Posted inଜାତୀୟ

ଅଗ୍ନିପଥ ସ୍କିମରୁ ମୁହଁ ଫେରାଉଛନ୍ତି ଯୁବବର୍ଗ, ଅଧାରୁ ପ୍ରଶିକ୍ଷଣ ଛାଡୁଥିବା ଅଗ୍ନିବୀରଙ୍କୁ ଦେବାକୁ ପଡିବ ଖର୍ଚ୍ଚ ହୋଇଥିବା ଅର୍ଥ

ନୂଆଦିଲ୍ଲୀ,୯।୭: ଭାରତୀୟ ସେନାର ଅଗ୍ନିପଥ ସ୍କିମରେ ଖୁବଶୀଘ୍ର ଅଗ୍ନିବୀର ଭିନ୍ନ ଭିନ୍ନ ୟୁନିଟରେ ସାମିଲ ହେବାକୁ ଯାଉଛନ୍ତି। ପ୍ରଥମ ବ୍ୟାଚର ପ୍ରଶିକ୍ଷଣ ଶେଷ ହୋଇଛି। ଏବେ ଦ୍ୱିତୀୟ ବ୍ୟାଚର ଟ୍ରେନିଂ ଆରମ୍ଭ ହୋଇଯାଇଛି। ଆସନ୍ତା ମାସରେ ପ୍ରଥମ ବ୍ୟାଚ ଭାରତୀୟ ସେନାରେ ଯୋଗଦେବେ। ହେଲେ ଅନେକ ଯୁବକ ଟ୍ରେନିଂ ଅଧାରୁ ଛାଡି ଚାଲିଯାଇଛନ୍ତି । କୁହାଯାଉଛି କି ବିଭିନ୍ନ କାରଣ ଦର୍ଶାଇ ଟ୍ରେନିଂ ସମୟରୁ ଛାଡିଦେଇଥିବା ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ଏବଂ ତାଲିମ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ମଧ୍ୟ ସେମାନଙ୍କଠାରୁ ଆଦାୟ କରାଯିବ।
ବର୍ତ୍ତମାନ ସେନାବାହିନୀରେ ତାଲିମ ଛାଡିବାକୁ କୌଣସି ନିୟମ ନାହିଁ, କିନ୍ତୁ ବର୍ତ୍ତମାନ ଏହାକୁ ରୋକିବା ପାଇଁ ସରକାର ନୂଆ ନିୟମ ଆଣିବାକୁ ଚିନ୍ତା କରୁଛନ୍ତି।
ନବଭାରତ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯେଉଁମାନେ ଟ୍ରେନିଂ ମଧ୍ୟଭାଗରୁ ବିଦାୟ ନେଉଛନ୍ତି ସେମାନଙ୍କଠାରୁ ତାଲିମ ପାଇଁ ଖର୍ଚ୍ଚ ବହନ କରାଯିବ। ରିପୋର୍ଟରେ ଜଣେ ଅଧିକାରୀଙ୍କ ଉଦ୍ଧେଶ୍ୟରେ କୁହାଯାଇଛି ଯେ ପ୍ରଥମ ବ୍ୟାଚରେ ୫୦ରୁ ଅଧିକ ଯୁବକ ମଧ୍ୟଭାଗରେ ଟ୍ରେନିଂ ଛାଡିଥିଲେ ଏବଂ ଦ୍ୱିତୀୟ ବ୍ୟାଚରେ ମଧ୍ୟ ସ୍ଥିତି ସମାନ। ସେ କହିଛନ୍ତି ଯେ ତାଲିମ ପାଇଁ ହୋଇଥିବା ଖର୍ଚ୍ଚ ଯୁବକମାନଙ୍କଠାରୁ ଆଦାୟ ହେବ, ଏହି ଉପାୟରେ କେବଳ ସେହି ଯୁବକମାନେ ଯେଉଁମାନେ ସେନାରେ ଯୋଗଦେବାକୁ ଗମ୍ଭୀର ଅଛନ୍ତି, ସେମାନେ ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୨ କେଜି ଗଞ୍ଜେଇ ସହ ୪ ଜଣଙ୍କୁ ବାନ୍ଧିଲା ପୋଲିସ: ଇନୋଭା ଗାଡିରେ…

