Categories: ଫୁରସତ

୮୬ ବର୍ଷ ର୍ପୂବରୁ ଏହି ଚିମିନିରେ ଜଳାଯାଉଥିଲା ନୋଟ୍

ଆଗ୍ରା: କଳକାରଖାନା ଓ ଇଟା ଭାଟିରେ ତିଆରି ହୋଇଥିବା ବଡ ବଡ ଚିମିନିକୁ ପ୍ରାୟ ଅଧିକାଂଶ ଲୋକେ ଦେଖିଥିବେ । ଏଥିରୁ ବାହାରୁଥିବା ଧୂଆ ପରିବେଶକୁ ବହୁ ପରିମାଣରେ ନଷ୍ଟ କରିଥାଏ ବୋଲି କୁହାଯାଏ । ହେଲେ ତାଜମହଲ ସହର ଆଗ୍ରାରେ ଏମିତି ଏକ ଚିମିନି ରହିଛି ଯେଉଁଠି କେବଳ ନୋଟ୍ ଜଳାଯାଉଥିଲା । ହେଲେ ୮୬ ବର୍ଷ ପୂର୍ବରୁ ଏହାକୁ ବନ୍ଦ କରି ଦିଆଯାଇଛି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏ ସମ୍ପର୍କରେ ଅଧିକାଂଶ ସ୍ଥାନୀୟ ବାସିନ୍ଦା ମଧ୍ୟ ଜାଣନ୍ତି ନାହିଁ । ୨୦୧୪ରେ ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ତତ୍‌କାଳିନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଦ୍ୱାରା ଲୋକାର୍ପିତ ଫ୍ଲେକ୍ସ ଲଗାଇ ଏହାର ପରିଚୟ ଦେଇଥିଲା । ଛିପିଟୋଲା ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ପରିସରରେ ରହିଛି ଏହି ନୋଟ୍ ଜଳାଇବା ଚିମିନି । ଏଠାରେ ସାରା ଦେଶରୁ ଆସୁଥିବା ଚିରାଫଟା ଓ ପୁରୁଣା ନୋଟ୍‌କୁ ଜାଳି ଦିଆଯାଉଥିଲା । ଏହାପରେ ଇଣ୍ଡିଆନ ଇମ୍ପିରିୟଲ ବ୍ୟାଙ୍କ ନୋଟ ଜଳାଇବା କାମକୁ ଜୟପୁର ସ୍ଥାନାନ୍ତର କରି ଦେଇଥିଲା । କୁହାଯାଏ ମାରୱାଡି ଶେଠଙ୍କ ଦ୍ୱାରା ରାଜୱାଡେଙ୍କ ସହ ମିଶି ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଆରମ୍ଭ କରିବା ପରେ ଏଭଳି ଘଟିଛି । ଏଠାରେ ଆଗ୍ରାର ବିଶେଷ ଲୋଗୋକୁ ଚିମିନି ଉପରେ ଲାଗାଇ ଦିଆଯାଇଛି ଯେଉଁଥିରେ ଚିମିନିର ଇତିହାସ ଲେଖାଯାଇଛି । ଇଣ୍ଡିଆନ ଇମ୍ପିରିୟଲ ବ୍ୟାଙ୍କର ସ୍ଥାପନା ୨୭ ଜାନୁୟାରୀ, ୧୯୨୧ରେ ମୁମ୍ବାଇରେ ହୋଇଥିଲା । ୨ ଜୁନ୍ ୧୮୦୬ର ବ୍ୟାଙ୍କ ଅଫ୍ ବଙ୍ଗାଲ, ୧୫ ଏପ୍ରିଲ ୧୮୪୦ରେ ବ୍ୟାଙ୍କ ଅଫ୍ ବମ୍ବେ, ୧୮୪୩ରେ ବ୍ୟାଙ୍କ ଅଫ୍ ମାଡ୍ରାସକୁ ମିଶାଇ ଏହାକୁ ନିର୍ମାଣ କରାଯାଇଥିଲା । ୩୦ ଏପ୍ରିଲ ୧୯୫୫ ପର୍ଯ୍ୟନ୍ତ ଇଣ୍ଡିଆନ ଇମ୍ପିରିୟଲ ବ୍ୟାଙ୍କ କାମ କରିବା ପରେ ଏହାକୁ ପରିବର୍ତ୍ତନ କରି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କରି ଦିଆଗଲା ।

Share