Categories: ଜାତୀୟ

‘ଅଗ୍ନିପଥ’ ଯୋଜନା: ବୟସସୀମା ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୭।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରିବା ସହ କିଛି ସ୍ଥାନରେ ଆନ୍ଦୋଳନ ଏହାକୁ ନେଇ ଆନ୍ଦୋଳନ କରାଯାଉଛି। ତେବେ ବିରୋଧ ପରେ କେନ୍ଦ୍ର ସରକାର ଚାକିରି ନିୟମ ପରିବର୍ତ୍ତନ କରିଛନ୍ତି। ମୁଖ୍ୟତଃ ଏହି ଯୋଜନାରେ ସର୍ବାଧିକ ବୟସ ସୀମା୨୧ରୁ ୨୩କୁ ବୃଦ୍ଧି କରିଛନ୍ତି। ପୂର୍ବରୁ ସେନାରେ ପ୍ରବେଶ ପାଇଁ ବୟସ ଯୋଗ୍ୟତା ୧୭.୫ରୁ ୨୧ ବର୍ଷ ପର୍ଯ୍ୟନ୍ତ ଥିଲା। ତଥାପି ଏହାକୁ ନେଇ ଖୁସି ନାହାନ୍ତି ଆଶାୟୀ।
ଏହି ଯୋଜନାକୁ ବିରୋଧ କରି ଦେଶର ଅନେକ ସ୍ଥାନରେ ଆନ୍ଦୋଳନ ଜାରି ରହିଛି। ମୁଖ୍ୟତଃ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ କରିବାର ଦେଖିବାକୁ ମିଳିଛି।

Share