ଭଞ୍ଜନଗର,୨୩।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ସୋମବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ୧୦୨ କେଜି ଗଞ୍ଜେଇ,…

ଉଦ୍ୟାନ ପରିସର ସଫା କଲେ ବିଧାୟକ: କହିଲେ, ସ୍ବଚ୍ଛତା ଅଭିଯାନ ନୁହେଁ, ଏକ ସାମାଜିକ ଦାୟିତ୍ୱ

ଛତ୍ରପୁର,୨୩।୬(ଦିଲ୍ଲୀପ ସାମଲ): ‘ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ’ ଅଭିଯାନ ଅନ୍ତର୍ଗତ ଆଜି ଛତ୍ରପୁର ପୌରପରିଷଦର ଏକାମ୍ର ନଗରସ୍ଥିତ ଶିଶୁ ଉଦ୍ୟାନରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି…

ବିଧାନସଭା ଭିତରେ ଷ୍ଟାଲିନଙ୍କ ନକଲ କଲେ ମୁଖ୍ୟମନ୍ତ୍ରୀ ବିଜୟ, ତାଳିରେ କମ୍ପିଲା ଗୃହ, ଦେଖନ୍ତୁ VIDEO

ଚେନ୍ନାଇ,୨୩।୬: ତାମିଲନାଡୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଭାଷଣର ଶେଷ ଭାଗ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥିଲା, ଯେତିକି ତାଙ୍କର ସମ୍ପୂର୍ଣ୍ଣ ସମ୍ବୋଧନ ଥିଲା। ଭାଷଣ…

ହତ୍ୟା ରହସ୍ୟ ଉନ୍ମୋଚିତ: ଏହି କାରଣରୁ ମହିଳାଙ୍କୁ ଜୀବନରୁ ମାରିଦେଇଥିଲେ ରମାକାନ୍ତ

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଶମ ପ୍ରଶାଖା ଛକ କେନାଲ ଘାଟ ନିକଟର ରବିବାର ଉଦ୍ଧାର ହୋଇଥିବା ମୃତ ମହିଳାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇଛି। ମୃତ…

ସାରକୁ ନେଇ ବଡ଼ କଥା କହିଲେ ମନ୍ତ୍ରୀ: କହୁ କହୁ କହିଦେଲେ ଗତ ବର୍ଷ କ’ଣ …

ଭୁବନେଶ୍ୱର, ୨୩।୬: ଚଳିତ ଖରିଫ ଋତୁରେ ରାଜ୍ୟରେ ସାର ଯୋଗାଣକୁ ନେଇ କୌଣସି ଅସୁବିଧା ହେବନାହିଁ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସ୍ପଷ୍ଟ କରିଛନ୍ତି।…

ଆକ୍ସନ ମୋଡ୍‌ରେ ପୋଲିସ: ବିପୁଳ ଦେଶୀମଦ ଜବତ

ଦାରିଙ୍ଗବାଡି, ୨୩।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପୋଲିସ ପକ୍ଷରୁ ବସଷ୍ଟାଣ୍ଡ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ଜବତ ଓ ତାକୁ…

ଘର କାମ କରୁଥିଲେ ଶୋଭାରାଣୀ, ଲାଗିଲା କରେଣ୍ଟ୍‌: ଆଉ ତା’ପରେ..

ଖଇରା,୨୩।୬(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ମହାତିପୁର ପଞ୍ଚାୟତ ଅଧୀନ ଚକ ଗ୍ରାମର ବୈକୁଣ୍ଠ ସାମଲ (୩୫)ଙ୍କ ପତ୍ନୀ ଶୋଭାରାଣୀ ମଙ୍ଗଳବାର ବିଦ୍ୟୁତ ସଂସ୍ପର୍ଶରେ…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା: ଧାନବିକ୍ରି ଟୋକନ ଦାବିରେ ଗର୍ଜିଲେ

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ)- ଖରିଫ ଚାଷକାର୍ଯ୍ୟ ସମୟ ଆସି ଯାଇଛି। ହେଲେ ବରଗଡ଼ ଜିଲାର ଚାଷୀମାନେ ଏପର୍ଯ୍ୟନ୍ତ ରବିରେ ଅମଳ ଧାନ ବିକ୍ରି କରି ପାରି ନାହାଁନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri