ଗଁା ଗୁଡ଼ିକର ବିକାଶ ନେଇ ଯୋଜନା ପ୍ରସ୍ତୁତ କରାଯିବ । ଆଗାମୀ ବୈଠକରେ ପ୍ରତ୍ୟେକ ରେଞ୍ଜ୍‌ରୁ ଦୁଇଟି ଭିଏସ୍‌ଏସ୍‌ରୁ ୨ଜଣ କର୍ମକର୍ତ୍ତାଙ୍କୁ ବୈଠକକୁ ଡ଼କାଯିବା ନେଇ ଆଲୋଚନା ହୋଇଥିଲା। ପ୍ରକୃତ ହିତାଧିକାରୀଙ୍କୁ ଜାଇକା ସହାୟତାରେ ଋଣ ଦିଆଯାଉ ଏବଂ ଯେଉଁମାନେ ଏକାଧିତ୍କ ସଂସ୍ଥାରୁ ଋଣ ନେଉଛନ୍ତି ସେମାନଙ୍କୁ ଯୋଜନାରୁ ବାଦ୍‌ ଦିଆଯାଉ ବୋଲି ଡ଼ିଏଫଓ ବେହେରା ମତ ଦେଇଥିଲେ। ବୈଠକରେ ଜଗନ୍ନାଥପ୍ରସାଦ ରେଞ୍ଜର ଜଣେ କର୍ମଚାରୀ କହିଥିଲେ ଯେ ବନ୍ତା ଅଞ୍ଚଳର ୧୦ରୁ ଊର୍ଦ୍ଧ୍ୱ ଗ୍ରାମରେ ମୋବାଇଲ ଫୋନ୍‌ ସେବା ନାହିଁ। ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏନେଇ କିଛିମାସ ପୂର୍ବେ ଚିଠି ଲେଖାଯାଇଥିଲା। ଇତିମଧ୍ୟରେ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ଦୁଇଟି ମୋବାଇଲ ଟାୱାର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି । ଆଗାମୀ ଦିନରେ ଲୋକେ ତାହାର ସୁଫଳ ପାଇବେ । ବନଖଣ୍ଡର ଅନ୍ୟ ଅଞ୍ଚଳରେ ଯେଉଁଠି ମୋବାଇଲ ଫୋନ୍‌ ସେବାନାହିଁ ସେଠାରେ ମୋବାଇଲ ଟାୱାର ସ୍ଥାପନ ନେଇ କେନ୍ଦ୍ରମନ୍ତ୍ରୀ ଏବଂ ଜିଲା ପ୍ରଶାସନର ସହଯୋଗ ଲୋଡ଼ାଯିବ ବୋଲି ଜଣେ ଅଧିକାରୀ କହିଥିଲେ। ବୈଠକରେ ଏସିଏଫ୍‌ ବିକ୍ରମ ଦେବ ପଟ୍ଟନାୟକ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା, ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, ଜଗନ୍ନାଥପ୍ରସାଦ ରେଞ୍ଜର ଉମାକାନ୍ତ ଦାସ, ଗାଲେରୀ ରେଞ୍ଜର ଶିବରାମ ନାୟକ ପ୍ରମୁଖ ଯୋଗଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri