୩୫୦ ହେକ୍ଟର ଜମିରେ କୃଷିଭିତ୍ତିକ ଜଙ୍ଗଲ ସୃଷ୍ଟି କରାଯିବ

ଭଞ୍ଜନଗର,୨୫।୨(ଡି.ଏନ.ଏ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଜାଇକା ପ୍ରକଳ୍ପ ମାଧ୍ୟମରେ ଚାଲିଥିବା ବିଭିନ୍ନ ଯୋଜନା ଉପରେ ଶୁକ୍ରବାର ଲାଲସିଂ ନର୍ସରୀ ପରିସରରେ ସମୀକ୍ଷା ହୋଇଥିଲା । ଏଥିରେ ଡିଏଫଓ ସୁଦର୍ଶନ ବେହେରା ଅଧ୍ୟକ୍ଷତା କରି ଆଗାମୀ ଆର୍ଥତ୍କ ବର୍ଷରେ ୧୦୦ଟି ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌)ର ବିକାଶ କରାଯିବ ବୋଲି କହିଥିଲେ। ଲୋକେ କୌଣସି କାରଣରୁ ବାହାରକୁ କାମ କରିବାକୁ ଚାଲିଯାଉଛନ୍ତି। ସେମାନଙ୍କୁ ଗ୍ରାମକୁ ଫେରାଇ ଆଣି ଲୋକଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଯିବ। ଲୋକଙ୍କ ଅବ୍ୟବହୃତ ଜମିରେ ଚଳିତ ବର୍ଷ ୩୫୦ ହେକ୍ଟର ଜମିରେ କୃଷି ଭିତ୍ତିକ ଜଙ୍ଗଲ ସୃଷ୍ଟି କରାଯିବ। ଏନେଇ ବିଭାଗ ପକ୍ଷରୁ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଏହାଦ୍ୱାରା ଲୋକଙ୍କ ଆର୍ଥତ୍କ ମାନଦଣ୍ଡରେ ଉନ୍ନତି ଆସିବା ସହ ପରିବେଶ ସୁରକ୍ଷିତ ରହିବ। କୃଷି ଭିତ୍ତିକ ଜଙ୍ଗଲ ପାଇଁ ଆବଶ୍ୟକ ଚାରା ନର୍ସରୀଗୁଡ଼ିକରେ ପ୍ରସ୍ତୁତ କରି ରଖିବାକୁ ପଡ଼ିବ । ହାତୀ କରିଡ଼ର ଅଞ୍ଚଳରେ ଯେଉଁ ଗ୍ରାମକୁ ବିଦ୍ୟୁତ୍‌ ସେବାନାହିଁ ସେଠାରେ ସୋଲାର ଲାଇଟ ବ୍ୟବସ୍ଥା କରାଯିବ। ନଚେତ କେବୁଲ ମାଧ୍ୟମରେ ବିଦ୍ୟୁତ୍‌ ଯୋଗାଣ ହେବ। ସମସ୍ତ ଭିଏସ୍‌ଏସ୍‌ ଗୁଡ଼ିକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସଫଳତାର ସହ କାର୍ଯ୍ୟକାରୀ କରିବାକୁ ପଡ଼ିବ । ଚେକ୍‌ ଡ୍ୟାମ୍‌ ଅଧିକରୁ ଅଧିକ କରାଯିବ। ଛୋଟଛୋଟ ଗଁା ଗୁଡ଼ିକର ବିକାଶ ନେଇ ଯୋଜନା ପ୍ରସ୍ତୁତ କରାଯିବ । ଆଗାମୀ ବୈଠକରେ ପ୍ରତ୍ୟେକ ରେଞ୍ଜ୍‌ରୁ ଦୁଇଟି ଭିଏସ୍‌ଏସ୍‌ରୁ ୨ଜଣ କର୍ମକର୍ତ୍ତାଙ୍କୁ ବୈଠକକୁ ଡ଼କାଯିବା ନେଇ ଆଲୋଚନା ହୋଇଥିଲା। ପ୍ରକୃତ ହିତାଧିକାରୀଙ୍କୁ ଜାଇକା ସହାୟତାରେ ଋଣ ଦିଆଯାଉ ଏବଂ ଯେଉଁମାନେ ଏକାଧିତ୍କ ସଂସ୍ଥାରୁ ଋଣ ନେଉଛନ୍ତି ସେମାନଙ୍କୁ ଯୋଜନାରୁ ବାଦ୍‌ ଦିଆଯାଉ ବୋଲି ଡ଼ିଏଫଓ ବେହେରା ମତ ଦେଇଥିଲେ। ବୈଠକରେ ଜଗନ୍ନାଥପ୍ରସାଦ ରେଞ୍ଜର ଜଣେ କର୍ମଚାରୀ କହିଥିଲେ ଯେ ବନ୍ତା ଅଞ୍ଚଳର ୧୦ରୁ ଊର୍ଦ୍ଧ୍ୱ ଗ୍ରାମରେ ମୋବାଇଲ ଫୋନ୍‌ ସେବା ନାହିଁ। ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏନେଇ କିଛିମାସ ପୂର୍ବେ ଚିଠି ଲେଖାଯାଇଥିଲା। ଇତିମଧ୍ୟରେ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ଦୁଇଟି ମୋବାଇଲ ଟାୱାର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି । ଆଗାମୀ ଦିନରେ ଲୋକେ ତାହାର ସୁଫଳ ପାଇବେ । ବନଖଣ୍ଡର ଅନ୍ୟ ଅଞ୍ଚଳରେ ଯେଉଁଠି ମୋବାଇଲ ଫୋନ୍‌ ସେବାନାହିଁ ସେଠାରେ ମୋବାଇଲ ଟାୱାର ସ୍ଥାପନ ନେଇ କେନ୍ଦ୍ରମନ୍ତ୍ରୀ ଏବଂ ଜିଲା ପ୍ରଶାସନର ସହଯୋଗ ଲୋଡ଼ାଯିବ ବୋଲି ଜଣେ ଅଧିକାରୀ କହିଥିଲେ। ବୈଠକରେ ଏସିଏଫ୍‌ ବିକ୍ରମ ଦେବ ପଟ୍ଟନାୟକ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା, ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, ଜଗନ୍ନାଥପ୍ରସାଦ ରେଞ୍ଜର ଉମାକାନ୍ତ ଦାସ, ଗାଲେରୀ ରେଞ୍ଜର ଶିବରାମ ନାୟକ ପ୍ରମୁଖ ଯୋଗଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri