Posted inଜାତୀୟ

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ବେରେ ଦୁର୍ଘଟଣା: ୭ ମୃତ, ୩୪ ଆହତ

ମୈନପୁରି,୨୧।୪: ଉତ୍ତର ପ୍ରଦେଶର ମୈନିପୁରିଠାରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ରବିବାର ଭୋର ସମୟରେ ଟ୍ରକ ସହ ଏକ ବସ୍‌ ଧକ୍କା ହେବା ଫଳରେ ଏଥିରେ ଅତିକମ୍‌ରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବସ୍‌ଟି ଦିଲ୍ଲୀରୁ ବନାରସ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ଏଥିରେ ୫ ଯାତ୍ରୀଙ୍କ ସମେତ ୨ ବସ୍‌ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ସହ ମୃତକଙ୍କ ବ୍ୟବଚ୍ଛେଦ ବ୍ୟବସ୍ଥା ମଧ୍ୟ କରାଯାଇଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ରେ ଛିଡା ହୋଇଥିବା ୧୪ ଜଣଙ୍କ ଉପରେ ମାଡ଼ିଗଲା ମୃତ୍ୟୁର ବସ୍, ଭାଇରାଲ ହେଉଛି ଛାତିଥରା…

ନୂଆଦିଲ୍ଲୀ,୩୦।୧୨: ସୋମବାର ରାତିରେ ମୁମ୍ବାଇର ଭାଣ୍ଡୁପ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯାହା ସମଗ୍ର ସହରକୁ ସ୍ତବ୍ଧ କରିଦେଇଛି। ରାତି ପ୍ରାୟ ୯ଟା ୩୫...

Khaleda Zia Death: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ଭାରତ ସହ ଥିଲା କ’ଣ କନ୍ସେନ? ଜାଣନ୍ତୁ…

ଢାକା,୩୦।୧୨: ବାଂଲାଦେଶ ରାଜନୀତିର ଜଣେ ପ୍ରବୀଣ ବ୍ୟକ୍ତିତ୍ୱ ଏବଂ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ମଙ୍ଗଳବାର (ଡିସେମ୍ବର ୩୦, ୨୦୨୫)ରେ ୮୦ ବର୍ଷ...

‘ଆଣ୍ଟିବାୟୋଟିକ ପାଇଁ ବଢୁଛି ନିରବ ମହାମାରୀ’, ମୋଦିଙ୍କ ପରାମର୍ଶକୁ ନେଇ ବିଶେଷଜ୍ଞ କହିଲେ ସମୟ ଆବଶ୍ୟକ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଣ୍ଟିବାୟୋଟିକ ଅପବ୍ୟବହାର ବିରୋଧରେ ବାର୍ତ୍ତା ସମୟର ଆବଶ୍ୟକତା ଏବଂ ଦେଶରେ ଦ୍ରୁତ ଗତିରେ ବଢୁଥିବା ଆଣ୍ଟିମାଇକ୍ରୋବାୟଲ ପ୍ରତିରୋଧ (AMR)ର ଗମ୍ଭୀର...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

ଭିଜିବ ନୂଆ ବର୍ଷ, ୫ ରାଜ୍ୟକୁ ଚେତାବନୀ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୩୦।୧୨: ଦେଶରେ ପ୍ରବଳ ଥଣ୍ଡା ମଧ୍ୟରେ ନୂଆ ବର୍ଷ ଆସିବାକୁ ଯାଉଛି। ଏହି ସମୟରେ, ଭାରତୀୟ ପାଣିପାଗ ବିଭାଗ (IMD) ନୂତନ ବର୍ଷର ଗୋଟିଏ ଦିନ...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri